ଆଜି ୧୮୫୪ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୦୮୨ ଏବଂ ସ୍ଥାନୀୟ ସଂକ୍ରମିତ ୭୮୨ ରହିଥିବା ଜଣାଯାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନଗୁଳ ଜିଲାରୁ ୬୯, ବାଲେଶ୍ୱର ୧୧୪, ବରଗଡ ୨୪, ଭଦକ୍ର ୬୫ ଓ ବଲାଙ୍ଗିରୁ ୫ ଚିହ୍ନଟ ହୋଇଛନ୍ତି ।
ସେହିଭଳି ବଉଦରୁ ୩, କଟକ ୨୨୧, ଦେବଗଡ ୬, ଢେଙ୍କାନାଳ ୮୪, ଗଜପତି ୩, ଗଞ୍ଜାମ ୧୨, ଜଗତସିଂହପୁର ୮୯, ଯାଜପୁର ୧୦୭, ଝାରସୁଗୁଡା ୮, କଳାହାଣ୍ଡି ୭ ଏବଂ କନ୍ଧମାଳରୁ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ କେନ୍ଦ୍ରାପଡାରୁ ୫୯, କେନ୍ଦ୍ୁଝର ୪୪, ଖୋର୍ଦ୍ଧାରୁ ସର୍ବାଧିକ ୪୯୬, କୋରାପୁଟ ୭ ଏବଂ ମାଲକାନଗିରିରୁ ୧୨ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜରୁ ୫୭, ନବରଙ୍ଗପୁର ୨ ନୟାଗଡ ୬୬, ନୂଆପଡା ୯ ଏବଂ ପୁରୀ ଜିଲାରୁ ୫୯ ଜଣଙ୍କୁ ଚିହ୍ନଟ କରାଯାଇଛି ।

ଅନୁରୂପ ଭାବରେ ରାୟଗଡା ଜିଲାରୁ ୨୪, ସମ୍ବଲପୁର ୩୪, ସୋନପୁର ୬, ସୁନ୍ଦରଗଡ ୫୬ ଏବଂ ଷ୍ଟେଟପୁଲରୁ ୧୦୦ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୨୦୪୪ ଆକ୍ରାନ୍ତ ଦିନକରେ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ମୋଟ ୯୪୧୨୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି ଏବଂ ସଂପ୍ରତି ୧୯୦୧୩ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two + twenty =