କରୋନା ନେଲା ଆଉ ୨ ଜୀବନ

କଟକ() ରାଜ୍ୟରେ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଆଜି ରାଜ୍ୟରେ ୧୬୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ଜଣ ମୃତକ କଟକର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ୭୧ ବର୍ଷୀୟ ବୃଦ୍ଧ ମଧୁମେହ ଓ କିଡନୀ ରୋଗରେ ପିଡୀତ ଥିଲେ । ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।

ସେହିପରି କଟକରେ ଜଣେ ୫୩ ବର୍ଷୀୟ ପୁରୁଷଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ବ୍ୟକ୍ତି ଜଣକ ମଧୁମେହ ରୋଗରେ ପୀଡିତ ଥିଲେ । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

5 − 3 =