ଏଚ୍‌ଡିଏଫ୍‌ସି ଟପ୍ ୧୦୦ ଫଣ୍ଡ୍‌ର ୨୭ ବର୍ଷର ଚମତ୍କାର ରେକର୍ଡ

  • ୧୯୯୬ ଅକ୍ଟୋବରରେ ଶୁଭାରମ୍ଭ ହୋଇଥିବା ଏହି ସ୍କିମ୍ ହେଉଛି ଭାରତର ଦୀର୍ଘତମ ଚାଲିଥିବା ମ୍ୟୁଚୁଆଲ ଫଣ୍ଡ ସ୍କିମ୍‌

ଭୁବନେଶ୍ୱର: ଏଚଡିଏଫସି ଟପ୍ ୧୦୦ ଫଣ୍ଡ, ମୁଖ୍ୟତଃ ଲାର୍ଜ-କ୍ୟାପ୍ ଷ୍ଟକରେ ନିବେଶ କରୁଥିବା ଏକ ଓପନ୍ ଏଣ୍ଡେଡ୍ ଇକ୍ୱିଟି ସ୍କିମ୍ ଯାହା ୨୦୨୩ରେ ସଫଳତାର ସହ ୨୭ ବର୍ଷ ପୂରଣ କରିଛି । ଗତ ୨୭ ବର୍ଷ ମଧ୍ୟରେ ଏହି ପାଣ୍ଠି ୧୯ ପ୍ରତିଶତ ବାର୍ଷିକ ଅଭିବୃଦ୍ଧି ହାର (ସିଏଜିଆର) ପ୍ରଦାନ କରିଛି । ଏହାବ୍ୟତୀତ ଏଚଡିଏଫସି ଟପ୍ ୧୦୦ ଫଣ୍ଡରେ ପ୍ରତି ମାସର ପ୍ରଥମ ବ୍ୟବସାୟ ଦିବସରେ ୧୦,୦୦୦ ଟଙ୍କାର ଏସଆଇପି (ସମୁଦାୟ ନିବେଶ ୩୨.୯୦ ଲକ୍ଷ ଟଙ୍କା) ୨୦୨୪ ଫେବ୍ରୁଆରି ୨୯ ସୁଦ୍ଧା ୭.୯୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହି ପ୍ରଦର୍ଶନ ବଜାରର ଅସ୍ଥିରତାକୁ ଅତିକ୍ରମ କରିବା ଏବଂ ନିବେଶକମାନଙ୍କୁ ଅଭିବୃଦ୍ଧି ପ୍ରଦାନ କରିବା ପାଇଁ ପାଣ୍ଠିର ରହିଥିବା କ୍ଷମତାର ପ୍ରମାଣ ।
ପୋର୍ଟଫୋଲିଓ ନିର୍ମାଣ ଶୀର୍ଷ ନିମ୍ନ କ୍ଷେତ୍ର ଏବଂ ମାକ୍ରୋ ଟ୍ରେଣ୍ଡ ସହିତ ମିଶ୍ରିତ ଷ୍ଟକ ଚୟନ ପାଇଁ ଏକ ଟପ୍ ଡାଉନ ସେକ୍ଟର ଆଭିମୁଖ୍ୟ ଅନୁସରଣ କରୁଛି । ଏହି ପାଣ୍ଠି ଜିଏଆରପି (ଉଚିତ ମୂଲ୍ୟରେ ଅଭିବୃଦ୍ଧି) ଏବଂ ମୂଲ୍ୟର ମିଶ୍ରଣ ସହିତ ଏକ ବିବିଧ ଶୈଳୀ ଅନୁସରଣ କରୁଛି । ଷ୍ଟକ୍ ଚୟନ ବେଳେ ବ୍ୟବସାୟ ମଡେଲର ଗୁଣବତା, ପରିଚାଳନା ଏବଂ ଆର୍ôଥକ ବିଷୟ ଉପରେ ଧ୍ୟାନ ଦିଆଯାଉଛି । ପୋର୍ଟଫୋଲିଓ ନିର୍ମାଣ ଯେକୌଣସି ସମୟରେ ଉପଲବ୍ଧ ସୁଯୋଗ ଉପରେ ଆଧାରିତ । ନିର୍ଦ୍ଦେଶ ଅନୁଯାୟୀ ୮୦% ରୁ ଅଧିକ ପୋର୍ଟଫୋଲିଓ ସର୍ବଦା ପ୍ରତିଷ୍ଠିତ ଲାର୍ଜ କ୍ୟାପ୍ କମ୍ପାନିରେ ନିବେଶ କରାଯାଇଛି । ଉପଯୁକ୍ତ ମୂଲ୍ୟରେ ଗୁଣାତ୍ମକ କମ୍ପାନି ଖୋଜିବା ପାଇଁ ଶୃଙ୍ଖଳିତ ଆଭିମୁଖ୍ୟ ବଜାୟ ରଖିବାର ହେଉଛି ଆମର ଦର୍ଶନ ।
ନିୟାମକ ଏବଂ ଆଭ୍ୟନ୍ତରୀଣ ବିପଦ ନିର୍ଦ୍ଦେଶାବଳୀ ପାଳନ ସୁନିଶ୍ଚିତ କରିବା ସହିତ ନିୟନ୍ତ୍ରିତ ଉପାୟରେ ବିପଦ ପରିଚାଳନା ଉପରେ ଅଧିକ ଧ୍ୟାନ ଦିଆଯାଉଛି । ଶିଳ୍ପ ଏବଂ ବ୍ୟବସାୟ ଚକ୍ରରେ କମ୍ପାନିର ସ୍ଥିତିର ବିଚାର ବିମର୍ଶ ଏବଂ ନିୟମିତ ମୂଲ୍ୟାଙ୍କନ ପରେ ନିଷ୍ପତି ଗ୍ରହଣ କରାଯାଉଛି ।
ଲାର୍ଜ କ୍ୟାପ୍ ଷ୍ଟକଗୁଡ଼ିକ ଐତିହାସିକ ଭାବରେ ଅର୍ଥନୈତିକ ଅସ୍ଥିରତା ସମୟରେ ସ୍ଥିରତା ପ୍ରଦର୍ଶନ କରିଛନ୍ତି ଏବଂ ଉନ୍ନତ ବିପଦ ପରିଚାଳନା ଅନୁପାତ ରହିଛି । ଏହାବ୍ୟତୀତ ଗତ ୧୮ ବର୍ଷ ମଧ୍ୟରୁ ୭ଟି ବର୍ଷରେ ଲାର୍ଜ କ୍ୟାପ୍ ସୂଚକାଙ୍କ ମଧ୍ୟମ ଓ ସ୍ମଲ୍ କ୍ୟାପ୍ ସୂଚକାଙ୍କକୁ ପଛରେ ପକାଇଦେଇଛି । ଏହାବ୍ୟତୀତ ନିକଟରେ ଲାର୍ଜ କ୍ୟାପ୍ ତୁଳନାରେ ମିଡିଅମ୍ ଓ ସ୍ମଲ କ୍ୟାପ୍‌ର ତୀବ୍ର ପ୍ରଦର୍ଶନକୁ ଦୃଷ୍ଟିରେ ରଖି, ଲାର୍ଜ କ୍ୟାପ୍ ସେଗେଂଟ୍ ବର୍ତମାନ ମୂଲ୍ୟାଙ୍କନ ଦୃଷ୍ଟିରୁ ଅପେକ୍ଷାକୃତ ଆକର୍ଷଣୀୟ ମନେ ହେଉଛି ଏବଂ ମଧ୍ୟମରୁ ଦୀର୍ଘମିଆଦୀ ଦୃଷ୍ଟିକୋଣ ଥିବା ନିବେଶକମାନେ ଏଚଡିଏଫସି ଟପ୍ ୧୦୦ ଫଣ୍ଡରେ ନିବେଶ କରିବାକୁ ବିଚାର କରିପାରନ୍ତି ।
ଏଚଡିଏଫସି ଏଏମସିର ଏମଡି ଏବଂ ସିଇଓ ନବନୀତ ମୁନୋଟ କହିଛନ୍ତି ଯେ, “ଇକ୍ୱିଟିରେ ସମ୍ପତି ସୃଷ୍ଟି ପାଇଁ ଦୃଢ଼ ନିବେଶ ସହ ସମୟ ଓ ଧୈର୍ଯ୍ୟ ହେଉଛି ସମୟ ପରୀକ୍ଷିତ ନୀତି । ସମୟର ଆହ୍ୱାନରେ ଠିଆ ହୋଇଥିବା ଏଚଡିଏଫସି ଟପ୍ ୧୦୦ ଫଣ୍ଡ ଏହାର ପ୍ରମାଣ ଦେଉଛି । ୨୭ ବର୍ଷ ମଧ୍ୟରେ ଏଚଡିଏଫସି ଟପ୍ ୧୦୦ ଫଣ୍ଡର ସମ୍ପତିି ସୃଷ୍ଟି ଯାତ୍ରା ମଧ୍ୟ ଆମର ଦୃଢ଼ ଗବେଷଣା ଏବଂ ନିବେଶ ପ୍ରକ୍ରିୟାର ଏକ ଉଜ୍ଜ୍ୱଳ ଉଦାହରଣ ଯାହା ବର୍ଷ ବର୍ଷ ଧରି ଏକାଧିକ ବଜାର ଚକ୍ରକୁ ସାମ୍ନା କରିବାରେ ଏହି ପାଣ୍ଠିକୁ ସାହାଯ୍ୟ କରିଛି ।’’
ଏଚଡିଏଫସି ଏଏମସିର ସିନିୟର ଫଣ୍ଡ ମ୍ୟାନେଜର -ଇକ୍ୱିଟିଜ ରାହୁଲ ବୈଜଲ କହିଛନ୍ତି ଯେ, “ଗତ ୨୭ ବର୍ଷ ମଧ୍ୟରେ ଏଚଡିଏଫସି ଟପ୍ ୧୦୦ ଫଣ୍ଡର ପ୍ରଦର୍ଶନ ଆମର କଠୋର ଗବେଷଣା, ଶୃଙ୍ଖଳିତ ନିବେଶ ଆଭିମୁଖ୍ୟ ଏବଂ ସୁପ୍ରତିଷ୍ଠିତ ବ୍ୟବସାୟ ଉପରେ ଧ୍ୟାନ ଦେବାର ପ୍ରମାଣ । ଲାର୍ଜ କ୍ୟାପ୍ ଷ୍ଟକ୍ ସ୍ଥିରତା ଏବଂ ଉନ୍ନତ ବିପଦ ଆଡଜଷ୍ଟଡ୍ ରିଟର୍ଣ୍ଣ ପ୍ରଦାନ କରିଛି ଯାହା ଦୀର୍ଘକାଳୀନ ନିବେଶ ସୁଯୋଗ ଖୋଜୁଥିବା ନିବେଶକଙ୍କ ପାଇଁ ଏକ ଆକର୍ଷଣୀୟ ବିକଳ୍ପ ପାଲଟିଛି ।’’

Share

Leave a Reply

Your email address will not be published. Required fields are marked *

four × 3 =