ରାଜ୍ୟ କଂଗ୍ରେସ ଭବନ ପରିସରେ ଉତ୍ତେଜନା

ଭୁବନେଶ୍ବର () ରାଜ୍ୟ କଂଗ୍ରେସ ଭବନ ପରିସରେ ଉତ୍ତେଜନା । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଯୁବ କଂଗ୍ରେସର ନୂଆ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ସମର୍ଥକ ଏବଂ ବିରୋଧୀ ଯୁବ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ବିରୋଧ ଏତେ ଜୋର ହେଲା ଯେ ଶେଷରେ କଂଗ୍ରେସ ଭବନରେ ଖଣ୍ଡା ତଲୱାର ବୁଲିଲା ।

ଯୁବ କଂଗ୍ରେସର ନୂଆ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ କାର୍ୟ୍ୟରେ ଯୋଗ ଦେବା ପୂର୍ବରୁ ଶତାଧିତ ଯୁବକର୍ମୀ କଂଗ୍ରେସ ଭବନ ସମ୍ମୁଖରେ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା । ଫଳରେ କଂଗ୍ରେସ ଭବନ ପରିସରରେ ସମର୍ଥକ ଓ ବିରୋଧୀଙ୍କ ଭିତରେ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲେ । କଂଗ୍ରେସ ଭବନ ପରିସରରେ ପୋଲିସ ପହଞ୍ଚି ଉଭୟ ଗୋଷ୍ଠୀର ଯୁବ କର୍ମୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା । ଉତ୍ତ୍ୟକ୍ତକର୍ମୀଙ୍କୁ ଅଟକାଇବାକୁ ପୋଲିସ ଲାଠିଚାର୍ଜ କରିଥିବା ଜଣାପଡିଛି । ଦୁଇ ଗୋଷ୍ଠୀ ମୁହାଁମୁହିଁ ବେଳେ କିଛି କର୍ମୀ ଆହତ ହୋଇଥିଲେ । ଶେଷରେ ବିରୋଧୀ ଗୋଷ୍ଠୀ ଛାତ୍ରଭଙ୍ଗ ଦେବା ପରେ ଯୁବ କଂଗ୍ରେସର ନୂଆ ସଭାପତି ଦାୟିତ୍ୱ ନେଇଥିଲେ ।

ସେପଟେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଏହା ଦୁର୍ଭାଗ୍ୟଜନକ ଘଟଣା । ଏହାର ତଦନ୍ତ କରି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିରଞ୍ଜନ କହିଛନ୍ତି । ଏ ସଂପର୍କରେ ଏଆଇସିସିକୁ ଅବଗତ କରାଯିବ । ଯିଏ ସଭାପତି ହେଲେ ବି ସମସ୍ତେ ମିଳିମିଶି କାମ କରିବା କଥା ବୋଲି ନିରଞ୍ଜନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 + 11 =