ନିଟ୍‌ର ଶ୍ରେଷ୍ଠ-୧୦୦୦ ମଧ୍ୟରେ ଆଲେନ୍ ଭୁବନେଶ୍ୱରର ୩ ଜଣ ଛାତ୍ରଛାତ୍ରୀ

ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ୧୦୦ରେ ଆଲେନ୍‌ର ୩୦ ଜଣ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଦେଶର ସର୍ବବୃହତ ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି-୨୦୨୩ର ଫଳ ପ୍ରକାଶ ପାଇଥିବା ବେଳେ ଏହି ପରୀକ୍ଷାରେ ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍ ପ୍ରାଇଭେଟ୍ ଲିମିଟେଡ୍‌ର ଛାତ୍ରଛାତ୍ରୀମାନେ ପୁଣି ଥରେ ନିଜର ଉତ୍କର୍ଷ ପ୍ରତିପାଦନ କରିଛନ୍ତି ।
ଆଲେନ ଭୁବନେଶ୍ୱର କେନ୍ଦ୍ରର ମୁଖ୍ୟ ଶ୍ରୀ ଅନୁରାଗ ମିଶ୍ର କହିଛନ୍ତି ଯେ ଆଲେନ ଭୁବନେଶ୍ୱରର କ୍ଲାସରୁମ୍ ଛାତ୍ର ସୂର୍ଯ୍ୟ ପ୍ରତାପ ମିଶ୍ର ୭୨୦ରୁ ୭୧୦ ମାର୍କ ରଖି ସର୍ବଭାରତୀୟ ସ୍ତରରେ ୩୫ତମ ର‌୍ୟାଙ୍କ ହାସଲ କରିଛନ୍ତି । ତାଙ୍କ ବ୍ୟତୀତ ଆଲେନ୍‌ର ୨୮ ଜଣ ଛାତ୍ରଛାତ୍ରୀ ୬୫୦ରୁ ଅଧିକ, ୧୦୨ ଜଣ ୬୦୦ରୁ ଅଧିକ ଓ ୧୯୨ ଜଣ ୫୫୦ରୁ ଅଧିକ ମାର୍କ ରଖିଛନ୍ତି ।
ଆଲେନ୍ ଭୁବନେଶ୍ୱରର ଛାତ୍ର ସୂର୍ଯ୍ୟ ପ୍ରତାପ ମିଶ୍ର ଶ୍ରେଷ୍ଠ ୫୦ ମଧ୍ୟରେ ସ୍ଥାନ ପାଇଛନ୍ତି । ସେହିପରି, ଏହି ପରୀକ୍ଷାରେ ବରେଣ୍ୟ ମହାପାତ୍ର ୨୫୯ତମ ର‌୍ୟାଙ୍କରେ ରହିଛନ୍ତି । ସେ ୭୨୦ରୁ ୭୦୦ ମାର୍କ ରଖିଛନ୍ତି । ଅନ୍ୟ ପକ୍ଷରେ ପ୍ରସନ୍ନଜିତ ନାୟକ ୭୨୦ରୁ ୬୯୫ ମାର୍କ ରଖି ସର୍ବଭାରତୀୟ ସ୍ତରରେ ୫୧୭ତମ ସ୍ଥାନରେ ରହିଛନ୍ତି । ଚିତରଂଜନ ଜେନା ୬୯୫ ମାର୍କ ରଖି ୫୭୮ତମ ର‌୍ୟାଙ୍କ ହାସଲ କରିଛନ୍ତି । ଏହି ତିନି ଜଣ ଛାତ୍ରଛାତ୍ରୀ ଆଲେନ୍‌ର କ୍ଲାସରୁମ୍ ପାଠ୍ୟକ୍ରମରେ ପାଠପଢ଼ୁଥିଲେ ।
ଜାତୀୟ ସ୍ତରରେ ୭୧୫ ମାର୍କ ରଖି ଆଲେନ୍‌ର ଛାତ୍ର ପାର୍ଥ ଖଣ୍ଡେଲୱାଲ ସର୍ବଭାରତୀୟ ସ୍ତରରେ ୧୦ତମ ର‌୍ୟାଙ୍କ ହାସଲ କରିଛନ୍ତି । ସେ ରାଜସ୍ଥାନ ଟପର ହୋଇଥିବା ବେଳେ ଶଶାଙ୍କ କୁମାର ୭୧୫ ମାର୍କ ରଖି ୧୪ତମ ସ୍ଥାନରେ ରହି ବିହାର ରେ ଟପର ହୋଇଛନ୍ତି । ଶୁଭମ ବଂଶଲ ୭୧୫ ମାର୍କ ରଖି ସର୍ବଭାରତୀୟ ସ୍ତରରେ ୧୬ତମ ସ୍ଥାନରେ ରହିବା ସହ ଉତରପ୍ରଦେଶ ଟପର ହୋଇଛନ୍ତି । ଅର୍ନବ ପତି ୧୯ତମ ଓ ଶଶାଙ୍କ ସିହ୍ନା ୨୦ତମ ସ୍ଥାନରେ ରହିଛନ୍ତି । ଏହିଭଳି ଭାବେ ଶ୍ରେଷ୍ଠ ୨୦ ଭିତରେ ଆଲେନ୍‌ର ୫ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଶ୍ରେଷ୍ଠ ୫୦ରେ ଆଲେନ୍‌ର ୧୭ ଜଣ ଓ ଶ୍ରେଷ୍ଠ ୧୦୦ରେ ୩୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସମସ୍ତେ ୭୦୫ରୁ ଅଧିକ ମାର୍କ ରଖିଛନ୍ତି ।
ଚଳିତ ବର୍ଷ ୧,୦୪,୩୩୩ ଏମ୍‌ବିବିଏସ, ୨୭,୮୬୮ ବିଡିଏସ୍‌, ୫୨,୭୨୦ ବିଭିଏସ୍‌ସି ସିଟ୍ ପାଇଁ ଏବଂ ଏମ୍‌ସର ବିଏସ୍‌ସି ନର୍ସିଂ କଲେଜ ଓ ଅନ୍ୟାନ ମେଡିକାଲ୍ କଲେଜର ୧ ଲକ୍ଷ ୯୦ ହଜାର ସିଟ୍ ପାଇଁ ପରୀକ୍ଷା ହୋଇଥିଲା । ୨୦୨୩ ମେ’ ୭ରେ ନିଟ୍ ୟୁଜି ୨୦୨୩ରେ ପରୀକ୍ଷା ହୋଇଥିଲା ଓ ସେଥିରେ ୨୦ ଲକ୍ଷ ୮୯ ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏଥର ସର୍ବାଧିକ ସଂଖ୍ୟକ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେଇଥିଲେ । ଦେଶର ୪୯୯ଟି ସହରର ୪୦୯୭ ପରୀକ୍ଷା କେନ୍ଦ୍ର ସମେତ ବିଦେଶର ବହୁ କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

3 × three =