ଟାଲି ସଲୁୃ୍ୟସନ୍ସ ପକ୍ଷରୁ ‘ଏମ୍‌ଏସ୍‌ଏମ୍‌ଇ ଅନର୍ସ’ର ତୃତୀୟ ସଂସ୍କରଣ ଘୋଷଣା

ଭୁବନେଶ୍ୱର: ତିନି ଦଶଦ୍ଧିରୁ ଅଧିକ ସମୟ ଧରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ବ୍ୟବସାୟ ପରିଚାଳନା ସମାଧାନ ପ୍ରଦାନ କରୁଥିବା ଅଗ୍ରଣୀ ସଫ୍‌ଟଓୟାର କଂପାନି ଟାଲି ସଲ୍ୟୁସନ୍ସ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ଅନର୍ସର ତୃତୀୟ ସଂସ୍କରଣ ଘୋଷଣା କରାଯାଇଛି । ଦେଶର ଅର୍ଥନୈତିକ ବିକାଶ ପ୍ରତି ଯୋଗଦାନ ପ୍ରଦାନ କରୁଥିବା ବ୍ୟବସାୟ ଓ ଉଦ୍ୟୋଗୀଙ୍କୁ ଚିହ୍ନଟ କରିବା ଲାଗି ଏହା ହେଉଛି ଏକ ବାର୍ଷିକ ଅଭିଯାନ । ତୃଣମୂଳ ସ୍ତରରେ ଶ୍ରେଷ୍ଠ ପ୍ରଥା ଜରିଆରେ ବିବିଧତା ଓ ସକାରାତ୍ମକ ପ୍ରଭାବ ସୃଷ୍ଟି କରୁଥିବା ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଏଥିରେ ମାନ୍ୟତା ପ୍ରଦାନ କରାଯାଉଛି । ଅର୍ଥନୀତିିକୁ ଆଗକୁ ବଢ଼ାଉଥିବା ସବୁ ପ୍ରକାର ସହଜ, କ୍ଷେତ୍ର ଓ ଅଜଣା ହିରୋମାନଙ୍କ ଭଳି ବାସ୍ତବ ପ୍ରଭାବ ସୃଷ୍ଟିକାରୀଙ୍କୁ ଏହି ଅଭିଯାନରେ ମାନ୍ୟତା ପ୍ରଦାନ କରାଯାଉଛି ।
ବାର୍ଷିକ ୨୫୦ କୋଟି ଟଙ୍କାରୁ କମ୍ କାରବାର କରୁଥିବା ଏବଂ ବୈଧ ଜିଏସ୍‌ଟିଆଇଏନ୍ ରଖିଥିବା ସବୁ ବ୍ୟବସାୟ ଏହି ସମ୍ମାନଜନକ ମାନ୍ୟତାରେ ଅଂଶଗ୍ରହଣ କରିପାରିବେ । ୨୦୨୩ ମେ’ ୧୦ ସୁଦ୍ଧା ଆଗ୍ରହୀ ବ୍ୟବସାୟ ଓ ଉଦ୍ୟୋଗୀମାନେ ସେମାନଙ୍କ ଆବେଦନକୁ ଏଥିପାଇଁ ଦାଖଲ କରିପାରିବେ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଗ୍ଧବକ୍ଷକ୍ଷଚ୍ଚଗ୍ଦକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭଗ୍ଦ.ମକ୍ଟଜ୍ଞ/ଜ୍ଞଗ୍ଦଜ୍ଞର-ଷକ୍ଟଦ୍ଭକ୍ଟଙ୍କକ୍ସଗ୍ଦ ଭଚ୍ଚ ୧୦ଗ୍ଧଷ ଗବଚ୍ଚ ୨୦୨୩ ।
ଏମ୍‌ଏସ୍‌ଏମ୍‌ଇ ଅନର୍ସର ଦ୍ୱିତୀୟ ସଂସ୍କରଣରେ ୧,୪୮୭ ସହରରୁ ପ୍ରାୟ ୨୦୦୦ ଆବେଦନ ଆସିଥିଲା । ସେଥିରୁ ୯୮ ବ୍ୟବସାୟକୁ ଆନ୍ତର୍ଜାତିକ ଏମ୍‌ଏସ୍‌ଏମ୍‌ଇ ଦିବସରେ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷ ଭାରତ, ୟୁଏଇ, ସାଉଦି ଆରବ, ବାଂଲାଦେଶ, ନେପାଳ, ଇଣ୍ଡୋନେସିଆ ଓ ଆଫ୍ରିକାର ବ୍ୟବସାୟକୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ।
ୱାଣ୍ଡର ଓମ୍ୟାନ୍‌, ବିଜନେସ୍ ମାଏଷ୍ଟ୍ରୋ, ନିଉଜେନ୍ ଆଇକନ୍‌, ଟେକ୍ ଟ୍ରାନ୍ସଫରମର ଓ ଚାମ୍ପିଆନ୍ ଅଫ୍ କଜ୍ ଭଳି ପାଂଚଟି ବର୍ଗରେ ପୁରସ୍କାର ପ୍ରଦାନ କରାଯିବ ।
ଏହି ଅଭିଯାନ ସମ୍ପର୍କରେ ଟାଲି ସଲ୍ୟୁସନ୍ସର ମୁଖ୍ୟ ମାର୍କେଟିଂ ଅଧିକାରୀ ଜାୟାତି ସିଂହ କହିଛନ୍ତି ଯେ, “ଲଘୁ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ଯେଉଁଥିରେ ସାମିଲ ରହିଛି ଷ୍ଟାର୍ଟଅପ୍‌ସ୍‌, ପାରମ୍ପରିକ ଦୀର୍ଘସ୍ଥାୟୀ ବ୍ୟବସାୟ ଓ ଅନ୍ୟମାନଙ୍କୁ କେବଳ ବିଶ୍ୱ ଅର୍ଥନୀତି ପାଇଁ ସେମାନଙ୍କ ଅବଦନା ଲାଗି ନୁହେଁ ବରଂ କିଛି ଚମତ୍କାର ନବସୃଜନ ଓ ଅଭିବୃଦ୍ଧି କାହାଣୀ ତାହାକୁ ପାଳନ କରିବାର ଆବଶ୍ୟକତା ରହିଛି । ବିଭିନ୍ନ ଆକାର, ଭୌଗୋଳିକ ସ୍ଥିତି, ବ୍ୟବସାୟ ପ୍ରକାର ଓ ଅବଧିକୁ ନେଇ ଏହି ସଫଳ କାହାଣୀଗୁଡ଼ିକୁ ପାଳନ କରିବା ଲାଗି ଏମ୍‌ଏସ୍‌ଏମ୍‌ଇ ଅନର୍ସର ତୃତୀୟ ସଂସ୍କରଣରେ ଲକ୍ଷ୍ୟ ରଖାଯାଇଛି । ଏହି ପ୍ଲାଟଫର୍ମ ଜରିଆରେ ଭାରତୀୟ ସହର ଓ ନଗରର ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ସ୍ୱର ପ୍ରଦାନ କରିବା ଓ ସେମାନଙ୍କ ସ୍ୱତନ୍ତ୍ର ଯୋଗଦାନକୁ ଲୋକଲୋଚନକୁ ଆଣିବା ଲାଗି ଆମେ ଚାହୁଛୁ । ବିଭିନ୍ନ ପ୍ଲାଟଫର୍ମରେ ବର୍ଷତମାମ ଏହାର ପ୍ରଚାର କରାଯିବ ଯାହା ଦେଶରେ ଉଦ୍ୟମିତା ଅଭିବୃଦ୍ଧି ଓ ବିକାଶରେ ଆହୁରି ଉନ୍ନତି ଆଣିବ ।’’

Share

Leave a Reply

Your email address will not be published. Required fields are marked *

two × four =