୩୧ରେ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ଆଉ ମାତ୍ର ୨ଦିନ ପରେ ପ୍ରକାଶ ପାଇବ +୨ ରେଜଲ୍ଟ । ଜୁଲାଇ ୩୧ରେ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । କଳା ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିବାରେ ଅଧିକ ସମୟର ଆବଶ୍ୟକତା ଦୃଷ୍ଟିରୁ ଏହାର ଫଳ ପ୍ରକାଶନ ପାଇଁ ତ୍ୱରିତ ପଦ କ୍ଷେପ ଗ୍ରହ ଣ କରାଯାଉଛି ।

ଏହି ଉଭୟ ପାଠ୍ୟକମ୍ର ଫଳାଫଳ ଜୁଲ।ଇ ୩୧ ତାରିଖ ପରେ ପ୍ରକାଶ ପାଇବ । ଏଥି ପାଇଁ ଅନୁମତି ନିମନ୍ତେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିକଟରେ ପରିଷଦ ତରଫରୁ ସମୟ ଯାଚିକା ଦାଖଲ କରାଯାଇଛି । କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଫଳ ଖୁବ୍ଶୀଘ୍ର ପ୍ରକାଶନ ପାଇଁ ପରିଷଦ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି ବୋଲି ଉଚ୍ଚ ମାଧ୍ୟମିକ ପରିଷଦ ସୂତ୍ରରୁ ପ୍ରକାଶ ।

Share

Leave a Reply

Your email address will not be published. Required fields are marked *

thirteen − four =