ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷରେ ୪୮ ଲକ୍ଷରୁ ଅଧିକ ଯାନ ବିକ୍ରି

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୩-୨୪କୁ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କଟର ଇଣ୍ଡିଆ ଚମତ୍କାର ଢଙ୍ଗରେ ଶେଷ କରିଛି । ଏଥି ସହିତ କମ୍ପାନି ୨୦୨୪ ମାର୍ଚ୍ଚର ବିକ୍ରି ତଥ୍ୟ ମଧ୍ୟ ଜାରି କରିଛି ।
୨୦୨୪ ମାର୍ଚ୍ଚରେ କମ୍ପାନିର ମୋଟ ବିକ୍ରି ୩,୮୬,୪୫୫ ୟୁନିଟ୍ ରହିଛି । ଦେଶ ଭିତରେ ଏହା ୩,୫୮,୧୫୧ ଗାଡ଼ି ବିକ୍ରି କରିଥିବା ବେଳେ ୨୮,୩୦୪ଟି ଗାଡ଼ି ରପ୍ତାନି କରିଛି । ଗତବର୍ଷ ମାର୍ଚ୍ଚ ତୁଳନାରେ ଦେଶ ଭିତର ଗାଡ଼ି ବିକ୍ରିରେ କମ୍ପାନି ବାର୍ଷିକ ଭିତିରେ ୮୧ ପ୍ରତିଶତ ବୃଦ୍ଧି ହାସଲ କରିଥିବା ବେଳେ ରପ୍ତାନିରେ ୯୫ ପ୍ରତିଶତ ବୃଦ୍ଧି ହାସଲ କରିଛି ।
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ୨୦୨୩-୨୪ ଆର୍ଥିକ ବର୍ଷରେ ୪୮,୯୩,୫୨୨ ଗାଡ଼ି ବିକ୍ରି କରିଛି ଯାହା ୨୦୨୨-୨୩ ଆର୍ଥିକ ବର୍ଷର ବିକ୍ରି ତୁଳନାରେ ୧୨ ପ୍ରତିଶତ ଅଧିକ । ଆଲୋଚ୍ୟ ଆର୍ଥିକ ବର୍ଷରେ କମ୍ପାନି ଏସ୍‌ପି ୧୬୦ ଓ ଡିଓ ୧୨୫କୁ ଉନ୍ମୋଚନ କରିଥିଲା । ଏହା ବ୍ୟତୀତ ଆକ୍ଟିଭା ଲିମିଟେଡ୍ ଏଡିସନ, ଏସପି୧୨୫ ସ୍ପୋର୍ଟସ୍ ଏଡିସନ୍ ଓ ହର୍ନେଟ୍ ୨.୦ର ରେପ୍‌ସଲ୍ ଏଡିସନ୍ ଓ ଡିଓ ୧୨୫ର ଲିମିଟେଡ୍ ଏଡିସନ୍ ଆଣିଥିଲା । ଏହା ବ୍ୟତୀତ କମ୍ପାନି ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ଡିଓ, ୟୁନିକର୍ଣ୍ଣ, ସାଇନ୍ ୧୨୫, ହୋଣ୍ଡା ଲିଭୋ, ସିଡି ୧୧୦ ଡ୍ରିମ୍‌, ଏସ୍‌ପି ୧୨୫, ହର୍ନେଟ୍ ୨.୦ ଏବଂ ସିବି୨୦୦ଏକ୍ସ ଆଣିଥିଲା ।
ପ୍ରିମିୟମ୍ ମୋଟରସାଇକଲ୍ ବର୍ଗରେ କମ୍ପାନି ସିବି୩୫୦, ଏକ୍ସଏଲ୍‌୭୫୦ ଟ୍ରାନ୍ସଲାପ୍‌, ଏନ୍‌ଏକ୍ସ୫୦୦ ଓ ଗୋଲ୍ଡ ୱିଙ୍ଗ ଟୁର୍ ଆଣିଥିଲା । ଏହା ବ୍ୟତୀତ ହାଇନେସ୍ ସିବି୩୫୦, ସିବି୩୫୦ ଆରଏସର ସ୍ୱତନ୍ତ୍ର ଏଡିସନ୍ ଆଣିଥିବା ବେଳେ ସିବି୩୦୦ଏଫ୍ ଓ ସିବି୩୦୦ଆର୍‌ର ଓବିଡି-୨ ନିୟମ ପାଳନ କରୁଥିବା ମଡେଲ୍ ଆଣିଥିଲା ।
୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନି ୨୨ଟି ନୂଆ ବିଗୱିଙ୍ଗ ଆଉଟ୍‌ଲେଟ୍ ଖୋଲିଥିବା ସହ ବେଙ୍ଗାଲୁରୁ, ସୁରଟ, ବିଶାଖାପାଟଣା, ଜାମସେଦପୁର ଓ ଗୁଂଟୁରରେ ଏହାର ସମ୍ପ୍ରସାରଣ କରିଥିଲା । କମ୍ପାନି ସ୍ମାର୍ଟ ୱାର୍କ ସପ୍ ଆପ୍‌କୁ ଉନ୍ମାଚନ କରିଥିବା ବେଳେ ବିକ୍ରି କ୍ଷେତ୍ରରେ ଦେଶ ଭିତରେ ୬ କୋଟି ଗାଡ଼ି ବିକ୍ରି କରିବାର ମାଇଲଖୁଂଟ ହାସଲ କରିଥିଲା । କମ୍ପାନି ୨୨ ବର୍ଷରେ ୩ କୋଟି ଆକ୍ଟିଭା ବିକ୍ରି କରିବା, ୩୦ ଲକ୍ଷରୁ ଅଧିକ ସାଇନ୍ ବିକ୍ରି କରିବାର ମାଇଲଖୁଂଟ ହାସଲ କରିଥିଲା ।
ସଡ଼କ ସୁରକ୍ଷା ସଚେତନତାକୁ ନେଇ କମ୍ପାନି ୧୦୦ରୁ ଅଧିକ ସହରରେ କାର୍ଯ୍ୟକ୍ରମ ଆୟୋଜନ କରି ୫.୭୦ ନିୟୁତ ଭାରତୀୟଙ୍କ ନିକଟରେ ପହଂଚିଥିଲା । ହୋଣ୍ଡା ମାନେସର ହାଫ୍ ମାରାଥନ୍ ଆୟୋଜନ କରିଥିଲା । ସେହିପରି କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧରେ କମ୍ପାନି ଭାମଶାହ ପୁରସ୍କାର, ପ୍ରକଳ୍ପ ପ୍ରଗତି, ପ୍ରକଳ୍ପ ବୁନିୟାଦ ଓ ସ୍ୱାସ୍ଥ୍ୟ ମେଳା ଆଦି ଆୟୋଜନ କରିଥିଲା ।

Share

Leave a Reply

Your email address will not be published. Required fields are marked *

5 × 4 =