Friday, October 30, 2026
Latestରାଜ୍ୟ

ନଭେମ୍ବର ୨୦୨୦ରେ ସରିବ ବ୍ରହ୍ମଣୀ ସେତୁ

ଜଙ୍ଗଲ ଅନୁମତି, ଜମି ଅଭାବରୁ ଆଗେଇ ପାରୁନି ପ୍ରକଳ୍ପ

ନୂଆଦିଲ୍ଲୀ () ଓଡ଼ିଶା ଦେଇ ଯାଇଥିବା ୨୩ ନଂ ଜାତୀୟ ରାଜପଥ (ନୂତନ ୧୪୩ ନମ୍ବର ଜାତୀୟ ରାଜପଥ)ର ବୀରମିତ୍ରପୁର-ବାରକୋଟ ସେକ୍ସନ ଅନ୍ତର୍ଗତ ରାଉରକେଲା ନିକଟବର୍ତୀ ବ୍ରାହ୍ମଣୀ ସେତୁରେ ଏକ ୬ ଲେନ୍ ବିଶିଷ୍ଟ ସେତୁ ନିର୍ମାଣ ପାଇଁ ଯୋଜନା କରାଯାଇଛି  । ବର୍ତମାନ ରାଉରକେଲା ସହର ନିକଟବର୍ତୀ ଏହି ନଦୀରେ ଏକ ଦୁଇ ଲେନ ବିଶିଷ୍ଟ ସେତୁ ରହିଛି, ମାତ୍ର ଏଥିରେ ପ୍ରବଳ ଗାଡ଼ି ଭିଡ଼ ପରିଲକ୍ଷିତ ହେଉଛି । ଭବିଷ୍ୟତର ଟ୍ରାଫିକ ବୃଦ୍ଧି ଏବଂ ରାଉରକେଲା ସହରର ଦୀର୍ଘ ଅଭିବୃଦ୍ଧି ସମ୍ଭାବନାକୁ ଆଖି ଆଗରେ ରଖି ଏହି ୨ ଲେନ ବିଶିଷ୍ଟ ସେତୁକୁ ୬ ଲେନ ବିଶିଷ୍ଟ କରିବା ଲାଗି ଯୋଜନା କରାଯାଇଛି  । ପ୍ରକଳ୍ପର ଦ୍ରୁତ କାର୍ଯ୍ୟକାରୀତା ଉଦ୍ଦେଶ୍ୟରେ ବୀରମିତ୍ରପୁର ବାରକୋଟ ଅଂଶକୁ ତିନୋଟି ନିର୍ମାଣ ପ୍ୟାକେଜରେ ବିଭକ୍ତ କରାଯାଇଛି  । ସମସ୍ତ ତିନୋଟି ପ୍ୟାକେଜକୁ ଇପିସି ଠିକା ଆଧାରରେ ନିଆଯାଇଛି  । ଏହି ପ୍ୟାକେଜ ମଧ୍ୟରେ ରହିଛି- ୧- ବୀରମିତ୍ରପୁର ବ୍ରାହ୍ମଣୀ ସେତୁ ଶେଷ ଭାଗ, ୨- ବ୍ରାହ୍ମଣୀ-ରାଜାମୁଣ୍ଡା ପ୍ୟାକେଜ ଏବଂ ୩- ରାଜାମୁଣ୍ଡା ବାରକୋଟ ପ୍ୟାକେଜ  । ବ୍ରାହ୍ମଣୀ ନଦୀ ଉପରେ ପ୍ରସ୍ତାବିତ ନୂତନ ୬ ଲେନ ବିଶିଷ୍ଟ, ୪୭୩ ମିଟର ଲମ୍ବ ସେତୁ ପ୍ରକଳ୍ପ ୧ ନମ୍ବର ପ୍ୟାକେଜ ଅଧୀନରେ ରହିଛି  ।

ଜମି ଅଧିଗ୍ରହଣ ଏବଂ ଜଙ୍ଗଲ ଅନୁମତି କାରଣରୁ ଏହି ପ୍ରକଳ୍ପ ବିଳମ୍ବିତ ହୋଇଛି  । ୧୫.,୦୯.୨୦୧୫ରେ ଏହି ପ୍ରକଳ୍ପ (ବୀରମିତ୍ରପୁର ବାରକୋଟ ଭାଗ) ପାଇଁ ଜଙ୍ଗଲ ଅନୁମତି  ନିମନ୍ତେ ଆବେଦନ କରାଯାଇଥିଲା । ଏହାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଅନୁମୋଦନ ପାଇଁ ପଠାଯିବା ପୂର୍ବରୁ ଏହା ରାଜ୍ୟ ସରକାରଙ୍କ ନିକଟରେ ପଡ଼ିରହିଥିଲା । ୦୪.୦୫.୨୦୧୮ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଏହି  ପ୍ରକଳ୍ପକୁ ଏକକ-୧ ଅନୁମତି ଦେଇଥିଲେ । ବ୍ରାହ୍ମଣୀ ସେତୁ ଉପରେ କାର୍ଯ୍ୟ ମେ ୨୦୧୮ରେ ଆରମ୍ଭ ହୋଇଥିଲା ଏବଂ ଏହାକୁ ୨୦୨୦ ନଭେମ୍ବର ସୁଦ୍ଧା ଶେଷ କରିବା ଲାଗି ଲକ୍ଷ୍ୟ ରଖାଯାଇଛି  । ଅନ୍ୟ ଦୁଇଟି ପ୍ୟାକେଜ- ବ୍ରାହ୍ମଣୀ-ରାଜାମୁଣ୍ଡା ଏବଂ ରାଜାମୁଣ୍ଡା-ବାରକୋଟ ପ୍ରକଳ୍ପ ପାଇଁ ୨୨.୦୫.୨୦୧୮ରେ ଅନୁମୋଦନ ମିଳିଛି ଏବଂ ଏଥିପାଇଁ ଯଥାକ୍ରମେ ୩୬୬.୫୬ କୋଟି ଏବଂ ୩୯୪ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଆହୁରି, ଜାତୀୟ ରାଜପଥ ଆଇନ ୩ ଜି ଭାଗ ଅଧୀନରେ ସେତୁ ନିକଟବର୍ତୀ ଜମି ପାଇଁ ଦିଆଯାଉଥିବା ଖର୍ଚ୍ଚ ଅନୁମୋଦନ ଲାଭ କରିସାରି ୬୪.୮୮ କୋଟି ଟଙ୍କା ଉପଯୁକ୍ତ କର୍ତୃପକ୍ଷଙ୍କ ନିକଟରେ ଜମା କରାଯାଇସାରିଥିଲେ ହେଁ, ସିଏଏଲଏ ଠାରୁ ବର୍ତମାନ ସୁଦ୍ଧା ସ୍ଥାନ ଅଧୀଗ୍ରହଣ ହୋଇପାରିନାହିଁ  । ବ୍ରାହ୍ମଣୀ ନଦୀ ପାଇଁ ମୋଟ ୧୪.୮୮ ହେକ୍ଟର ଜମି ଅଧୀଗ୍ରହଣ କରାଯିବ, ଏଥିରେ ତିନୋଟି ଗ୍ରାମ- ବ୍ରାହ୍ମଣୀ ତରଙ୍ଗ, ଦାଣ୍ଡିଆପଲ୍ଲୀ ଏବଂ ଆରଟିୟୁ ୪୧ର ୯.୪୬ ହେକ୍ଟର ଘରୋଇ ଜମି ଏବଂ ୫.୩୯ ହେକ୍ଟର ସରକାରୀ ଜମି ରହିଛି  ।

ଏହାବ୍ୟତୀତ ଜଙ୍ଗଲ ଅନୁମତି ଏବଂ ୯୦% ଜମି ଅଧୀଗ୍ରହଣ ହୋଇପାରିନଥିବାରୁ ଓଡ଼ିଶାରେ ୫୮୩ କିମି ଲମ୍ବ ଏବଂ ୭୬୦୦ କୋଟି ଟଙ୍କାର ଅନ୍ୟ ୯ଟି ପ୍ରକଳ୍ପ କାର୍ଯ୍ୟ ମଧ୍ୟ  ଦୁଇ ବର୍ଷ ହେବ ବିଳମ୍ବିତ ହୋଇଛି  ।

Share

Leave a Reply

Your email address will not be published. Required fields are marked *

1 × 5 =