Business

ଗ୍ରିନପ୍ଲାଏ ପକ୍ଷରୁ ଉଇ ପ୍ରତିରୋଧୀ ଭ୍ୟାକ୍ସିନେଟେଡ୍ ଟେକ୍ନୋଲୋଜି ସହିତ ପ୍ଲାଏଉଡ ଟର୍ମିଭାକ୍ସ ଉନ୍ମୋଚିତ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଇଂଟେରିୟର ଭିତ୍ତିଭୂମିି କମ୍ପାନି ଗ୍ରିନପ୍ଲାଏ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ଭାରତର ପ୍ରଥମ ଟିକାଯୁକ୍ତ ଉଇ ପ୍ରତିରୋଧୀ ପ୍ଲାଏଉଡ ଟର୍ମିଭାକ୍ସକୁ ଉନ୍ମୋଚନ କରାଯାଇଛି। ଏଥିରେ ଅତ୍ୟାଧୁନିକ ନାନୋ ପ୍ରଯୁକ୍ତି ଥିବା ବେଳେ କମ୍ପାନି ଏଥିପାଇଁ ପେଟେଂଟ ଆବେଦନ କରିଛି। ସାଧାରଣତଃ ଓଦାଳିଆ ଓ ଆଦ୍ରର୍ତା ରହୁଥିବା ଅଂଚଳରେ ଉଇ ଲାଗିଥାଏ। ଗ୍ରିନପ୍ଲାଏ ପ୍ଲାଏଉଡର ଏହି ନବସୃଜନ ଉଇ ବିରୋଧରେ ଜୀବନବ୍ୟାପୀ ସୁରକ୍ଷା ପ୍ରଦାନ କରିବ।
ସାଧାରଣ ଆଧାର କ୍ଷେତ୍ର ଟ୍ରିଂଟମେଂଟଠାରୁ ଯଥେଷ୍ଟ ଉନ୍ନତ ଥିବା ଏହି ନବସୃଜନରେ ଅତ୍ୟାଧୁନିକ ସମାଧାନ ରହିଛି ଯାହା ଉଇ ବଂଶବୃଦ୍ଧି ଓ ତତଜନିତ ଆସବାବପତ୍ର ଓ ଘରର ଇଂଟେରିୟରରେ ହେବାକୁ ଥିବା କ୍ଷତିକୁ ରୋକିଥାଏ। ଏହାର ନାନୋପ୍ରଯୁକ୍ତି ଉପାଦାନ ପ୍ଲାଏଉଡର ପ୍ରତିଟି କୋଣଅନୁକୋଣ ସମେତ ଆଧାରରେ ପହଂଚିଥାଏ ଯାହା ଫଳରେ ପ୍ଲାଏଉଡ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଥାଏ।
ଦଶନ୍ଧି ଦଶନ୍ଧି ଧରି ଉଇ ପ୍ରତିରୋଧୀ ସୁରକ୍ଷା ମୁଖ୍ୟତଃ ଆଧାର ଉପରେ ପ୍ରଲେପ ଓ ପ୍ଲାଏ ଲଗାଇବା ପରେ ରାସାୟନିକ ଟ୍ରିଂଟମେଂଟ ଉପରେ ନିର୍ଭରଶୀଳ ରହିଛି। ଏହି ପଦ୍ଧତି ସାମୟିକ ସୁରକ୍ଷା ପ୍ରଦାନ କରିଥାଏ ଏବଂ ତାହା କେବଳ ଆଧାରର ସୁରକ୍ଷାରେ ସୀମିତ ରହିଥାଏ ଓ ସମୟ ଗଡ଼ିବା ସହିତ କଟାହେବା, ଡ୍ରିଲିଂ ଓ ମଏଶ୍ଚର ଓ ନିୟମିତ ଭାଙ୍ଗିବା ଓ ଖରାପ ହେବା ଦ୍ୱାରା ତାହାର ପ୍ରଭାବ କମିଥାଏ।
ତିଆରି କରିବା ବେଳେ ପ୍ଲାଏଉଡରେ ସିଧାସଳଖ ସୁରକ୍ଷାକୁ ସମନ୍ୱିତ କରି ଗ୍ରିନପ୍ଲାଏ ଘର, ବାଣିଜ୍ୟିକ କ୍ଷେତ୍ର ଓ ଆନୁଷ୍ଠାନ ପ୍ରକଳ୍ପଗୁଡ଼ିକୁ ଅଧିକ ଭରସାଯୋଗ୍ୟ ଓ ଦୀର୍ଘକାଳୀନ ସମାଧାନ ପ୍ରଦାନ କରୁଛି। ଇଣ୍ଡିଆନ ପ୍ଲାଏଉଡ ଇଣ୍ଡଷ୍ଟ୍ରିଜ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଆଇପିଆଇଆରଟିଆଇ) ଦ୍ୱାରା ଏହି ନୂତନ ଉତ୍ପାଦକୁ ଭଲ ଭାବେ ପରୀକ୍ଷଣ ଓ ମଂଜୁର କରାଯାଇଛି।
ଏ ସମ୍ପର୍କରେ ଗ୍ରିନପ୍ଲାଏ ଇଣ୍ଡଷ୍ଟ୍ରିଜ ଲିମିଟେଡର ଯୁଗ୍ମ ପରିଚାଳନା ନିର୍ଦେଶକ ସାନିଧ୍ୟ ମିତଲ କହିଛନ୍ତି ଯେ, “ଗ୍ରିନପ୍ଲାଏରେ ନବସୃଜନ ସର୍ବଦା ଗୋଟିଏ ସରଳ ଲକ୍ଷ୍ୟ ଦ୍ୱାରା ପରିଚାଳିତ ହେଉଛି ଓ ତାହା ହେଉଛି ଅର୍ଥପୂର୍ଣ୍ଣ ପ୍ରଯୁକ୍ତି ଜରିଆରେ ଗ୍ରାହକଙ୍କ ବାସ୍ତବ ଆହ୍ୱାନକୁ ସମାଧାନ କରିବା। ଭାରତ ଭଳି ଏକ ଦେଶ ଯେଉଁଠାରେ ପାଣିପାଗ ଜନିତ ସ୍ଥିତି ପାଇଁ ଉଇ ଖରାପ ହେବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ, ସେଠାରେ ଘର ମାଲିକମାନଙ୍କ ପାଇଁ ଉଇଜନିତ କ୍ଷୟକ୍ଷତି ଅନ୍ୟତମ ବଡ଼ ଚିନ୍ତା ହୋଇ ରହିଛି। ନିର ଇଂଟେରିୟର ଓ ଘର ଇଂଟେରିୟରକୁ ସୁନ୍ଦର କରିବା ପାଇଁ ଅଧିକ ଭରସାଯୋଗ୍ୟ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ସମାଧାନ ପ୍ରଦାନ କରି ନିରନ୍ତର ଭାବେ ଶିଳ୍ପର ମାନଦଣ୍ଡ ଉଚ୍ଚା କରିବାକୁ ଆମର ରହିଥିବା ପ୍ରତିବଦ୍ଧତାକୁ ଏହି ନବସୃଜନ ପୂରଣ କରୁଛି।”
ଗ୍ରିନପ୍ଲାଏ ମେରାଇନ ୭୧୦, ଗ୍ରିନପ୍ଲାଏ ଗୋଲ୍ଡ, ଗ୍ରିନପ୍ଲାଏ ପ୍ଲାଟିନମ, ଗ୍ରିନପ୍ଲା, କ୍ଲବ ୫୦୦ ଓ ଗ୍ରିନପ୍ଲା, କ୍ଲବ ୭୦୦ ଭଳି ସମ୍ପୂର୍ଣ୍ଣ ଗ୍ରିନ ବର୍ଗମାଳାରେ ଏହି ନୂଆ ପ୍ରଯୁକ୍ତି ସମାଧାନ ଉପଲବ୍ଧ ହୋଇଛି।

Share

Leave a Reply

Your email address will not be published. Required fields are marked *

3 × 1 =