ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତୈମାସିକରେ ମୋଟ ବ୍ୟବସାୟ ୨ ଲକ୍ଷ କୋଟି ଟଙ୍କା ଟପିଲା

ଲୋନ୍ ବୁକ୍ ବର୍ଷକୁ ବର୍ଷ ୧୧%% ବୃଦ୍ଧି ସହ ୯୭,୭୮୭ କୋଟି ଟଙ୍କା
ମୋଟ ଜମା ବର୍ଷକୁ ବର୍ଷ ୨୧% ବୃଦ୍ଧି ସହ ୧,୦୨,୨୮୩ କୋଟି ଟଙ୍କା
ହାଉସିଂ ଫାଇନାନ୍ସ ବୁକ୍‌ରେ ୨୮% ବୃଦ୍ଧି
କାସା ଅନୁପାତ ହେଉଛି ୩୬.୪%
ମୋଟ ଜମାରେ ରିଟେଲ୍‌ର ଭାଗ ୬୯%
ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । କାରବାର ଶୁଭାରମ୍ଭ କରିବାର ସାତ ବର୍ଷରୁ ସାମାନ୍ୟ ଅଧିକ ସମୟରେ ବ୍ୟାଙ୍କ୍‌ର ମୋଟ କାରବାର ୨ ଲକ୍ଷ କୋଟି ଟଙ୍କାର ମାଇଲଖୁଂଟ ଅତିକ୍ରମ କରିଛି ।
ବ୍ୟାଙ୍କ୍‌ର ମୋଟ କାରବାର (ଜମା ଓ ଅଗ୍ରୀମ) ୨୦୨୨ ଡିସେମ୍ବର ୩୧ ସୁଦ୍ଧା ବର୍ଷକୁ ବର୍ଷ ଭିତରେ ୧୬% ବୃଦ୍ଧି ପାଇ ୨,୦୦,୦୭୦ କୋଟି ଟଙ୍କା ହୋଇଛି । ବ୍ୟାଙ୍କ୍ ଭାରତର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମଧ୍ୟରୁ ୩୪ଟିରେ ୫,୭୨୩ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଜରିଆରେ ୨.୮୬ କୋଟି ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ବନ୍ଧନ ବ୍ୟାଙ୍କ୍‌ରେ କାର୍ଯ୍ୟ କରୁଥିବା ମୋଟ କର୍ମଚାରୀଙ୍କ ସଂଖ୍ୟା ୬୬,୦୦୦ରୁ ଅଧିକ ରହିଛି ।
ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ବ୍ୟାଙ୍କ୍‌ର ଜମା ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୨୧% ବୃଦ୍ଧି ପାଇଛି । ମୋଟ ଜମା ଏବେ ୧,୦୨,୨୮୩ କୋଟି ଟଙ୍କା ରହିଛି । ମୋଟ ଜମାରେ ଚଳନ୍ତୀ ଓ ସଂଚୟ ଖାତା ପୁସ୍ତିକା (କାସା) ଅନୁପାତ ଏବେ ୩୬.୪% ରହିଛି । ଅଗ୍ରୀମ କ୍ଷେତ୍ରରେ ବ୍ୟାଙ୍କ୍ ପୂର୍ବବର୍ଷର ସମାନ ତ୍ରୈମାସିକ ତୁଳନାରେ ୧୧% ବୃଦ୍ଧି ହାସଲ କରିଛି । ମୋଟ ଅଗ୍ରୀମ ଏବେ ୯୭,୭୮୭ କୋଟି ଟଙ୍କା ରହିଛି ।
ବ୍ୟାଙ୍କ୍ ସ୍ଥିରତାର ସଙ୍କେତ ଭାବେ ବିଚାର କରାଯାଉଥିବା ପୁଞ୍ଜି ସ୍ୱଚ୍ଛତା ଅନୁପାତ (ସିଏଆର୍‌) ୧୯.୧% ରହିଛି ଯାହା ନିୟାମକ ଆବଶ୍ୟକତା ତୁଳନାରେ ଅଧିକ ରହିଛି ।
ବ୍ୟାଙ୍କ୍‌ର ଏସ୍‌ଏମ୍‌ଇ ଋଣ, ସୁନା ଋଣ, ବ୍ୟକ୍ତିଗତ ଋଣ ଓ ଗାଡ଼ି ଋଣ ଓ ଅନ୍ୟାନ୍ୟ ଉତ୍ପାଦ ପୋର୍ଟଫୋଲିଓ ରେ ଅଭିବୃଦ୍ଧି ହୋଇଛି । ବ୍ୟାଙ୍କ୍ ପକ୍ଷରୁ କମର୍ସିଆଲ୍ ଗାଡ଼ି ଋଣ ଏବଂ ବ୍ୟବସାୟ ପାଇଁ ସଂପତି ବଦଳରେ ଋଣ ଆଦି ନୂଆ ଭର୍ଟିକାଲ୍ ଆରମ୍ଭ କରାଯାଇଛି ।
ଫଳାଫଳ ସମ୍ପର୍କରେ ଚନ୍ଦ୍ର ଶେଖର ଘୋଷ, ଏମ୍‌ଡି ଓ ସିଇଓ, ବନ୍ଧନ ବ୍ୟାଙ୍କ୍ କହିଛନ୍ତି ଯେ, “ବର୍ଷକୁ ବର୍ଷ ଅଭିବୃଦ୍ଧିରେ ବ୍ୟାଙ୍କ୍ ତୃତୀୟ ତ୍ରୈମାସିକରେ ଉତମ ଅଭିବୃଦ୍ଧି ହାସଲ କରିଛି । ବିଭିନ୍ନ ବର୍ଗର ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଏହାର ଉପସ୍ଥିତିକୁ ବଢ଼ାଇବା ଏବଂ ଉତ୍ପାଦ ବର୍ଗମାଳାକୁ ସୁଦୃଢ଼ କରିବା କାର୍ଯ୍ୟକୁ ବ୍ୟାଙ୍କ୍ ଜାରି ରଖିବ । ବ୍ୟାଙ୍କ୍‌ର ବିବିଧତା ଏଜେଣ୍ଡା ଠିକ୍ ବାଟରେ ରହିଛି ଏବଂ ପରିଚାଳନା ପରିବେଶ ସକାରାତ୍ମକ ରହିଥିବାରୁ ପରବର୍ତୀ ପର୍ଯ୍ୟାୟ ଅଭିବୃଦ୍ଧି ପାଇଁ ବ୍ୟାଙ୍କ୍ ଉନ୍ନତ ସ୍ଥିତିରେ ଅଛି । କୋଟି କୋଟି ଭାରତୀୟଙ୍କ ବିଶ୍ୱାସ ଜିତିଥିବାରୁ ଆମେ ନିଜକୁ ଭାଗ୍ୟବାନ ମନେ କରୁଛୁ ଏବଂ ସେମାନଙ୍କ ସ୍ୱପ୍ନକୁ ପୂରଣ କରିବା ଯାତ୍ରାରେ ସହଯୋଗୀ ହୋଇ ରହିବା ଲାଗି ଆମେ ଉଦ୍ୟମ ଜାରି ରଖିବୁ ।’’

Share

Leave a Reply

Your email address will not be published. Required fields are marked *

5 × 4 =