ଇଣ୍ଡସ୍ଇଣ୍ଡ୍ ଜେନେରାଲ୍ ଇନସୁରାନ୍ସ ପରିବାରଗୁଡ଼ିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ପଦର ସୁରକ୍ଷା ପାଇଁ ଉତ୍ସାହିତ କରୁଛି
ଭୁବନେଶ୍ୱର: ସାରା ଭାରତରେ ପରିବାରଗୁଡ଼ିକ ଭକ୍ତି, ଏକତା ଏବଂ ଆନନ୍ଦର ସହ ପର୍ବଣଋତୁର ଆଗମନରେ ଗଣେଶୋତ୍ସବ ପାଳନ କରୁଥିବା ବେଳେ, ଏହି ପର୍ବ ନିଜର ପ୍ରିୟଜନ, ଘର ଏବଂ ସ୍ୱପ୍ନଗୁଡ଼ିକୁ ସୁରକ୍ଷିତ ରଖିବାର ଗୁରୁତ୍ୱ ବିଷୟରେ ମନେ ପକାଇଦିଏ। ଭଗବାନ ଗଣେଶ ବିଘ୍ନବିନାଶକ ଭାବରେ ପୂଜା ପାଉଥିବା ବେଳେ, ସଠିକ୍ ପ୍ରସ୍ତୁତି ଏବଂ ସଚେତନତା ପରିବାରଗୁଡ଼ିକୁ ଜୀବନର ଅନିଶ୍ଚିତତାକୁ ଦୃଢ଼ତା ସହ ସାମ୍ନା କରିବାରେ ସାହାଯ୍ୟ କରିଥାଏ।
ପାର୍ବଣ ଋତୁରେ ସାଧାରଣତଃ ଯାତ୍ରା, ମୂଲ୍ୟବାନ ସାମଗ୍ରୀ କ୍ରୟ ଏବଂ ଘରେ ଉତ୍ସବର ମାହୋଲ ବୃଦ୍ଧି ପାଇଥାଏ। ପରିବାର ସଦସ୍ୟମାନେ ଏକାଠି ହୋଇ ଉତ୍ସବ ମନାଉଥିବା ବେଳେ, ବ୍ୟକ୍ତିଗତ ଏବଂ ଆର୍ôଥକ ସୁରକ୍ଷା ଦିଗରେ ପଦକ୍ଷେପ ନେବା ଦ୍ୱାରା ଚିନ୍ତାମୁକ୍ତ ଭାବେ ପର୍ବ ଉପଭୋଗ କରିହେବ।
ଏହି ସମ୍ପର୍କରେ ଇଣ୍ଡସ୍ଇଣ୍ଡ୍ ଜେନେରାଲ୍ ଇନ୍ସୁରାନ୍ସର ଡେପୁଟି ସିଇଓ ଅନୀଶ ବେହଲ୍ କହିଛନ୍ତି, “ଗଣେଶୋତ୍ସବ ଆମକୁ ବିଶ୍ୱାସ, ପରିବାର ଏବଂ ସୁରକ୍ଷାର ମହତ୍ତ୍ୱ ସ୍ମରଣ କରାଏ। ଆମେ ଆମର ପ୍ରିୟଜନଙ୍କ ପାଇଁ ଗଣେଷଙ୍କ ଆଶୀର୍ବାଦ ଭିକ୍ଷା କରୁଥିବା ବେଳେ, ସବୁଠାରୁ ମୂଲ୍ୟବାନ ସମ୍ପଦକୁ ସୁରକ୍ଷିତ ରଖିବା ପାଇଁ ବ୍ୟାବହାରିକ ପଦକ୍ଷେପ ନେବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଆମର ଘର ହେଉ, ପରିବାରର ଆର୍ôଥକ ସୁରକ୍ଷା ହେଉ କିମ୍ବା ଭବିଷ୍ୟତର ଲକ୍ଷ୍ୟ ହେଉ, ସଠିକ୍ ପ୍ରସ୍ତୁତି ଆମକୁ ଶାନ୍ତି ଦେଇଥାଏ ଏବଂ ପରିବାରଗୁଡ଼ିକୁ ଆତ୍ମବିଶ୍ୱାସର ସହ ଉତ୍ସବ ପାଳନ କରିବାକୁ ସୁଯୋଗ ଦେଇଥାଏ।’
ଏହି ଭାବନାକୁ ଆଗେଇ ନେଇ, ଇଣ୍ଡସ୍ଇଣ୍ଡ୍ ଜେନେରାଲ୍ ଇନ୍ସୁରାନ୍ସର “ହୋମ୍ ଇନ୍ସୁରାନ୍ସ’ ସୋଲ୍ୟୁସନ୍ ଘର ଏବଂ ଘରୋଇ ସାମଗ୍ରୀଗୁଡ଼ିକୁ ନିଆଁ, ଚୋରି, ଡକାୟତି ଏବଂ କେତେକ ପ୍ରାକୃତିକ ବିପର୍ଯ୍ୟୟ ପରି ବିପଦରୁ ସୁରକ୍ଷା ପ୍ରଦାନ କରେ। ସେହିପରି ପାର୍ବଣ ସମୟରେ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କ ପାଇଁ “ପର୍ସନାଲ୍ ଆକ୍ସିଡେଣ୍ଟ ୩୬୦ସିଲ୍ଡ’ ଦୁର୍ଘଟଣାଜନିତ ମୃତ୍ୟୁ ଏବଂ ଅକ୍ଷମତା ବିରୋଧରେ ସୁରକ୍ଷା ସହିତ ପରିବାର-କେନ୍ଦ୍ରିକ ସୁବିଧାସୁଯୋଗ ଯୋଗାଇଦିଏ (ନୀତିର ନିୟମ ଓ ସର୍ତ୍ତାବଳୀ ଅଧୀନରେ)।
ପର୍ବର ପ୍ରକୃତ ମହତ୍ତ୍ୱ କେବଳ ଉତ୍ସବ ପାଳନ ମଧ୍ୟରେ ସୀମିତ ନୁହେଁ। ଉତ୍ସବ କିଛି ଦିନ ପାଇଁ ରହିଥାଏ, କିନ୍ତୁ ଆମର ପ୍ରିୟଜନ, ସ୍ମୃତି ଏବଂ ସ୍ୱପ୍ନଗୁଡ଼ିକ ସାରା ଜୀବନ ଆମ ସହିତ ରହିଥାଏ।

