Thursday, October 29, 2026
Latestରାଜ୍ୟ

ଭିଜିଲାନ୍ସ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ଭିଜିଲାନ୍ସ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ । ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଜଣେ ଇନ୍ସପେକ୍ଟର ଲାଞ୍ଚ ନେଉଥିବା ବେଳେ ନିଜ ବିଭାଗର ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି ।

ସୂଚନା ଅନୁଯାୟୀ, ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା ଜଣେ ସରକାରୀ ଅଧିକାରୀଙ୍କ ଠାରୁ ଏକ ପିଟିସନ କ୍ଲୋଜ୍‌ କରିବାକୁ ବରଗଡ଼ର ମୁକେଶ ସାହୁଙ୍କ ଜରିଆରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ବିଭାଗର ଇଣ୍ଟରନାଲ ୟୁନିଟ୍‌ ଧରିଥିଲା । ଜେନାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଛି। ଏନେଇ ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରିଛି। ମାନସୀ ଜେନା ଓ ମୁକେଶ ସାହୁଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ବିଭାଗର ଚଢ଼ଉ ଜାରି ରହିଛି।

Share

Leave a Reply

Your email address will not be published. Required fields are marked *

three × one =