କୋଟେକ୍ସ ପକ୍ଷରୁ କୋଟେକ୍ସ ପ୍ରୋହେଲ୍‌ଥ+ର ଶୁଭାରମ୍ଭ

ଭୁବନେଶ୍ୱର: କିମ୍ବର୍ଲି କ୍ଲାର୍କର ବ୍ରାଣ୍ଡ୍ କୋଟେକ୍ସ ପକ୍ଷରୁ କୋଟେକ୍ସ ପ୍ରୋହେଲ୍‌ଥ+ ସାନିଟାରି ପ୍ୟାଡ୍‌ର ଶୁଭାରମ୍ଭ କରାଯାଇଛି । ଋତୁଶ୍ରାବ ସମୟରେ ସୁସ୍ଥକର ସୁରକ୍ଷାକୁ ନିଶ୍ଚିତ କରିବା ଲାଗି କଂପାନି ଏହି ସଦ୍ୟତମ ଉତ୍ପାଦର ବିକାଶ କରିଛି । ଏହା ଜରିଆରେ କଂପାନି ଏହା ଜଣାଇବାକୁ ଚାହୁଁଛି ଯେ ସାନିଟାରି ସୁରକ୍ଷାରେ ନାରୀମାନଙ୍କୁ ଆଉ କୌଣସି ସାଲିସ କରିବାକୁ ପଡ଼ିବନି । ୨୦୨୨ ମେ’ରେ ଓଭରନାଇଟ୍ ପିରିୟଡ୍ ପ୍ୟାଂଟି ଉତ୍ପାଦ ବର୍ଗମାଳା ସହ କୋଟେକ୍ସର ପୁନଃଉନ୍ମୋଚନ ହୋଇଥିଲା ।
ଏହି ଅବସରରେ କିମ୍ବର୍ଲି-କ୍ଲାର୍କ ଇଣ୍ଡିଆର ମାର୍କେଟିଂ ନିର୍ଦେଶକ ସାକ୍ଷୀ ବର୍ମା ମେନନ କହିଛନ୍ତି ଯେ, “ମହିଳା ସ୍ୱଚ୍ଛତା କ୍ଷେତ୍ରରେ ବିଶ୍ୱର ଅଗ୍ରଦୂତ ଭାବେ ଋତୁସ୍ରାବ ସମ୍ପର୍କିତ ଭ୍ରାନ୍ତଧାରଣା ପ୍ରତି ସ୍ୱର ଉତୋଳନ କରିବାକୁ ଆମେ ମହିଳାମାନଙ୍କୁ ସର୍ବଦା ଉତ୍ସାହିତ କରୁଛୁ । ଆମେ କେବଳ ପ୍ୟାଡ୍ ପ୍ରସ୍ତୁତ କରୁନାହୁଁ, ଋତୁସ୍ରାବକୁ ନେଇ ମହିଳାମାନେ ସାମ୍ନା କରୁଥିବା ସମସ୍ୟାକୁ ଆମେ ଚିହ୍ନଟ କରୁଛୁ ଏବଂ ବୈପ୍ଳବିକ ସମାଧାନ ଜରିଆରେ ତାହାର ମୁକାବିଲା କରୁଛୁ । ଆଜିର ମହିଳାମାନେ ଲିକ୍‌-ମୁକ୍ତ ପ୍ୟାଡ୍ ଚାହୁଁଛନ୍ତି ଯେଉଁଥିରେ ଅସୁବିଧା ହେଉଛି ଏବଂ ଅନ୍ୟ କିଛି ମହିଳା ଅଳ୍ପ ଓଦାଳିଆ ସତ୍ୱେ ସମସ୍ୟା ମୁକ୍ତ ପ୍ୟାଡ୍ ଚାହୁଁଛନ୍ତି । ଏହା ହେଉଛି ୨୦୨୩ । ମହିଳାମାନେ କାହିଁକି ଯାହା ଚାହୁଁଛନ୍ତି ତାହା ପାଇବେନି । ଭାରତରେ କୋଟେକ୍ ପ୍ରୋହେଲ୍‌ଥ+ ସାନିଟାରି ପ୍ୟାଡ୍ ବିଷୟରେ ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ । ଏହା ଗୋଟିଏ ସୁବିଧା ଅନୁସାରେ ପ୍ୟାଡ୍ ଚୟନ କରିବାର ପୁରୁଣା ପ୍ରଥାକୁ ବଦଳାଇବା ଏବଂ ସୁସ୍ଥକର ଋତୁସ୍ରାବ ସୁରକ୍ଷାରେ ଉନ୍ନତି ଆଣିବା ଲାଗି ମହିଳାମାନଙ୍କୁ ସୁଯୋଗ ପ୍ରଦାନ କରିବ । ଆମର ବିଶ୍ୱାସ ରହିଛି ଯେ କୋଟେକ୍ସ ପ୍ରୋହେଲ୍‌ଥ+ ଭାରତୀୟଙ୍କ ହୃଦୟ ଓ ମନ ଜିଣିବ ଏବଂ ଆମେ ଏହାର ବାଣିଜ୍ୟିକ ସଫଳତା ମଧ୍ୟ ଆଶା କରୁଛୁ ।
ଓଗିଲ୍‌ଭି ଇଣ୍ଡିଆର ବରିଷ୍ଠ ଏକ୍‌ଜିକ୍ୟୁଟିଭ୍ କ୍ରିଏଟିଭ୍ ଡାଇରେକ୍ଟର ତନୁଜା ଭଟ୍ଟ କହିଛନ୍ତି ଯେ, “ବୈପ୍ଳବିକ ଋତୁସ୍ରାବ ସମାଧାନ ଓ ଋତୁସ୍ରାବ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦେବା ପାଇଁ କୋଟେକ୍ସ ପରିଚିତ । ଏହା ଚାହୁନାହିଁ ଯେ ଯୁବତୀମାନେ ଏଭଳି କିଛି ଚୟନ କରନ୍ତୁ ଯେଉଁଥିରେ ସେମାନଙ୍କୁ କିଛିଟା ସାଲିସ କରିବାକ ପଡ଼ିବ, ବିଶେଷ କରି ନିଜ ଜୀବନର ଲକ୍ଷ୍ୟ ଓ ସାନିଟାରି ପ୍ୟାଡ୍ ଚୟନ କରିବା ବେଳେ । ଆମେ ଏହି ଅଭିଯାନ ଲାଗି “ମୁଁ ସବୁ ଚୟନ କରିଛି, ମୁଁ ପରିବର୍ତନ’ ଚ୍ୟାଗ୍‌ଲାଇନ୍ ରଖିଛୁ ଯାହା ସେହି ଭାବକୁ ପାଳନ କରୁଛି । ଏହା ଯାହା ଦାବି କରୁଛି ସେହି ସମାଧାନ ପ୍ରଦାନ କରୁଥିବାରୁ ଆମେ ଏଭଳି ଏକ ଅଭିଯାନ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଥିଲୁ ଯାହା ସେହି ସବୁ ଲାଭ ଉପରେ ଗୁରୁତ୍ୱାରୋପ କରିବ । ସାଧାରଣତଃ ଯେକୌଣସି ଉତ୍ପାଦକୁ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ନାଗରିକଙ୍କ ପାଇଁ ପ୍ରସ୍ତୁତ କରାଯାଉଥିବା ବେଳେ ଆମେ ଏହି ଭାବକୁ ସବୁ ପ୍ରକାର ନୂଆ ପିଢ଼ିର ପ୍ଲାଟଫର୍ମ ସହ ସମନ୍ୱିତ କରିପାରିଛୁ ।’’
ୱେଭ୍‌ମେକର ସାଉଥ୍ ଏସିଆର ଚିଫ୍ କ୍ଲାଏଂଟ୍ ଅଫିସର ଓ ଅଫିସ୍ ହେଡ୍‌, ୱେଷ୍ଟ୍ ଶେଖର କହିଛନ୍ତି ଯେ, “ଏକ ଅତ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ବଜାରରେ ଛାପ ଛାଡ଼ିବାକୁ ହେଲେ ସ୍ୱତନ୍ତ୍ର ଏବଂ ଭିନ୍ନ ହେବା ଦରକାର । ଏହି ଅଭିଯାନ ପାଇଁ ବିଜ୍ଞାନ, ସ୍ୱତନ୍ତ୍ର ସହଯୋଗିତା ଓ ଲମ୍ବା ବିତର୍କ ହୋଇଛି । ଜେଡ୍ ପିଢ଼ିର ଗଣମାଧ୍ୟମ ଅଭ୍ୟାସକୁ ନଜରରେ ରଖି ଏହି ଅଭିଯାନକୁ ପ୍ରସ୍ତୁତ କରାଯାଇଛି ଏବଂ ବିଭିନ୍ନ ପ୍ରକାର ମାଧ୍ୟମରେ ଆମେ ସେମାନଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରିଛୁ । ଏହି ଅଭିଯାନରେ ନୂଆ ପିଢ଼ିର ମାଧ୍ୟମକୁ ଗୁରୁତ୍ୱ ପ୍ରଦାନ କରାଯାଇଛି ।’’

Share

Leave a Reply

Your email address will not be published. Required fields are marked *

10 + 4 =