୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ବଲାଙ୍ଗୀର : ପୋଲିସ ବ୍ୟାରେକ୍‌ରୁ ସ୍କୁଲ୍ ସଭାପତି ଚମ୍ପଟ ମାରିବା ଘଟଣା । ଦାୟିତ୍ୱରେ ଥିବା ୩ ପୋଲିସ କର୍ମଚାରୀ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ୩ଜଣଙ୍କୁ ସସ୍‌ପେଣ୍ଡ କଲେ ଏସ୍‌ପି । ସ୍କୁଲ୍ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଚମ୍ପଟ ମାରିଛନ୍ତି । କାଲି ରାତିରୁ ଟିଟିଲାଗଡ଼ ପୋଲିସ ବ୍ୟାରେକ୍‌ରୁ ଚମ୍ପଟ ମାରିଛନ୍ତି ।

ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ଗୋବିନ୍ଦଙ୍କୁ ଅଟକ ରଖିଥିଲା ପୋଲିସ ।  ତେବେ ସେ ଚମ୍ପଟ ମାରି କେଉଁ ଆଡ଼େ ଯାଇଛନ୍ତି ତାହା ଜଣାପଡ଼ିନାହିଁ । ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ଗୋବିନ୍ଦଙ୍କୁ ଅଟକ ରଖିଥିଲା ପୋଲିସ୍ । ବର୍ତ୍ତମାନ ଟିଟିଲାଗଡ଼ ପୋଲିସ୍ ଗୋବିନ୍ଦଙ୍କ ସନ୍ଧାନରେ ଲାଗି ପଡ଼ିଛନ୍ତି । ତେବେ ପୋଲିସ୍ ହେପାଜତରୁ ଫେରାର୍ ହୋଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Share

Leave a Reply

Your email address will not be published. Required fields are marked *

17 − nine =