ନିୟମ ପାଳନ ନକଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ

ଭୁବନେଶ୍ୱର() କରୋନା ମୁକାବିଲାକୁ ନେଇ ପୋଲିସ କମିଶନର ସୁଧାଶୁଂ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ଆମେ ସମସ୍ତଙ୍କ ସହଯୋଗ କାମନା କରୁଛୁ । ଏବେ ବି କରୋନା ଭଳି ବିପଦ ଟଳିନି ତେଣୁ ମାସ୍କ ପିନ୍ଧିବା ଜରୁରୀ । ଏହାସହ ସାମାଜିକ ଦୂରତା ପାଳନ କରିବାକୁ ପଡ଼ିବ । ସାମାଜିକ ଦୂରତା ନେଇ ଅଧିକ ସତର୍କତା କରାଯିବ । ଯଦି କୌଣସି ବ୍ୟକ୍ତି ନିୟମ ପାଳନ ନକଲେ ତେବେ ସେମାନଙ୍କ ବିରୋଦରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାମାଜିକ ଦାୟିତ୍ୱବୋଧ ଦେଖାଇ ସତର୍କ ରହିବାକୁ ହେବ ଓ ସାମାଜିକ ଦୂରତ୍ୱର ଗୁରୁତ୍ୱ ବୁଝିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − four =