ସ୍କୁଲ୍ ଅଟୋ ଓଲଟି ଜଣେ ମୃତ, ୫ ଆହତ

ପୁରୀ-ସାତପଡ଼ା ରାସ୍ତାର ଜଗନ୍ନାଥ ରୋଡ୍ ନିକଟରେ ଆଜି ଏକ ଘରୋଇ ସ୍କୁଲ୍ର ଅଟୋ ଭାରସାମ୍ୟ ହରାଇ ନାଳକୁ ଓଲଟି ପଡ଼ିଛି। ଏଥିରେ ଜଣେ ଶିକ୍ଷୟତ୍ରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଆଉ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପୁରୀ ମୁଖ୍ୟ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ସ୍କୁଲ୍ ଅଟୋଟି ପୁରୀରୁ ସ୍କୁଲ ଷ୍ଟାଫ୍ଙ୍କୁ ଧରି ବ୍ରହ୍ମଗିରି ଯାଉଥିଲା। ହେଲେ ଜଗନ୍ନାଥ ରୋଡ୍ ନିକଟରେ ଏହା ଭାରସାମ୍ୟ ହରାଇ ନାଳକୁ ଓଲଟି ପଡ଼ିଥିଲା।

Share

Leave a Reply

Your email address will not be published. Required fields are marked *

8 + 14 =