ଟାଇଟାନ୍ ୱାର୍ଲଡ୍‌ସ ପକ୍ଷରୁ ମଦର୍ସ ଡେ’ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସବୁଠୁ ଅଗ୍ରଣୀ ଘଂଟା ରିଟେଲ୍ ନେଟ୍‌ୱର୍କ ଟାଇଟାନ୍ ୱାର୍ଲଡ୍ ପକ୍ଷରୁ ମଦର୍ସ ଡେ’ (ମାତୃ ଦିବସ) ଅଭିଯାନ ଘୋଷଣା କରାଯାଇଛି, ଯେଉଁଥିରେ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମହିଳା ମା’ଙ୍କ ସହିତ ବିତାଇବାର ଭାବକୁ ତୋଳି ଧରିବାକୁ ପ୍ରୟାସ କରାଯାଇଛି । ଏହି ଅଭିଯାନରେ ମାଆ ଓ ପୁଅ ଭିତରେ ଥିବା ନିବିଡ଼ ସମ୍ପର୍କକୁ ଅତି ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି । ଏହି ଅଭିଯାନରେ ନିଜ ମା’ଙ୍କ ସହିତ ବିତାଇଥିବା ପ୍ରତିଟି ମୂହୂର୍ତର ମୂଲ୍ୟ ବିଷୟରେ ଅବଗତ କରାଯାଇଛି ।
ଏହି ମାତୃ ଦିବସ ଟାଇଟନ୍ ୱାର୍ଲ୍ଡ ଗ୍ରାହକମାନଙ୍କୁ ମା’ମାନଙ୍କ ପାଇଁ ଏକ ଅବିସ୍ମରଣୀୟ ଅନୁଭୂତି ସୃଷ୍ଟି କରିବାର ସୁଯୋଗ ପ୍ରଦାନ କରୁଛି ଯେଉଁଠାରେ ସେମାନେ ଷ୍ଟୋର୍ ଭିତରେ ଆନନ୍ଦମୟ ଉତ୍ସବର ଏକ ଅଂଶ ହୋଇପାରିବେ । ଏଥିପାଇଁ ନିର୍ଦ୍ଦିଷ୍ଟ ଟାଇଟାନ୍ ୱାର୍ଲ୍ଡ ଷ୍ଟୋର୍‌ଗୁଡ଼ିକୁ ଆନନ୍ଦର ଆଶ୍ରୟସ୍ଥଳୀରେ ପରିଣତ କରାଯିବ । ଏହି ଅବସରକୁ ଉତ୍ସବ ଆକାରରେ ପାଳନ କରିବା ପାଇଁ ବିଭିନ୍ନ ପ୍ରକାରର ସାଜସଜ୍ଜା, କେକ୍ ଏବଂ ଫୁଲରେ ସଜ୍ଜିତ କରାଯିବ । ଏହାକୁ ଆଉ ଏକ ପାଦ ଆଗକୁ ନେଇ ଗ୍ରାହକମାନେ ଏକ ଆକର୍ଷଣୀୟ ହସ୍ତ-ଚିତ୍ରାଙ୍କନ କାର୍ଯ୍ୟରେ ନିୟୋଜିତ ହୋଇପାରିବେ ଯାହାକୁ ସେମାନଙ୍କର ଅନନ୍ୟ ବନ୍ଧନର ପ୍ରତୀକ ଭାବରେ ପ୍ରସ୍ତୁତ କରାଯାଇପାରିବ । ଏହି ଅନୁଭୂତି ପ୍ରକୃତରେ ଏକ ସ୍ମରଣୀୟ ଉତ୍ସବ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ କରାଯାଇଛି ଯାହା ମା’ ଏବଂ ସେମାନଙ୍କ ପରିବାରକୁ ପ୍ରେମର ମୁହୁର୍ତକୁ ମନେ ରଖିବାରେ ସାହାଯ୍ୟ କରିବ ।
ଏହି ଅବସରରେ ଟାଇଟାନ୍ ୱାଚ୍ସର ଉପାଧ୍ୟକ୍ଷ ତଥା ମୁଖ୍ୟ ବିକ୍ରୟ ଓ ମାର୍କେଟିଂ ଅଫିସର ରାହୁଲ ଶୁକ୍ଳା କହିଛନ୍ତି ଯେ, “ଆଜିର ତତ୍କାଳ ସନ୍ତୋଷର ଯୁଗରେ ଆମେ ଟାଇଟାନ୍ ୱାର୍ଲ୍ଡରେ ଏକ ଅଭିଯାନ ଉନ୍ମୋଚନ କରୁଛୁ, ଯେଉଁଥିରେ ସେହି ମହିଳାଙ୍କ ସହ ଗୁଣାତ୍ମକ ସମୟ ବିତାଇବା ଉପରେ ଗୁରୁତ୍ୱ ଦିଆଯାଉଛି ଯିଏ କି ତାଙ୍କ ସମଗ୍ର ଜୀବନକୁ ଉତ୍ସର୍ଗ କରିଥିଲେ । ଏହି ଦିନଟି ଆପଣଙ୍କ ମା’ ଏବଂ ଆପଣଙ୍କ ପାଇଁ ସ୍ମରଣୀୟ ମୁହୂର୍ତ ଭାବେ ସୁନିଶ୍ଚିତ କରିବା ପାଇଁ ଆମେ ଏକ ସ୍ୱତନ୍ତ୍ର ଷ୍ଟୋର ଭିତର ଅନୁଭୂତି ପ୍ରଦାନ କରି ଆନନ୍ଦିତ ଅନୁଭବ କରିବୁ । ଦିନଟିକୁ ସ୍ମରଣୀୟ ରଖିବା ପାଇଁ ଆପଣ ଆମର ବିସ୍ତୁତ ଘଂଟା ସମୁହରୁ ଆପଣ ନିଜ ବ୍ୟକ୍ତିକ୍ୱକୁ ସୁହାଇଲା ଭଳି ଘଂଟା ଚୟନ କରିପାରିବେ ।”
ଗ୍ରାହକମାନେ କେବଳ ଏସଜିବିଏଲ୍ ରିଟେଲ୍ ପ୍ରାଇଭେଟ୍ ଲିମିଟେଡ୍ ଷ୍ଟୋରରେ ଷ୍ଟୋର୍ ଭିତର ଉତ୍ସବର ଆନନ୍ଦ ନେଇପାରିବେ । [email protected] ରେ ଆମକୁ ଇ-ମେଲ୍ କରି ଆପଣଙ୍କ ମାତୃ ଦିବସକୁ ସ୍ମରଣୀୟ କରନ୍ତୁ ।

Share

Leave a Reply

Your email address will not be published. Required fields are marked *

eleven − 3 =