କେଉଁଠି କେବେ ହେବ ବିଧାନସଭା ନିର୍ବାଚନ

ଫେବୃଆରୀ ୧୬ ତାରିଖରେ ତ୍ରିପୁରାର ସମସ୍ତ ୬୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବ । ସେହିପରି ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭାର ସମସ୍ତ ୬୦ ଆସନ ପାଇଁ ଫେବୃଆରୀ ୨୭ରେ ମତଦାନ ଗ୍ରହଣ କରାଯିବ । ଦୁଇଟି ତାରିଖରେ ୩ଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଗୋଟିଏ ଦିନରେ ରେଜଲ୍ଟ ପ୍ରକାଶ ପାଇବ । ମାର୍ଚ୍ଚ ୨ ତାରିଖରେ ୩ ରାଜ୍ୟରେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ ।

ତ୍ରିପୁରା ପାଇଁ ଜାନୁଆରି ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଜାନୁଆରି ୩୦ ତାରିଖ ଓ ମନୋନୟନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଫେବ୍ରୁଆରି ୨  । ସେହିପରି ନାଗାଲାଣ୍ଡ ଓ ମେଘାଳୟ ପାଇଁ ଜାନୁଆରି ୩୧ରେ ବିଜ୍ଞପ୍ତି ପ୍ରକାଶ ପାଇଛି ଓ ମନୋନୟନ ପତ୍ର ଦାଖଲର ଶେଷ ତାରିଖ  ଫେବ୍ରୁଆରି  ୭ ତାରିଖ ଓ ମନୋନୟନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଫେବ୍ରୁଆରି ୧୦  । 

ଏହି ୩ଟି ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୬୨.୮ ଲକ୍ଷ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୧.୪୭ ଲକ୍ଷ ଭୋଟର ମହିଳା  । ଏଥର ୧.୭୬ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ନିର୍ବାଚନରେ ସାମିଲ ହେବେ  । 

Share

Leave a Reply

Your email address will not be published. Required fields are marked *

13 + nineteen =