Business

ତନିସ୍କ ପକ୍ଷରୁ ଭୁବନେଶ୍ୱର, ଶହୀଦ ନଗରଠାରେ ୧୧,୦୦୦ ବର୍ଗ ଫୁଟର ନୂତନ ଷ୍ଟୋର ଶୁଭାରମ୍ଭ

ଟାଟା ଗ୍ରୁପ୍‌ର ଭାରତର ସବୁଠାରୁ ବଡ଼ ଗହଣା ରିଟେଲ ବ୍ରାଣ୍ଡ \”ତନିସ୍କ\’ ଓଡ଼ିଶାର ଭୁବନେଶ୍ୱରସ୍ଥିତ ଶହୀଦ ନଗରଠାରେ ତାହାର ଏକ ବିଶାଳ ନୂତନ ଷ୍ଟୋରର ଶୁଭାରମ୍ଭ ଘୋଷଣା କରିଛି । ଏହି ନୂତନ ଷ୍ଟୋର ସହିତ ଓଡ଼ିଶାରେ ତନିସ୍କର ମୋଟ ଷ୍ଟୋର ସଂଖ୍ୟା ୨୧ରେ ପହଞ୍ଚିଛି, ଯାହା ପୂର୍ବ ଭାରତରେ ଏହାର ଉପସ୍ଥିତିକୁ ଆହୁରି ମଜବୁତ କରିଛି । ଏହି ଷ୍ଟୋରଟି ଓଡ଼ିଶାର ସମୃଦ୍ଧ କାରୁକାର୍ଯ୍ୟ, ଐତିହ୍ୟ ଏବଂ ଆଧୁନିକତା ଶୈଳୀର ଏକ ସୁନ୍ଦର ସମାହାର ଅଟେ ।
ଟାଇଟନ୍ କମ୍ପାନୀ ଲିମିଟେଡର ପୂର୍ବତନ ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ସି. କେ. ଭେଙ୍କଟରାମନ୍ ଦିନ ୧୨ଟାରେ ଏହି ଷ୍ଟୋରର ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଟାଇଟନ୍ କମ୍ପାନୀ ଲିମିଟେଡର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ (ପୂର୍ବ) ଶ୍ରୀ ସାହା ଗୌରବ କ୍ରିଷ୍ଣା ଏବଂ ବ୍ୟବସାୟୀ ସହଯୋଗୀ ଶ୍ରୀ ଯୋଗେନ୍ଦ୍ର ହଂସ ଉପସ୍ଥିତ ଥିଲେ ।
ଏହି ଷ୍ଟୋରଟି ୧୧,୦୦୦ ବର୍ଗ ଫୁଟ ପରିମିତ ସ୍ଥାନରେ ବ୍ୟାପ୍ତ । ଯାହା ଜନପଥ ରୋଡ୍‌, ମହର୍ଷି କଲେଜ ଛକ, ଆଇଡିବିଆଇ ବ୍ୟାଙ୍କ ପାଖ, ଶହୀଦ ନଗର, ଭୁବନେଶ୍ୱର ୭୫୧୦୦୭ ଠାରେ ଅବସ୍ଥିତ । ଓଡ଼ିଶାର ସମୃଦ୍ଧ କଳା ପରମ୍ପରା ଯେପରିକି ସୂକ୍ଷ୍ମ ପଥର ଓ କାଠ ଖୋଦେଇ, ପଟ୍ଟଚିତ୍ର, ଝୋଟି ଚିତା, ସବାଇ ଘାସର କାରୁକାର୍ଯ୍ୟ ଏବଂ ସମ୍ବଲପୁରୀ ବୁଣାକାର ଶୈଳୀ ଦ୍ୱାରା ଅନୁପ୍ରାଣିତ ହୋଇ ଏହି ଷ୍ଟୋରଟି ନିର୍ମାଣ କରାଯାଇଛି । ଯାହା ତନିସ୍କର ଉତ୍କୃଷ୍ଟ ଡିଜାଇନ୍ ଏବଂ ଗ୍ରାହକ-ପ୍ରଥମ ନୀତିକୁ ପ୍ରତିଫଳିତ କରୁଛି ।
ଷ୍ଟୋରର ସମ୍ମୁଖ ଭାଗ ଓଡ଼ିଶାର ମନ୍ଦିର ସ୍ଥାପତ୍ୟ ଏବଂ ସମ୍ବଲପୁରୀ ସିଲ୍କ ମୋଟିଫ୍ ଦ୍ୱାରା ଅନୁପ୍ରାଣିତ ହୋଇଥିବା ବେଳେ ପ୍ରବେଶ ପଥର ମାର୍ବଲ ଇନଲେ ଝୋଟି ଚିତାର ସୂକ୍ଷ୍ମ ଜ୍ୟାମିତିକ ଆକୃତିର ରହିଛି । ପାର୍ଟିସନଗୁଡ଼ିକରେ ପଟ୍ଟଚିତ୍ର ଦ୍ୱାରା ଅନୁପ୍ରାଣିତ ପଦ୍ମଫୁଲର ହାତବୁଣା ଚିତ୍ର ଏବଂ ପାହାଚ କାନ୍ଥଗୁଡ଼ିକରେ ସମ୍ବଲପୁରୀ ଇକ୍କତ୍‌, ବ୍ରହ୍ମପୁରୀ ପାଟ ଏବଂ ବୋମକାଇ ସିଲ୍କ ଶୈଳୀର ଝଲକ ରହିଛି । ବ୍ରହ୍ମପୁରୀ ପାଟରୁ ଅନୁପ୍ରାଣିତ କୋର୍ନିସ୍ ଏବଂ ପଦ୍ମଫୁଲ ଆକୃତିର ଝାଡ଼ବତି ଷ୍ଟୋରର ଶୋଭା ବୃଦ୍ଧି କରୁଛି । ଏହା ସହିତ କ୍ୟାସ୍ କାଉଣ୍ଟରଟି ଓଡ଼ିଶାର ପଥର ଖୋଦେଇ ପରମ୍ପରାକୁ କପର ଫିନିସିଂ ସହ ମନୋରମ ବୃତ୍ତାକାର ମୋଟିଫ୍ ମାଧ୍ୟମରେ ଉପସ୍ଥାପନ କରାଯାଇଛି । \”ରିବାହ\’ ବିବାହ ଗହଣା ବିଭାଗରେ ବୃହତ୍ ପଟ୍ଟଚିତ୍ର, କାରିଗରମାନଙ୍କ ଦ୍ୱାରା ତିଆରି ସବାଇ ଘାସର ସାଜସଜ୍ଜା ଏବଂ କାଠ ଖୋଦେଇ ପୋର୍ଟାଲ୍ ଦ୍ୱାରା ପରିପୂର୍ଣ୍ଣ ହୋଇଛି ।
ଏହି ଷ୍ଟୋରରେ ପ୍ଲେନ୍ ଗୋଲ୍ଡ, ହୀରା, ପ୍ରାକୃତିକ ରଙ୍ଗୀନ ପଥର ଏବଂ ପୋଲକି ଗହଣାର ଏକ ବିଶାଳ ସଂଗ୍ରହ ରହିଛି । ଏଠାରେ ତନିସ୍କର ନୂତନ ଦୀପାବଳି କଲେକ୍ସନ୍ \”ଆଧ୍ୟାନ୍ତର\’ର ସମ୍ଭାର ଉପଲବ୍ଧ ରହିଛି, ଯାହା ମହାକାଶ, ତାରକା ମଣ୍ଡଳ, ଚନ୍ଦ୍ର ଓ ଭୋରର ଆଲୋକ ଦ୍ୱାରା ଅନୁପ୍ରାଣିତ । ଗ୍ରାହକମାନେ ଏଠାରେ \”ଆଗମନ\’, \”ଆବାହନ\’, \”ଏଲାନ୍‌\’, ଦୈନନ୍ଦିନ ବ୍ୟବହାର ପାଇଁ \”ଗ୍ଲାମଡେଜ୍‌\’ ଏବଂ ହାଲୁକା ଗହଣା କଲେକ୍ସନ୍ \”ଷ୍ଟ୍ରିଙ୍ଗ୍ ଇଟ୍‌\’ର ମଧ୍ୟ ପାଇପାରିବେ । ଏହା ବ୍ୟତୀତ ମଙ୍ଗଳସୂତ୍ର କଲେକ୍ସନ୍ \”ଡୋର\’, ପୁରୁଷଙ୍କ ଗହଣା \”ଅବୀର\’ ଏବଂ ବିବାହ କଲେକ୍ସନ୍ \”ରିବାହ\’ ମଧ୍ୟ ଉପଲବ୍ଧ ରହିଛି ।
ଶୁଭାରମ୍ଭ ଉପଲକ୍ଷେ ତନିସ୍କ ପକ୍ଷରୁ ସ୍ୱତନ୍ତ୍ର ଅଫର୍ ଘୋଷଣା କରାଯାଇଛି, ଯେଉଁଥିରେ ଗ୍ରାହକମାନେ ସୁନା ଗହଣା ପ୍ରତି ଗ୍ରାମ୍‌ରେ ୩୦୧ ଟଙ୍କା ପର୍ଯ୍ୟନ୍ତ ଛାଡ଼, ମେକିଂ ଚାର୍ଜ ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ଏବଂ ଯେକୌଣସି ଜୁଏଲରଙ୍କଠାରୁ ପୁରୁଣା ସୁନା (୧୮ କ୍ୟାରେଟ୍‌ରୁ ଉର୍ଦ୍ଧ୍ୱ) ବଦଳାଇଲେ କିଛି ବି କାଟ-ଛାଟ ବିନା ସମ୍ପୂର୍ଣ୍ଣ ସୁନାର ଦାମ ପାଇପାରିବେ । ଏହା ସହିତ ଗ୍ରାହକମାନେ ଆଡଭାନ୍ସ ବୁକିଂ କରି ‘ଗୋଲ୍ଡ ରେଟ୍ ପ୍ରୋଟେକ୍ସନ’ ର ଲାଭ ମଧ୍ୟ ଉଠାଇପାରିବେ । ଏହି ଅର୍ଫଗୁଡ଼ିକ ୨୬ ଅକ୍ଟୋବର ୨୦୨୬ ରୁ ଲାଗୁ ହେବ ।
ଉଦ୍‌ଘାଟନ ଅବସରରେ ଟାଇଟନ୍ କମ୍ପାନୀ ଲିମିଟେଡର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ (ପୂର୍ବ) ଶ୍ରୀ ସାହା ଗୌରବ କ୍ରିଷ୍ଣା କହିଛନ୍ତି, “ଓଡ଼ିଶା ସଦାସର୍ବଦା ତନିସ୍କ ପାଇଁ ଏକ ଆଦରଣୀୟ ଏବଂ ବିଶ୍ୱସ୍ତ ବଜାର ହୋଇରହିଛି । ରାଜ୍ୟରେ ଆମର ୨୧ତମ ଷ୍ଟୋର ଏବଂ ଭୁବନେଶ୍ୱର-କଟକ ଟ୍ୱିନ୍ ସିଟିରେ ୬ଷ୍ଠ ଷ୍ଟୋର ମାଧ୍ୟମରେ ଆମେ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଏବଂ କଳାକୁ ସମ୍ମାନ ଜଣାଇ ଗ୍ରାହକଙ୍କୁ ଏକ ଅନନ୍ୟ ଗହଣା କିଣିବାର ଅନୁଭୂତି ପ୍ରଦାନ କରୁଛୁ । ଉତ୍ସବ ଏବଂ ବିବାହ ଋତୁ ଆରମ୍ଭ ହେଉଥିବାରୁ ଆମେ ଗ୍ରାହକମାନଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସାହିତ । ଏହି ଶୁଭାରମ୍ଭ ସହିତ ଆମେ ଓଡ଼ିଶା ପ୍ରତି ଆମର ପ୍ରତିବଦ୍ଧତା, ବିଶ୍ୱାସ, ସଚ୍ଚୋଟତା ଏବଂ କାରୁକାର୍ଯ୍ୟର ସୁନାମକୁ ଆହୁରି ମଜବୁତ କରୁଛୁ ।”

Share

Leave a Reply

Your email address will not be published. Required fields are marked *

15 + 6 =