କୃଷକଙ୍କ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ମତ୍ସ୍ୟଚାଷୀ ଓ ଦୁଗ୍ଧ ଚାଷୀଙ୍କୁ ମିଳିବ ବେନିଫିଟ୍

କେନ୍ଦ୍ର ସରକାର ଦେଶର କୃଷକଙ୍କ ଆୟ ବୃଦ୍ଧି ପାଇଁ ଲଗାତର ପ୍ରଚେଷ୍ଟା କରି ଆସୁଛନ୍ତି । ଏନେଇ ସରକାରଙ୍କ ତରଫରୁ ଅନେକ ଯୋଜନା ଜାରି ରହିଥିବା ବେଳେ ଏହାର ଜବରଦସ୍ତ ଫାଇଦା କୃଷକଙ୍କୁ ମିଳୁଛି । ପିଏମ କିଷାନ ସମ୍ମାନ ନିଧି ସରକାରଙ୍କ ପକ୍ଷରୁ ପରିଚାଳିତ ଏକ ମହତ୍ତ୍ୱପୂର୍ଣ୍ଣ ଯୋଜନା ମଧ୍ୟରେ ଅନ୍ୟତମ । ଏହି ଯୋଜନାରେ ପାଖାପାଖି ୧୦ କୋଟିରୁ ଅଧିକ ଯୋଗ୍ୟ କୃଷକଙ୍କୁ ଫାଇଦା ମିଳୁଛି ।ଏହି ଯୋଜନା ଅଧିନରେ ୨-୨ ହଜାର କିସ୍ତି ହିସାବରେ କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କା ମିଳୁଛି । ତେବେ ଏହା ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷକଙ୍କ ବେନିଫିଟ୍ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । କିଷାନ କ୍ରେଡିଟ କାର୍ଡ (କେସିସି) ଧାରୀଙ୍କୁ ସହଜରେ ଋଣ ଯୋଗାଇଦେବାକୁ ସେ ସରକାରୀ ବ୍ୟାକଙ୍କୁ ଅପିଲ କରିଛନ୍ତି । ଏହାଦ୍ୱାରା ଗ୍ରାମାଞ୍ଚଳ ଲୋକଙ୍କର ଆମଦାନୀ ବୃଦ୍ଧି ପାଇପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ନିକଟରେ ଅର୍ଥମନ୍ତ୍ରୀ ପବ୍ଲିକ ସେକ୍ଟର ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ଅବସରରେ ଆଞ୍ଚଳିକ ବ୍ୟାଙ୍କଗୁଡ଼ିକ ଗ୍ରାମାଞ୍ଚଳ ବାସିନ୍ଦାଙ୍କ ସହାୟତା ପାଇଁ ଟେକନିକ ବିକଶିତ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ବୈଠକ ପରେ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଅର୍ଥମନ୍ତ୍ରୀ କେସିସିର ସମୀକ୍ଷା କରିବା ସହ କୃଷକଙ୍କୁ କିପରି ସଂସ୍ଥାଗତ ଋଣ ପ୍ରଦାନ କରାଯିବ ତା’ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ମାଛ ଧରୁଥିବା ଓ ଦୁଗ୍ଧ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ କେସିସି ଜାରି କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିବା ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଭାଗବତ କେ. କରାଡ କରିଥିଲେ ।

Share

Leave a Reply

Your email address will not be published. Required fields are marked *

4 × 3 =