ଖରସ୍ରୋତା ନଦୀରେ ବୁଡି ଚାଲିଗଲା ୨ଭାଇଙ୍କ ଜୀବନ

ଯାଜପୁର: ଖରସ୍ରୋତା ନଦୀରେ ବୁଡି ଚାଲିଗଲା ଦୁଇ ଭାଇଙ୍କ ଜୀବନ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଯାଜପୁର ଜିଲ୍ଲା ରସୁଲପୁର ନିକଟ ଚିନ୍ତାପଲ୍ଲି ଗାଁରେ | ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ଗାଁ’ରେ ଶୋକର ଲହରି ଖେଳିଯାଇଛି ।ତେବେ ମୃତକ ଦୁଇ ଭାଇ ହେଉଛନ୍ତି ଚିନ୍ତାପଲ୍ଲୀ ଗାଁର ଦୀନବନ୍ଧୁ ଚନ୍ଦ ଓ ଦିବାକର ଚନ୍ଦ ।

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଚିନ୍ତାପଲ୍ଲି ଗାଁର କାହ୍ନୁଚରଣ ଚନ୍ଦଙ୍କ ଦୁଇ ପୁଅ ଦୀନବନ୍ଧୁ ଚନ୍ଦ ଓ ସାନ ପୁଅ ଦିବାକର ଚନ୍ଦ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ଗାଧୋଇବା ସମୟରେ ହଠାତ ଅସାବଧାନତା ଯୋଗୁଁ ନଦୀରେ ବୁଡି ଯାଇଥିଲେ ଦୁଇ ଭାଇ ।ତେବେ ଦୀନବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ । ରସୁଲପୁର ଅଗ୍ନିଶମ ବାହିନୀ ଦିବାକରଙ୍କୁ ଉଦ୍ଧାର କରିଥିଲେ । ସାନ ଭାଇ ଦିବାକରର ନଦୀରେ ବୁଡି ଜୀବନ ଚାଲି ଯାଇଥିବା ସମୟରେ ରସୁଲପୁର ଡାକ୍ତରଖାନାରେ ଆଖି ବୁଜି ଥିଲେ ଦୀନବନ୍ଧୁ ।

Share

Leave a Reply

Your email address will not be published. Required fields are marked *

4 − four =