ଆସନ୍ତା ସପ୍ତାହରେ ହେବ ବର୍ଷା-ଅନୁଭବଙ୍କ ବିବାଦର ଶୁଣାଣି

କଟକ: ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟଙ୍କ ଶୁଣାଣୀ । ମାମଲାର ଚୁଡାନ୍ତ ଶୁଣାଣି ପାରିବାରିକ କୋର୍ଟରେ ଧାର‌୍ୟ୍ୟ ସମୟସୀମା ମଧ୍ୟରେ ସାରିବାକୁ ଅନୁଭବ ହାଇକୋର୍ଟରେ କରିଥିବା ଆବେଦନର ଶୁଣାଣି ହୋଇଛି । ହାଇକୋର୍ଟରେ ମାମଲାର ଶୁଣାଣି ଘୁଞ୍ଚିଲା । ଆସନ୍ତା ସପ୍ତାହରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ବର୍ଷା ତାଙ୍କ ପକ୍ଷ ରଖିନଥିବାରୁ ଶୁଣାଣି ଘୁଞ୍ଚିଛି।

ଧାର‌୍ୟ୍ୟ ସମୟରେ ମାମଲାର ଶୁଣାଣି ଶେଷ କରିବାକୁ ଆବେଦନ ହୋଇଛି । ସାଂସଦ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଆବେଦନ ହୋଇଛି । ପତ୍ନୀ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ମାମଲା ଦାୟର କରିଥିଲେ । ଏହା ପରେ ବର୍ଷା ଅନୁଭବଙ୍କ ବିରୁଦ୍ଧରେ କଟକ ଏସ.ଡି.ଜେ.ଏମଙ୍କ ଅଦାଲତରେ ଘରୋଇ ହିଂସା ଓ ପରିବାର ଅଦାଲତରେ ବେବାହିକ ଜୀବନଙ୍କୁ ସ୍ଥାୟୀ କରିବା ନେଇ ଦୁଇଟି ମାମଲା ଦାୟର କରିଥିଲେ ।

Share

Leave a Reply

Your email address will not be published. Required fields are marked *

3 × four =