ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବସେନା ମୁଖ୍ୟ

ନୂଆଦିଲ୍ଲୀ () ମହାରାଷ୍ଟ୍ର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ।ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ।ମୁମ୍ବାଇର ଶିବାଜୀ ପାର୍କରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଉଦ୍ଧବଙ୍କ ହେଲା ରାଜ୍ୟାଭିଷେକ ।

ତାଙ୍କ ସହିତ ଏନସିପି ଓ ଶିବସେନାରୁ ଦୁଇ ଜଣ ଲେଖାଏଁ ମନ୍ତ୍ରୀ ଶପଥ ନେଇଛନ୍ତି। ଏହି ସମାରୋହରେ ଏନସିପି, କଂଗ୍ରେସ ଓ ଶିବସେନାର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ଏହା ପରେ ରାତି ୮ଟାରେ ମେଣ୍ଟ ସରକାରର ପ୍ରଥମ କ୍ୟାବିନେଟ୍ ହେବାକୁ ଯାଉଛି।

Share

Leave a Reply

Your email address will not be published. Required fields are marked *

twenty + twenty =