ଟୋକିଓ ଅଲମ୍ପିକରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ: ତୃତୀୟ କ୍ୱାର୍ଟରର ଆରମ୍ଭରୁ ହରମନପ୍ରୀତ ପେନାଲ୍ଟିର ଫାଇଦା ଉଠାଇ ଆଉ ଏକ ଗୋଲ ଦେଇ ୩-୧ରେ ଦଳକୁ ଆଗୁଆ କରିଥିଲେ । ହେଲେ ତୃତୀୟ କ୍ୱାର୍ଟର ଶେଷ ବେଳକୁ ପ୍ରଥମ ଫିଲ୍ଡ ଗୋଲ କରି ଆଉ ଏକ ଗୋଲ ଦେଇଥିଲା ନ୍ୟୁଜିଲାଣ୍ଡ , ଫଳରେ ମ୍ୟାଚ ୨-୩ ସ୍ତରକୁ ଆସିଥିଲା । ଶେଷ କ୍ୱାର୍ଟର ସୁଦ୍ଧା ଭାରତ ୩-୨ରେ ଆଗୁଆ ରହି ରୋମାଂଚକର ବିଜୟ ହାସଲ କରିଥିଲା । ଭାରତୀୟ ପୁରୁଷ ଦଳରେ ଅମିତ ରୋହିଦାଶ ଚୂଡାନ୍ତ ଦଳରେ ସ୍ଥାନ ପାଇଥିଲେ । ଏହା ସହିତ ଅମିତ ରୋହିଦାଶ ଅଲିମ୍ପିକ୍ସ ପଦାର୍ପଣ କରିଛନ୍ତି । ଆସନ୍ତାକାଲି ଭାରତୀୟ ପୁରୁଷ ହକି ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ପଡିଆକୁ ଓହ୍ଲାଇବ । ସେପଟେ ମହିଳା ଦଳର ଆଜି ଟୋକିଓରେ ଅଭିଯାନ ଆରମ୍ଭ କରିବ । ଭାରତୀୟ ମହିଳା ଦଳର ମୁକାବିଲା ନେଦରଲାଣ୍ଡ ସହିତ ରହିଛି । ଅପରାହ୍ନ ୫ଟା ୧୫ ମିନିଟରେ ଏହି ମ୍ୟାଚ୍ ଖେଳାଯିବ ।

Share

Leave a Reply

Your email address will not be published. Required fields are marked *

two × five =