ଓଡିଶାରେ ପେଟ୍ରୋଲ ଦର 10ଟି ପ୍ରମୁଖ ସହର ଠାରୁ କମ

ଭୁବନେଶ୍ବର () ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ ହ୍ରାସ ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ଅଚଳ ହୋଇଥିବା ବେଳେ ଅର୍ଥ ସଚିବ ଯୁକ୍ତି ବାଢିଛନ୍ତି ଯେ, ଓଡିଶାରେ ପେଟ୍ରୋଲ ଦର ଦେଶର ଅନ୍ୟ ବହୁ ସହର ଠାରୁ କମ ରହିଛି । ଓଡିଶାରେ ଆଜିକା ଦିନରେ ପେଟ୍ରୋଲ ଲିଟର ପିଛା 78 ଟଙ୍କା 29 ପଇସା ରହିଥିବା ବେଳେ ବାଙ୍ଗାଲୋରରେ 81 ଟଙ୍କା 89 ପଇସା, ଚେନ୍ନାଇରେ 82 ଟଙ୍କା 41 ପଇସା, ମୁମ୍ବାଇରେ 86 ଟଙ୍କା 72 ପଇସା, କୋଲକତାରେ 82 ଟଙ୍କା 22 ପଇସା, ନୂଆଦିଲ୍ଲୀରେ 79 ଟଙ୍କା 31 ପଇସା, ହାଇଦ୍ରାବାଦରେ 84 ଟଙ୍କା, ଜୟପୁରରେ 84 ଟଙ୍କା 50 ପଇସା, ଲକ୍ଷ୍ନୋରେ 79 ଟଙ୍କା 54 ପଇସା, ପାଟଣାରେ 85 ଟଙ୍କା 58 ପଇସା ଏବଂ ଥିରୁଭାନନ୍ତପୁରମରେ 82 ଟଙ୍କା 60 ପଇସା ରହିଛି । ରାଜ୍ୟ ସରକାର ପେଟ୍ରୋଲରୁ ଲିଟର ପିଛା 15 ଟଙ୍କା 44 ପଇସା ଭାଟ ସଂଗ୍ରହ କରୁଥିବା ବେଳେ କେନ୍ଦ୍ର ସରକାର 19 ଟଙ୍କା 42 ପଇସା ଅବକାରୀ ଶୁଳ୍କ ସଂଗ୍ରହ କରୁଛନ୍ତି । ଓଡିଶା ତୁଳନାରେ ମହାରାଷ୍ଟ୍ର, ହରିଆନା ଆଦି ରାଜ୍ୟରେ ଭାଟର ହାର ଅଧିକ ରହିଛି । ପେଟ୍ରୋଲିୟମଜାତ ସାମଗ୍ରୀରୁ ରାଜ୍ୟ ସରକାର ଗତ ବର୍ଷ 4800 କୋଟି ଟଙ୍କା ରାଜସ୍ବ ପାଇଥିବା ବେଳେ ଚଳିତ ବର୍ଷ 5600 କୋଟି ଟଙ୍କା ରାଜସ୍ବ ସଂଗ୍ରହର ଆକଳନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

four × 3 =