Friday, October 30, 2026
Latestରାଜ୍ୟ

ସୁସ୍ଥ ହେଲେ ଆଉ ୧୨୦ ଆକ୍ରାନ୍ତ

ଭୁବନେଶ୍ୱର() ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୪୭୪ରେ ପହଞ୍ଚିଛି । ୧୪ ଜିଲ୍ଲାରୁ ସୁସ୍ଥ ହୋଇଥିବା ୧୨୦ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୩୦, ଖୋର୍ଦ୍ଧାରୁ ୧୯, ବାଲେଶ୍ୱରରୁ ୧୪, ବଲାଙ୍ଗୀରରୁ ୧୨, ଢ଼େଙ୍କାନାଳରୁ ୯, ନୟାଗଡ଼ରୁ ୭, ସୁନ୍ଦରଗଡ଼ରୁ ୭, ଅନୁଗୁଳରୁ ୬, କେନ୍ଦୁଝରରୁ ୫, ଜଗତସିଂହପୁରରୁ ୪, ପୁରୀରୁ ୪, ଦେବଗଡ଼ରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ ଓ ଝାରସୁଗୁଡ଼ାରୁ ମଧ୍ୟ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

fifteen − eight =