ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ “ଟାଇମ୍ ଟୁ ଟ୍ରାଭେଲ୍‌”ର ଶୁଭାରମ୍ଭ, ଟିକଟ ମୂଲ୍ୟ ୧,୭୯୯ ଟଙ୍କାରୁ ଆରମ୍ଭ

ଭୁବନେଶ୍ୱର: ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଟାଇମ୍ ଟୁ ଟ୍ରାଭେଲ୍ ସେଲ୍ ଘୋଷଣା କରାଯାଇଛି ଯେଉଁଥିରେ ଯାତ୍ରୀମାନେ ଡୋମେଷ୍ଟିକ୍ ରୁଟ୍‌ରେ ଯାତ୍ରା ଲାଗି ବୁକିଂ କରିପାରିବେ । ଏଥିରେ ଟିକଟ ଦାମ୍ ୧,୭୯୯ ଟଙ୍କାରୁ ଆରମ୍ଭ ହୋଇଛି । ଯାତ୍ରୀମାନେ ୨୦୨୪ ଜାନୁଆରି ୧୧ ଭିତରେ ବୁକିଂ କରି ୨୦୨୪ ସେପ୍ଟେମ୍ବର ୩୦ ଭିତରେ ଯାତ୍ରା କରିପାରିବେ । ବେଙ୍ଗାଲୁରୁ-ଚେନ୍ନାଇ, ଦିଲ୍ଲୀ-ଜୟପୁର, ବେଙ୍ଗାଲୁରୁ-କୋଚି, ଦିଲ୍ଲୀ-ଗ୍ୱାଲିୟର ଓ କୋଲକାତା-ବାଗଡୋଗରା ରୁଟ୍‌ରେ କଂପାନି ଆକର୍ଷଣୀୟ ଡିଲ୍ ପ୍ରଦାନ କରୁଛି ।
ନିଉପାସ୍ ରିୱାର୍ଡ କାର୍ଯ୍ୟକ୍ରମରେ ହାଇଫ୍ଲାୟର ଓ ଜେଟ୍‌ସେଟର ବ୍ୟାଜ୍ ଥିବା ସଦସ୍ୟମାନେ ଏକ୍ସପ୍ରେସ୍ ଆହେଡ୍ ଅଧୀନରେ ଅଗ୍ରାଧିକାର ସେବା ପାଇପାରିବେ । ଟାଟା ନିଉପାସ୍ ରିୱାର୍ଡ କାର୍ଯ୍ୟକ୍ରମରେ ସଦସ୍ୟମାନେ ୮% ପର୍ଯ୍ୟନ୍ତ ନିଉକଏନ୍ ଜିତିପାରିବେ । ଏହା ବ୍ୟତୀତ ଭୋଜନ,ସିଟ୍‌, ବ୍ୟାଗେଜ୍‌, ପରିବର୍ତନ ଓ ବାତିଲ ଫି’ ଛାଡ଼ ସୁବିଧା ପାଇପାରିବେ । ଲୟାଲ୍‌ଟି ସଦସ୍ୟଙ୍କ ବ୍ୟତୀତ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ଏସଏମଇ, ନିର୍ଭରଶୀଳ ଏବଂ ସେନା ବାହିନୀର ସଦସ୍ୟମାନେ କଂପାନିର ମୋବାଇଲ ଆପ୍ ଓ ୱେବସାଇଟ୍ ବସକ୍ସସଦ୍ଭୟସବରଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ.ମକ୍ଟଜ୍ଞ ରେ ସ୍ୱତନ୍ତ୍ର ଭଡ଼ା ପାଇପାରିବେ ।
ଏୟାର ଇଣ୍ଡିଆ ଏକ୍ସପ୍ରେସ ଦୈନିକ ୩୨୫ରୁ ଅଧିକ ବିମାନ ଚଳାଚଳ କରି ୩୧ଟି ଘରୋଇ ଓ ୧୪ଟି ଅନ୍ତର୍ଜାତୀୟ ବିମାନବନ୍ଦରକୁ ସଂଯୋଗ ପ୍ରଦାନ କରୁଥିବା ବେଳେ ୩୫ଟି ବୋଇଂ ୭୩୭ ଓ ୨୮ଟି ଏୟାରବସ୍ ଏ୩୨୦ ବିମାନକୁ ମିଶାଇ ୬୩ଟି ବିମାନ ପରିଚାଳନା କରୁଛି । ଏୟାର ଇଣ୍ଡିଆ ଏକ୍ସପ୍ରେସ ଏହାର ନୂଆ ବ୍ରାଣ୍ଡ ପରିଚୟ ଉନ୍ମୋଚନ କରିଛି, ଯେଉଁଥିରେ ଯାତ୍ରୀମାନଙ୍କୁ ଡିଜିଟାଲ୍ ସଶକ୍ତ କରିବା ସହିତ “ଫ୍ଲାଇ ଆଜ୍ ୟୁ ଆର” ପାଇଁ ଆମନ୍ତ୍ରଣ କରାଯାଇଛି । ବିଭିନ୍ନ ପ୍ରକାରର ଭୋଜନ, ଆରାମଦାୟକ ବସିବା ସିଟ୍‌, ଉଡ଼ାଣ ଅଭିଜ୍ଞତା ହବ୍ ଏୟାରଫ୍ଲିକ୍ସ ଏବଂ ଏକ ସ୍ୱତନ୍ତ୍ର ଆନୁଗତ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯାଇଛି । ନୂତନ ସମ୍ଭାବନାକୁ ପ୍ରେରଣା ଦେବା ଏବଂ ଅତୁଳନୀୟ ଭାରତୀୟ ଉଷ୍ମତା ସହିତ ଅର୍ଥପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବା ପାଇଁ ଏୟାରଲାଇନ୍ସର ଲକ୍ଷ୍ୟକୁ ନୂଆ ବ୍ରାଣ୍ଡ ପରିଚୟ ପ୍ରତିଫଳିତ କରୁଛି ।

Share

Leave a Reply

Your email address will not be published. Required fields are marked *

3 × four =