ଅଧିକ ଲୁଣ ଖାଇବା ହୋଇପାରେ ମାରାତ୍ମକ ରୋଗର କାରଣ:ଜାଣନ୍ତୁ

ଆଜିକାଲି ଖରାପ ଜୀବନଶୈଳୀ କାରଣରୁ ଲୋକମାନେ ଅନେକ ରୋଗରେ ପଡୁଛନ୍ତି । ଏକ ଅଧ୍ୟୟନ ଅନୁଯାୟୀ ବିଶେଷଜ୍ଞଙ୍କ ମତରେ, ସଠିକ ଭାବେ ଖାଦ୍ୟପେୟ ସେବନ ନକରିବା ଦ୍ୱାରା ଏହାସହ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ନଦେବା ଦ୍ୱାରା ଏହା ମସ୍ତିଷ୍କ ଉପରେ ଅନେକ ପ୍ରଭାବ ପକାଇଥାଏ । ଦୁଶ୍ଚିନ୍ତା ବଢାଇଥାଏ ।

ଅଧ୍ୟୟନ ଅନୁଯାୟୀ, ନିଜ ଖାଦ୍ୟରେ ଅଧିକ ଲୁଣ ସେବନ କରୁଥିଲେ, ଅଧିକ ଲୁଣ ବ୍ୟବହାର ହେଉଥିବା ଖାଦ୍ୟ ଖାଇଲେ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇଥାଏ । ଅନେକ ଲୋକେ ଭୋଜନରେ ଅଧିକ ଲୁଣ ଖାଇବାକୁ ପସନ୍ଦ କରିଥାଆନ୍ତି । ତାଙ୍କର ଏହି ଅଭ୍ୟାସ ପାଇଁ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି ହେବା ସହ ଅନେକ ଗମ୍ଭୀର ରୋଗର କାରଣ ପାଲଟିଥାଏ ।

ବିଶେଷ କରି ଉଚ୍ଚ ରକ୍ତଚାପ, କୋଲେଷ୍ଟେରୋଲ ରୋଗୀଙ୍କୁ କମ୍‍ ଲୁଣ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ବିଶେଷଜ୍ଞଙ୍କ ମତାନୁଯାୟୀ, ଅଧିକ ଲୁଣ ସେବନ କରିବା ଦ୍ୱାରା ମସ୍ତିଷ୍କ ଉପରେ କୁପ୍ରଭାବ ପଡିଥାଏ । ମସ୍ତିଷ୍କ ଉପରେ ପ୍ରାୟ ୭୫% ଯାଏଁ ପ୍ରଭାବ ପକାଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‍ କ୍ଷତିକାରକ ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ଉତ୍ତମ ସ୍ୱାସ୍ଥ୍ୟ ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ଗୋଟିଏ ଦିନରେ ପ୍ରାୟ ୬ ଗ୍ରାମ ଲୁଣ ସେବନ କରିବା ଆବଶ୍ୟକ । ମାତ୍ର ଅଧିକାଂଶ ଲୋକେ ଦିନ ମଧ୍ୟରେ ପ୍ରାୟ ୯ ଗ୍ରାମ ଲୁଣର ବ୍ୟବହାର କରିଥାଆନ୍ତି । ଅଧିକ ଲୁଣର ସେବନ ହୃଦରୋଗ, ହୃଦ ଜନିତ ସମସ୍ୟା,ଷ୍ଟ୍ରୋକ୍‍ର ସମ୍ଭାବନା ଅଧିକ ସୃଷ୍ଟି ହୋଇଥାଏ । ଅଧିକ ଲୁଣର ସେବନ ଦ୍ୱାରା ବ୍ୟବହାରରେ ପରିବର୍ତ୍ତନ ସହ ଚିଡଚିଡାପଣ ବୃଦ୍ଧି ପାଇଥାଏ ।ଏହାସହ ଅନ୍ୟାନ୍ୟ ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ ।

Share

Leave a Reply

Your email address will not be published. Required fields are marked *

seven + 6 =