ଜି ନ୍ୟୁଜର ୨୮ କର୍ମଚାରୀ କରୋନା ପଜିଟିଭ

ନୂଆଦିଲ୍ଲୀ() ଜି ନ୍ୟୁଜର ୨୮ କର୍ମଚାରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜି ନ୍ୟୁଜ ଚିପ୍ ଏଡିଟର ସୁଧିର ଚୌଧୂରି । କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନକୁ ପଠାଯାଇଛି । ଏହାସହ ଜି ନ୍ୟୁଜ ଓ ଷ୍ଟୁଡିଓ ସିଲ କରାଯାଇଛି ବୋଲି କହିଛନ୍ତି ସୁଧିର । ସୂଚନା ଅନୁସାରେ ପୂର୍ବରୁ ମଧ୍ୟ ଜି ନ୍ୟୁଜର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିଲେ ।

ସେପଟେ ଦେଶରେ ଲକ୍ଷେ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ୪ ହଜାର ୭୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧ ହଜାର ୧୩୯ରେ ପହଁଚିଛି । କେବଳ ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୨ହଜାର ଆକ୍ରାନ୍ତ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ କେବଳ ମହାରାଷ୍ଟ୍ରର ମୋଟ ଆକ୍ରାନ୍ତ ସଂଖ୍ୟା ୩୫ ହଜାର ଟପିଯାଇଛି ।

Share

Leave a Reply

Your email address will not be published. Required fields are marked *

1 × two =