ଗ୍ରାହକ ସେବାକୁ ସହଜ କରିଛି ଇଣ୍ଟରଆକ୍ଟିଭ ହ୍ୱାଟ୍ସଆପ୍

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ( ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ) ଗୁଣାତ୍ମକ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇ ଉପଭୋକ୍ତାଙ୍କ ଉଦ୍ଦେଶ୍ୟରେ ଇଣ୍ଟରଆକ୍ଟିଭ ହ୍ୱାଟ୍ସଆପ୍ ସେବା ଯୋଗାଉଛି । ଏହା ଉପଭୋକ୍ତାଙ୍କ ସହ ସେବା ସମ୍ପର୍କିତ ଆଲୋଚନାକୁ ଅଧିକ ସକ୍ରିୟ କରିବା ସହ ସମୟ ଉପଯୋଗୀ ସେବା ଯୋଗାଇବାରେ ସଫଳ ହେଉଛି । କମ୍ପାନୀର ଏହି ଇଣ୍ଟରଆକ୍ଟିଭ ହ୍ୱାଟ୍ସଆପ୍ ସେବା ସହ ଅଧିକରୁ ଅଧିକ ଉପଭୋକ୍ତା ଯୋଡି ହେଉଛନ୍ତି ।
ସେହିଭଳି ଉପଭୋକ୍ତା ଏହି ଇଣ୍ଟରଆକ୍ଟିଭ ହ୍ୱାଟ୍ସଆପକୁ ବ୍ୟବହାର କରିବା ପରେ ସକାରାତ୍ମକ ପ୍ରତିକ୍ରିୟା ଦେଉଛନ୍ତି । ୭୭୭୭୦୦୨୩୭୫ ନମ୍ବରରେ ୨୪ ଘଣ୍ଟିଆ ହ୍ୱାଟ୍ସଆପ୍ ସେବା ଉପଲବ୍ଧ ରହିଛି । ଏହି ସେବା ମାଧ୍ୟମକୁ ବ୍ୟବହାର କରି ଉପଭୋକ୍ତାମାନେ ଇ- ବିଲ୍ ସମେତ ମୋବାଇଲ ନମ୍ବର ଓ ଇ-ମେଲ ଆଇଡିର ପଞ୍ଜିକରଣ, ବିଦ୍ୟୁତ କାଟ ସମ୍ପର୍କିତ ସଠିକ ସୂଚନା ଓ ଅଭିଯୋଗର ସ୍ଥିତି ସମ୍ପର୍କିତ ସୂଚନା ପାଇପାରୁଛନ୍ତି । ସେହିଭଳି ଏହା ମାଧ୍ୟମରେ ପଞ୍ଜିକୃତ ଉପଭୋକ୍ତାମାନେ ପ୍ରତି ମାସର ବିଲ୍ ଦେଖିବା ସହ ଡାଉନଲୋଡ ମଧ୍ୟ କରିପାରିବେ।

Share

Leave a Reply

Your email address will not be published. Required fields are marked *

one × 1 =