ଡିଓଏମ୍‌ଏସ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଆଇପିଓ ୨୦୨୩ ଡିସେମ୍ବର ୧୩ରେ ଖୋଲିବ

ଭୁବନେଶ୍ୱର: ଡିଓଏମଏସ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ପ୍ରସ୍ତାବିତ ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ୨୦୨୩ ଡିସେମ୍ବର ୧୩ରେ ଖୋଲିବ । ବିଡ୍‌/ ଅଫରର ଶେଷ ତାରିଖ ୨୦୨୩ ଡିସେମ୍ବର ୧୫ । ଆଙ୍କର ନିବେଶକମାନେ ଗୋଟିଏ ଦିନ ପୂର୍ବରୁ ଅର୍ଥରତ ୨୦୨୩ ଡିସେମ୍ବର ୧୨ରେ ବିଡ୍ ଦାଖଲ କରିପାରିବେ ।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୭୫୦ ଟଙ୍କାରୁ ଆରମ୍ଭ କରି ୭୯୦ ଟଙ୍କା ଭିତରେ ରହିଛି । ସର୍ବନିମ୍ନ ୧୮ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ୧୮ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିବାକୁ ପଡ଼ିବ ।
ଏହି ଅଫରରେ ୩୫୦ କୋଟି ଟଙ୍କା ମୂଲ୍ୟର ନୂଆ ସେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍‌ରେ ନିବେଶକମାନେ ୮୫୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ । ଏଫ୍‌ଆଇଏଲ୍‌ଏ-ଫାବ୍ରିକା ଇଟାଲିଆନା ଲାପିସ୍ ଇଡି ଆଫିନି ଏସ୍‌ପିଏ ପକ୍ଷରୁ ୮୦୦ କୋଟି ଟଙ୍କାର ଏବଂ ସଂଜୟ ମନସୁଖ ଲାଲ ରଜନୀ ୨୫ କୋଟି ଟଙ୍କା, କେତନ ମନସୁଖଲାଲ ରଜନୀ ୨୫ କୋଟି ଟଙ୍କାର ସେୟାର ବିକ୍ରି କରିବେ । ଏହି ଅଫରରେ ଯୋଗ୍ୟ କର୍ମଚାରୀମାନଙ୍କ ସବସ୍କ୍ରିପ୍‌ସନ୍ ଲାଗି ୫୦ କୋଟି ଟଙ୍କାର ଇକ୍ୱିଟି ସେୟାର ଉପଲବ୍ଧ ରହିବ । ସେଥିରେ ସେମାନଙ୍କୁ ଇକ୍ୱିଟି ସେୟାର ପିଛା ୭୫ ଟଙ୍କାର ରିହାତି ପ୍ରଦାନ କରାଯିବ ।
ଏହି ଅଫରରୁ ଯେଉଁ ପାଣ୍ଠି ସଂଗ୍ରହ ହେବ ତାହାକୁ ଲେଖନୀ ଉପକରଣ, ୱାଟର କଲର, ମାର୍କର, ହାଇଲାଇଟର ଆଦି ଉତ୍ପାଦନ ଲାଗି ଗୁଜରାଟର ଭଲ୍‌ସାଡ୍‌ରେ ଏକ ନୂତନ କାରଖାନା ପ୍ରତିଷ୍ଠା କରିବା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରାଯିବ ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ଭାଗ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରହିବ । ସେଥିରୁ ୬୦ ପ୍ରତିଶତ ରାଶି ଆଙ୍କର ନିବେଶକମାନଙ୍କୁ ଦିଆଯିବ । ଆଙ୍କର ନିବେଶକମାନଙ୍କ ଏକ ତୃତୀୟାଂଶ ଭାଗ ଦେଶ ଭିତର ମ୍ୟୁଚୁଆଲ ଫଣ୍ଡକୁ ଜାରି କରାଯିବ । ନିଟ୍ କ୍ୟୁଆଇବିର ୫ ପ୍ରତିଶତ ରାଶି ସମାନୁପାତିକ ଭିତିରେ କେବଳ ମ୍ୟୁଚୁଆଲ୍ ଫଣ୍ଡ୍‌ମାନଙ୍କ ଲାଗି ରହିବ । ଅଫରର ୧୫ ପ୍ରତିଶତ ରାଶି ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଉପଲବ୍ଧ ରହିବ । ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ଅଫରର ୧୦ ପ୍ରତିଶତ ରାଶି ରହିବ ।
ସେବି ନିକଟରେ ଦାଖଲ କରାଯାଇଥିବା ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍‌ଏଚ୍‌ପି) ଅନୁସାରେ ସେୟାରଗୁଡ଼ିକୁ ବମ୍ବେ ଷ୍ଟକ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜରେ ତାଲିକାଭୁକ୍ତ କରାଯିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍‌, ବିଏନ୍‌ପି ପରିବାସ, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍ ଏବଂ ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

2 × two =