ଫର୍ଚ୍ୟୁନ୍ ବ୍ରାଣ୍ଡ୍ ପକ୍ଷରୁ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଯୋଜନା ଉନ୍ମୋଚିତ

ଭୁବନେଶ୍ୱର: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ଅଂଶ ହେବାକୁ ଭାରତର ସର୍ବବୃହତ ଖାଦ୍ୟ ଓ ଏଫ୍‌ଏମ୍‌ସିଜି କଂପାନି ଆଦାନି ୱିଲ୍‌ମାର୍ ଯୋଗଦେବାକୁ ପ୍ରସ୍ତୁତ ହୋଇରହିଛି ।
ଫର୍ଚ୍ୟୁନ୍ ବ୍ରାଣ୍ଡ୍ ନାମରେ କାରବାର କରୁଥିବା ଏହି କଂପାନି ଉତ୍ସବ ଭାବକୁ ବଢ଼ାଇବା ଲାଗି ବିଭିନ୍ନ ପ୍ରକାର ଉଲ୍ଲାସପୂର୍ଣ୍ଣ କାର୍ଯ୍ୟକଳାପ ପ୍ରସ୍ତୁତ କରିଛି । ଏହି ଅବସରରେ ଆଦାନି ୱିଲ୍‌ମାର୍‌ର ସହକାରୀ ଉପ ସଭାପତି ଶ୍ରୀ ବିନିତ ବିଶ୍ୱମ୍ଭରନ କହିଛନ୍ତି ଯେ, “ଏହି ଉତ୍ସବ ପାଳନର ଅଂଶ ହେବାକୁ ଯାଉଥିବାରୁ ଫର୍ଚୁନ ବେଶ ଉତ୍ସାହିତ । ବିଶ୍ୱର ବିଭିନ୍ନ ସ୍ଥାନରୁ ଏକତ୍ରୀତ ହେଉଥିବା ଲୋକମାନଙ୍କ ପାଇଁ ପ୍ରାଣ ପ୍ରତିଷ୍ଠା ସମାରୋହ ବିଶେଷ ଗୁରୁତ୍ୱ ବହନ କରୁଛି । ଏହି ଅବସରକୁ ସୁହାଇବା ଭଳି ସ୍ୱତନ୍ତ୍ର ପାରମ୍ପରିକ ସ୍ୱାଦ ପ୍ରସ୍ତୁତ କରିବାକୁ ଯୋଜନା ରଖାଯାଇଛି ଯାହା ପରିଦର୍ଶନକାରୀମାନଙ୍କୁ ଉଲ୍ଲସିତ କରିବ । ସବୁ କିଛିକୁ ଫର୍ଚୁନ୍ ଉତ୍ପାଦକୁ ବ୍ୟବହାର କରି ପ୍ରସ୍ତୁତ କରାଯିବ ।’’
ଘରର ଖାଇବା ହେଉଛି ଘରର ଖାଇବା । ଫର୍ଚୁନ ବ୍ରାଣ୍ଡ୍‌ର ସେହି ଭାବନାକୁ ନଜରରେ ରଖି କିଛି ପାରମ୍ପରିକ ଘରେ ରୋଷେଇ ହୋଇଥିବା ଖାଦ୍ୟକୁ ନେଇ ଉତ୍ସବ ପାଳନ କରାଯିବ । ଏହି ଅବସରରେ ଫର୍ଚୁନ ପକ୍ଷରୁ ପରିଦର୍ଶନକାରୀମାନଙ୍କୁ ୨୫,୦୦୦ରୁ ଅଧିକ “ଫର୍ଚୁନ ଲୋଗୋ’ ଥିବା ଜିଲାପି ବଂଟନ କରାଯିବ । ସାରା ସହରରେ ୧୦ଟି ଜଳଖିଆ ଦୋକାନରେ ଫର୍ଚୁନରେ ପ୍ରସ୍ତୁତ ସ୍ୱତନ୍ତ୍ର ପକୋଡା ପ୍ରଦାନ କରାଯିବ । ଏହି ୧୫ ଦିିନିଆ ଅଭିଯାନ ଲୋକଙ୍କ ମଧ୍ୟରେ ଉଲ୍ଲାସ ଭରିଦେବ । ଫର୍ଚୁନ ପକ୍ଷରୁ ବିଶାଳ ଢଙ୍ଗରେ ଏକ ଦିନିକିଆ ଭୋଗ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୫୦୦୦ରୁ ଅଧିକ ଲୋକମାନଙ୍କ ପାଇଁ କଂପାନି ଏହି ଭୋଗ କାର୍ଯ୍ୟକ୍ରମ ଆୟୋଜନ କରିବ ।
ଏହା ବ୍ୟତୀତ ଅଯୋଧ୍ୟାରେ କଂପାନି ପକ୍ଷରୁ ଗେଟ୍ ବ୍ରାଣ୍ଡିଂ, ହୋର୍ଡିଂ, ଦୋକାନ ବୋର୍ଡ, କିଓସ୍କ ଭଳି ପଦକ୍ଷେପ ଗ୍ରହଣ କରାଯିବ ଯାହା ଫର୍ଚୁନ ବ୍ରାଣ୍ଡ୍ ପ୍ରତି ପରିଦର୍ଶନକାରୀଙ୍କ ଧ୍ୟାନ ଆକର୍ଷଣ କରିବ ।
ଶ୍ରୀମଦ ରାମାୟଣ ପାଇଁ କଂପାନି ସମ୍ପୂର୍ଣ୍ଣ ଅବଧି ଲାଗି ଟିଭି ପ୍ରାୟୋଜକ ହେବ । ସେହି ପ୍ରାୟୋଜକ ଫର୍ଚୁନ ମାଷ୍ଟର ବ୍ରାଣ୍ଡ୍‌, ଚକି ଫ୍ରେସ ଅଟା, ସୋୟାବିନ ତେଲ, ସୋରିଷ ତେଲ, ସୋୟା ନଗେଟ୍‌, ବେସନ, ରାଇସ୍ ବ୍ରାନ୍ ତେଲ ଓ କୋହିନୂର ବାସମତି ଚାଉଳକୁ ବ୍ୟବହାର କରାଯିବ । ଏହି ସମୟରେ ଟିଭି ବିଜ୍ଞାପନଗୁଡ଼ିକର ପ୍ରସାରଣ କରାଯିବ ।

Share

Leave a Reply

Your email address will not be published. Required fields are marked *

eleven + 19 =