ଜାୱା ୟେଜ୍‌ଦି ମୋଟରସାଇକଲ୍ସ ପକ୍ଷରୁ ଭୁବନେଶ୍ୱରରେ ମେଗା ସର୍ଭିସ୍ ଶିବିର


ଭୁବନେଶ୍ୱର: ଜାୱା ୟେଜଦୀ ମୋଟରସାଇକଲ୍ସ ପକ୍ଷରୁ ଏହାର ସଫଳ ମେଗା ସର୍ଭିସ୍ ଶିବିରକୁ ଭୁବନେଶ୍ୱରରେ ଆୟୋଜନ କରାଯିବ । ସାରା ଦେଶରେ ସର୍ଭିସ୍ ଶିବିରର ପ୍ରଥମ ପର୍ଯ୍ୟାୟ ଅଶେଷ ସଫଳତା ହାସଲ କରିବା ପରେ ଅଧିକ ସହରକୁ ଦ୍ୱିତୀୟ ପର୍ଯ୍ୟାୟ ସର୍ଭିସ୍ ଶିବିର ସମ୍ପ୍ରସାରଣ କରାଯିବ । ଭୁବନେଶ୍ୱରରେ ୨୦୨୪ ମେ’ ୧୧ ଓ ୧୨ ତାରିଖରେ ଏହି ଶିବିର ଅନୁଷ୍ଠିତ ହେବ ଯେଉଁଥିରେ ଏହି ଅଂଚଳର ୨୦୧୯ ଓ ୨୦୨୦ର ଜାୱା ମୋଟରସାଇକଲ୍ ମାଲିକମାନେ ଅଂଶଗ୍ରହଣ କରିପାରିବେ ।
ରସୁଲଗଡ଼ର ପଳାସୁଣୀ ସପ୍ତସତୀ ମନ୍ଦିର ନିକଟସ୍ଥ ମୂରଲୀ ଆଣ୍ଡ୍ ସନ୍ସ ଅଟୋମୋଟିଭ୍‌ସରେ ଏହି ଶିବିରକୁ ଆୟୋଜନ କରାଯିବ ।
ଏହି ଶିବିରରେ ୨୦୧୯ ଓ ୨୦୨୦ର ଜାୱା ମୋଟରସାଇକଲ୍ ମାଲିକମାନେ ବ୍ୟାପକ ଗାଡ଼ି ସ୍ୱାସ୍ଥ୍ୟ ଯାଂଚ, କେତେକ ନିର୍ଦ୍ଦିଷ୍ଟ ପାର୍ଟସ୍‌କୁ ମାଗଣାରେ ବଦଳାଇବା ସୁବିଧା ପାଇପାରିବେ । ମୋତୁଲ, ଆମାରନ୍ ଓ ସିଏଟ୍ ଟାୟାର୍ସ ଭଳି ଅଗ୍ରଣୀ ଅସଲି ଉପକରଣ ଯୋଗାଣକାରୀମାନେ ଗ୍ରାହକଙ୍କୁ ସହଯୋଗ କରିବା ଲାଗି ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିବେ । ଗ୍ରାହକଙ୍କ ଦୀର୍ଘସ୍ଥାୟୀ ସନ୍ତୁଷ୍ଟିକୁ ସୁନିଶ୍ଚିତ କରିବା ପାଇଁ ଜାୱା ୟେଜ୍‌ଦୀ ମୋଟରସାଇକଲ୍‌ସ ପକ୍ଷରୁ ମୋଟରସାଇକଲ୍‌ର ସ୍ଥିତି ଅନୁସାରେ ମାଗଣା ବର୍ଦ୍ଦିତ ୱାରେଂଟି ପ୍ରଦାନ କରାଯାଉଛି । ନିଜ ମୋଟରସାଇକଲ୍‌କୁ ଅପ୍‌ଗ୍ରେଡ୍ କରିବାକୁ ଚାହୁଥିବା ଗ୍ରାହକମାନଙ୍କ ଲାଗି ଏକ ସ୍ୱତନ୍ତ୍ର ଜୋନ୍ ସ୍ଥାପନ କରାଯାଇଛି ଯେଉଁଥିରେ ଗାଡ଼ିର ବିନିମୟ ମୂଲ୍ୟ ଆକଳନ କରିହେବ ।
ଏହି ଶିବିରର ପ୍ରଥମ ପର୍ଯ୍ୟାୟରେ କମ୍ପାନି ପକ୍ଷରୁ ୬୨୫୦ ରୁ ଅଧିକ ମୋଟରସାଇକଲ୍‌ର ସର୍ଭିସିଂ କରାଯାଇଥିବା ବେଳେ ଜୁନ୍ ଶେଷ ସୁଦ୍ଧା ୧୦ ହଜାର ଗାଡ଼ିର ସର୍ଭିସିଂ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି । ଆଗାମୀ ଦିନରେ ଜାୱା ପକ୍ଷରୁ ଦେଶର ବିଭିନ୍ନ ସହରରେ ଏହି ମେଗା ଶିବିର ଆୟୋଜନ କରାଯିବ । ହୁବୁଲି, ପାଟନା, ତ୍ରିଚି, ଅନନ୍ତପୁର, ଗୋଆ, ନାସିକ ଓ ଜବରଲପୁରରେ ଏହି ଶିବିର ଆୟୋଜନ କରାଯିବ । ଗ୍ରାହକ ଅନୁଭୂତିକୁ ଅଗ୍ରାଧିକାର ଦେବା ଏବଂ ଅତୁଳନୀୟ ମାଲିକାନା ଅନୁଭୂତି ପ୍ରଦାନ କରିବାକୁ ପ୍ରାଥମିକତା ଦେବାରେ କମ୍ପାନିର ପ୍ରତିବଦ୍ଧତାକୁ ଏହି ଅଭିଯାନ ଦୋହରାଉଛି ।
କମ୍ପାନିର ନିକଟତମ ଡିଲରସିପ୍‌ରେ ନିଜ ପସନ୍ଦର ସମୟ ଚୟନ କରିବା ଲାଗି ଜାୱା ୟେଜଦି ମୋଟରସାଇକଲ୍ ମାଲିକମାନଙ୍କୁ ଆହ୍ୱାନ ଦିଆଯାଇଛି । ଆପଣଙ୍କ ମୋଟରସାଇକଲ୍‌ର ଭଲ ଯତ୍ନ ନେବାର ଏହି ସୁଯୋଗ ହାତ ଛଡ଼ା କରନ୍ତୁ ନାହିଁ ଏବଂ ଗ୍ରାହକ ସନ୍ତୁଷ୍ଟିକୁ ପ୍ରତ୍ୟକ୍ଷ ଅନୁଭବ କରନ୍ତୁ ।

Share

Leave a Reply

Your email address will not be published. Required fields are marked *

18 − three =