ଭୟଙ୍କର ରୂପ ନେଇଛି ଅମ୍ପନ

ଭୁବନେଶ୍ୱର() ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ ନେଇ ଏସଆରସି ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ପାରାଦୀପଠାରୁ ୪୭୦କିମି ଦୂରରେ ରହିଛି ବାତ୍ୟା । ଘଣ୍ଟାପ୍ରତି ୧୫କିମି ବେଗରେ ଗତି କରୁଛି ଅମ୍ଫନ । ରାଜ୍ୟରେ ବାତ୍ୟା ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି । ଅନ୍ୟପଟେ ସାମାନ୍ୟ ଦୁର୍ବଳ ହୋଇଛି ମହାବାତ୍ୟା ଅମ୍ଫନ । ଏବେ ଏହା ଅତି ଭୟଙ୍କର ବାତ୍ୟାର ରୂପ ନେଇଛି । ଆସନ୍ତାକାଲି ସୁନ୍ଦରବନ ନିକଟରେ ମାଡ଼ ହୋଇପାରେ ବାତ୍ୟା ବୋଲି ସୂଚନା ରହିଛି । ଆସନ୍ତାକାଲି ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୬୫ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଆସନ୍ତାକାଲି ଉତ୍ତର ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବା ସହ ୧୧୦ ରୁ ୧୨୦ ପବନର ବେଗ ରହିବ । ଏନେଇ ଗଜପତିରେ ପାହାଡ଼ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ଓଡ଼ିଶାରେ ସମୁଦ୍ରର ଜୁଆର ସାମାନ୍ୟ ରହିବ ବୋଲି ଏସଆରସି କହିଛନ୍ତି ।
ଆଜି ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ । ଓଡ଼ିଶାର ପ୍ରଭାବ ପଡ଼ିବାକୁ ଥିବା ୪ଜିଲ୍ଳାରେ ଳୋକମାନଙ୍କୁ ସ୍ଥାନାନ୍ତରଣ କରାଯାଉଛି । ବାତ୍ୟା, ପବନ ଓ ବର୍ଷା ସମୟରେ କେହି ଘରୁ ନବାହାରିବାକୁ ଅନୁରୋଧ କରିଛନ୍ତି ଏସଆରସି । ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ସାମାଜିକ ଦୂରତା ରକ୍ଷା କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି । ଏହାସହ ବାତ୍ୟା ଆଶ୍ରୟସ୍ଥଳୀରେ ମାସ୍କ, ରୁମାଲ ଓ ଲୁଗା ବ୍ୟବହାର କରନ୍ତୁ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

17 + fourteen =