ଅନେକ ତ୍ୟାଗ, ବଳିଦାନ, ତପସ୍ୟା ଯୋଗୁଁ ଆଜି ସ୍ୱପ୍ନ ସାକାର ହୋଇଛି

ଉତ୍ତରପ୍ରଦେଶ()  ଅଯୋ ରାମ ମନ୍ଦିରର ଭୂମିପୂଜା ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିରର ଭୂମିପୂଜା ଓ ଶିଳାନ୍ୟାସ କରିଛନ୍ତି ।  ସ୍ୱତନ୍ତ୍ରଭାବେ ନିର୍ମିତ ରୁପା ଇଟାରେ ମୋଦୀ ଏହାର ଶିଳାନ୍ୟାସ କରିଛନ୍ତି ।

ଏହି ଅବସରରେ ଆୟୋଜିତ ଏକ ସଭାରେ ମୋଦୀ ନିଜର ବକ୍ତବ୍ୟ ରଖି କହିଛନ୍ତି ଯେ,  ନରକୁ ନାରାୟଣ ସହ ଯୋଡ଼ିବା ପ୍ରକ୍ରିୟା ହେଉଛି ରାମ ମନ୍ଦିର ।  ଆଜି ଏଠାକାର ଜୟ ଶ୍ରୀରାମ ଧ୍ୱନୀ ସାରା ବିଶ୍ୱରେ ଗୁଞ୍ଜରିତ ହେଉଛି ।  ଭାରତ ଆଜି ଏକ ସ୍ୱର୍ଣ୍ଣିମ ଅଯୋଧ୍ୟା ରଚନା କରିବାକୁ ଯାଉଛି ।  ଆଜି ପୂରା ଭାରତ ରାମ ମୟ ହୋଇଯାଇଛି ।  ସାରା ଭାରତ ରୋମାଞ୍ଚିତ, ପ୍ରତି ମନ ଦୀପମୟ ହୋଇଯାଇଛି ।  ଭାଙ୍ଗିବା ଏବଂ ପୁଣି ଉଠି ଛିଡ଼ା ହେବା ବ୍ୟତିକ୍ରମରୁ ରାମ ଜନ୍ମଭୂମି ମୁକ୍ତ ହୋଇଛି ।  ରାମମନ୍ଦିର ପାଇଁ ପିଢି ପରେ ପିଢି ଏକନିଷ୍ଠ ପ୍ରୟାସ କରିଛନ୍ତି । ରାମନ୍ଦିର ପାଇଁ ପ୍ରଚେଷ୍ଟାରେ ଅର୍ପଣ ଥିଲା ତର୍ପଣ ବି ଥିଲା ।  ଅନେକ ତ୍ୟାଗ, ବଳିଦାନ, ତପସ୍ୟା ଯୋଗୁଁ ଆଜି ସ୍ୱପ୍ନ ସାକାର ହୋଇଛି ।  ରାମ ଆମ ମନରେ ଅଛନ୍ତି, ଆମ ଭିତରେ ରହିଯାଇଛନ୍ତି ।  ଅସ୍ଥିତ୍ୱ ହରାଇବାକୁ ଅନେକ ଚେଷ୍ଟା ହୋଇଛି । ତଥାପି ରାମ ରହିଛନ୍ତି ବୋଲି ମୋଦୀ କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ, ଶ୍ରୀରାମ ମନ୍ଦିର ଆମ ସଂସ୍କୃତିର ଆଧୁନିକ ପ୍ରତୀକ ହେବ ।  ଆମ ରାଷ୍ଟ୍ରୀୟ ଭାବନାର ପ୍ରତୀକ ହେବ ।  ଏ ମନ୍ଦିର ଆସନ୍ତା ପିଢିକୁ ଆସ୍ଥା, ଶ୍ରଦ୍ଧା ଓ ସଂକଳ୍ପର ପ୍ରେରଣା ଦେବ । ମନ୍ଦିର ସହ ଏ ଅଞ୍ଚଳ  ସମ୍ପୂର୍ଣ୍ଣ ଅର୍ଥତନ୍ତ୍ର ବଦଳି ଯିବ ।  ପୂରା ଦୁନିଆରୁ ଲୋକ ଏଠାକୁ ଆସିବେ ।  ରାମ ମନ୍ଦିର ରାଷ୍ଟ୍ରକୁ ଯୋଡ଼ିବା, ନରକୁ ନାରାୟଣ ସହ ଯୋଡ଼ିବା ପ୍ରକ୍ରିୟା । ଆଜିର ଏ ଦିନ ସତ୍ୟ, ଅହିଂସା, ବଳିଦାନକୁ ଏକ ଅନୁପମ ଭେଟି  ବୋଲି ମୋଦୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

ten + eight =