ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜବରଦଖଲ ମାମଲା: ଆଗତ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ମହାପ୍ରଭୁ ଜଗନ୍ନାଥଙ୍କ ଶହ ଶହ ଏକର ଜମି ଏବେ ଜବରଦଖଲ । ବର୍ଷ ବର୍ଷ ଧରି ଜବରଦଖଲକାରୀଙ୍କ କବଳରେ ରହିଛି ଏହି ସଂପତ୍ତି । ଯାହା ସେମାନଙ୍କ ଠାରୁ ମୁକୁଳେଇବା ମୁସ୍କିଲ ହୋଇପଡିଛି ।

ଶ୍ରୀକ୍ଷେତ୍ରର ମହାପ୍ରଭୁ ଜଗନ୍ନାଥଙ୍କ ଜମି ଅକ୍ତିଆର ଓ ସେଥିରେ ବେଆଇନ ନିର୍ମାଣ ନେଇ ମାମଲା ସୁପ୍ରିକୋର୍ଟରେ ପହଞ୍ଚିଛି। ଏ ସଂକ୍ରାନ୍ତରେ ଆଗତ ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଜଷ୍ଟିସ ବି.ଆ.ର ଗାଭି ଏବଂ ହିମା କୋହଲିଙ୍କ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ମଙ୍ଗଳବାର ଅର୍ଥାତ ମେ’ ୩୧ରେ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।

ଆବେଦନରେ ମହାପ୍ରଭୁଙ୍କ ଜମିକୁ ଜବରଦଖଲକାରୀଙ୍କ କବଳରୁ ମୁକ୍ତ କରିବା ଏବଂ ବେଆଇନ ନିର୍ମାଣକୁ ବନ୍ଦ କରିବା ପାଇଁ ଦାବି ହୋଇଛି। ଏ ସଂକ୍ରାନ୍ତରେ ହାଇକୋର୍ଟରେ ଆବେଦନ ହୋଇଥିଲା କି ନାହିଁ କୋର୍ଟ ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ ।

ଉତ୍ତରରେ ଆବେଦନକାରୀ ହଁ ଭରିଥିଲେ। କିନ୍ତୁ ହାଇକୋର୍ଟରେ ମାମଲା ଖାରଜ ହୋଇଯାଇଥିବା ଆବେଦନକାରୀ ଦର୍ଶାଇଛନ୍ତି। ମାମଲାର ତୁରନ୍ତ ଶୁଣାଣି ପାଇଁ ପ୍ରାର୍ଥନା ହୋଇଥିଲା। ଏଥିରେ କୋର୍ଟ ରାଜି ହୋଇଥିବା ଜଣାପଡ଼ିଛି। ସେହି ଅନୁଯାୟୀ ମଙ୍ଗଳବାର ମାମଲା ଶୁଣାଣି ହେବା ନେଇ ଧାର୍ଯ୍ୟ ହୋଇଛି।

Share

Leave a Reply

Your email address will not be published. Required fields are marked *

5 × five =