ଏଚଆଇଭି ପଜିଟିଭି ଶିଶୁଙ୍କ ପାଇଁ ନୂଆ ଆଶା ‘ଶ୍ରଦ୍ଧା ସଂଜୀବନୀ’

ବ୍ରହ୍ମପୁର () ଏଚଆଇଭି ଭଳି ମାରାତ୍ମକ ରୋଗରେ ପିଡିତ ଶିଶୁଙ୍କ ପାଇଁ ଶ୍ରଦ୍ଧା ସଂଜୀବନୀ ଶିଶୁଗୃହ ଏକ ଆଶାର ଆଲୋକ ସଦୃଶ ହୋଇଛି । ଶିଶୁମାନଙ୍କ ପାଇଁ ଏହା ଏକ ବିକଳ୍ପ ଘର ଯୋଗାଇଛି । ପିଲାଙ୍କୁ ଏଠାରେ ଶିକ୍ଷା ସହ ବୈଷୟିକ ତାଲିମ ମଧ୍ୟ ଯୋଗାଇଦିଆଯାଉଛି । ଶ୍ରଦ୍ଧା ସଂଜୀବନୀର ୧୪ତମ ପ୍ରତିଷ୍ଠା ଦିବସରେ ୫ଟି ସଚିବ ଭି.କେ. ପାଣ୍ଡିଆନ ଜିଲ୍ଲା ପ୍ରଶାସନକୁ ଏହି ଶିଶୁଙ୍କ ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ ସେବା, ପୃଷ୍ଟି ଓ ତାଲମିକୁ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ଭିଡିଓ କନଫରେନସିଂରେ ୫ଟି ସଚିବ ଶ୍ରଦ୍ଧା ସଂଜୀବନୀର ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ । ସେ ଶିଶୁଙ୍କ ସହ ନିଜର ବ୍ୟକ୍ତିଗତ ଅନୁଭତିକୁ ସେୟାର କରିଥିଲେ । ୨୦୧୭ ଡିସେମ୍ବର ୨୧ ତାରିଖରେ ଗୋପାଳପୁର ଠାରେ ଏହି ଶିଶୁଗୃହ ପ୍ରତିଷ୍ଠା ହୋଇଥିଲା । ସେ ସମୟରେ ପାଣ୍ଡିଆନ ଗଂଜାମର ଜିଲ୍ଲାପାଳ ଥିଲେ । ଏହି ଶ୍ରଦ୍ଧା ସଂଜୀବନୀ ଏବେ ଏଚଆଇଭି ପଜିଟିଭ ଶିଶୁଙ୍କ ପାଇଁ ପ୍ରକୃତ ସଂଜିବନୀ ସଦୃଶ ହୋଇଛି ।

ଶିଶୁଙ୍କ ଅନୁଭୁତି ଶୁଣିବା ସହ ସେମାନଙ୍କୁ ଜୀବନର ପ୍ରତ୍ୟେକଟି ବିଧାବିଘ୍ନକୁ ସମ୍ନା କରି ଆଗକୁ ବଢିବାକୁ ଉତ୍ସାହିତ କରିଥିଲେ । ଏହି ଶିଶୁଙ୍କ ବିକାଶ ପାଇଁ ଜିଲ୍ଲା ପ୍ରଶାସନକୁ ମଧ୍ୟ ସବୁ ପ୍ରକାର ସହଯୋଗ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ୫ଟି ସଚିବ । 

ରାଜ୍ୟରେ ଯେତେ ଲୋକ ଏଚଆଇଭି ସଂକ୍ରମିତ ହେଉଛନ୍ତି ତାର ୩୨ ପ୍ରତିଶତ କେବଳ ଗଂଜାମ ଜିଲ୍ଲାରେ । ଜିଲ୍ଲାରେ ୧୬ହଜାର ୫୧୨ ଜଣ ଏଚଆଇଭି ପଜିଟିଭଙ୍କ ମଧ୍ୟରୁ ୮୦୦ ଜଣ ଶିଶୁ । ଏହି ପିଜିଟିଭି ଶିଶୁଙ୍କ ପାଇଁ ଶ୍ରଦ୍ଧା ସଂଜୀବନୀ ନୂଆ ଆଶାର ସଂଚାର କରିଛି । ଏଠାରେ କେବଳ ଗଂଜାମର ଏଚଆଇଭି ପଜିଟିଭି ଶିଶୁ ରହୁନାହାଁନ୍ତି । ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଳାହାଣ୍ଡି, ରାୟଗଡା ଓ ଗଜପତି ଜିଲ୍ଲାର ମଧ୍ୟ ଏଚଆଇଭି ପଜିଟିଭି ଶିଶୁ ରହୁଛନ୍ତି । ପ୍ରତିଷ୍ଠା ହେବା ଦିନରୁ ଏହାରେ ୯୮ଜଣ ପଜିଟିଭି ଶିଶୁ ରହିଛନ୍ତି । ବର୍ତ୍ତମାନ ଏହି ଶିଶୁଗୃହରେ ୫୩ଜଣ ଶିଶୁ ଅଛନ୍ତି । 

ଏହି ଶିଶୁମାନେ ଶିକ୍ଷାର ମୁଖ୍ୟଧାରାରେ ସାମିଲ ହେଉଛନ୍ତି । ଅନ୍ୟ ସାଧାରଣ ପିଲାଙ୍କ ଭଳି ସେମାନେ ମଧ୍ୟ ନିୟମିତ ସ୍କୁଲ ଯାଇ ଶିକ୍ଷାଗ୍ରହଣ କରୁଛନ୍ତି । ୨୦୧୫ରୁ ୨୦୨୦ ମଧ୍ୟରେ ୧୯ ଜଣ ମାଟ୍ରିକ ପାସ କରିସାରିଲେଣି । ୧୫ଜଣ ବ୍ରହ୍ମପୁରରେ ଥିବା ସରକାରୀ ଆଇଟିଆଇରେ ତାଲିମ ନେଉଥିବା ବେଳେ ଚାରିଜଣ ଡିପ୍ଲୋମା ପାସ କରିସାରିଛନ୍ତି । 

ଏଠାରେ ରହୁଥିବା ଅନ୍ତେବାସୀଙ୍କୁ ସାନିଟାରୀ ନାପକିନ ପ୍ରସ୍ତୁତି ଠାରୁ ଆରମ୍ଭ କରି ସ୍କ୍ରିନ ପ୍ରିଣ୍ଟିଂ, ରବର ଷ୍ଟାମ୍ପ ପ୍ରସ୍ତୁତି ଓ ଟେଲରିଂ କାମର ତାଲିମ ଦିଆଯାଉଛି । ୨୦୧୬ରେ ଏହାର ନୂଆ କ୍ୟାମ୍ପସକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ଏଠାରେ ୬ଟି ଆବାସିକ ହଷ୍ଟେଲ ଓ ୬୦ଟି ଟଏଲେଟ ସହ ବିରାଟ ରୋଷେଇଘର ଓ ଡାଇନିଂ ସ୍ପେସ ରହିଛି । 

Share

Leave a Reply

Your email address will not be published. Required fields are marked *

one × four =