ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୦ ହଜାରରୁ କମି ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୬ ଶହରୁ କମ୍ ରହିଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୯,୦୯୭ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୫୪୬ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୧୩,୩୨,୧୫୯ ଓ ମୃତ୍ୟୁସଂଖ୍ୟା ୪,୨୦,୦୧୬ରେ ପହଞ୍ଚିଛି।
ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୫,୦୮୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୦୫, ୦୩, ୧୬୬ରେ ପହଞ୍ଚିଛି।
ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪,୦୮,୯୭୭।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୪୨,୭୮,୮୨,୨୬୧ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।
‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁଲାଇ ୨୩ ତାରିଖ ସୁଦ୍ଧା ସମୁଦାୟ ୪୫,୪୫,୭୦,୮୧୧ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୬,୩୧,୨୬୬ଟି ନମୁନା।
ବାବାଙ୍କୁ ପ୍ରାର୍ଥନା କରିବାର ସର୍ବୋତ୍ତମ ରୀତି କଣ?
ଭୁବନେଶ୍ୱର: ବାବାଙ୍କ ଫଟୋର ପାଦନଠୁ ଉୃଳ ଓ ମସ୍ତକଠୁ ପାଦ ପର୍ଯ୍ୟନ୍ତ ନିରୀକ୍ଷଣ କର । ଶ୍ରୀ ସତଚରିତରେ ବାବା ନିଜେ ତାଙ୍କ ପୂଜା କରିବାର ଏହି ସୂତ୍ରଟି ବତାଇଛନ୍ତି । ତୁମେ ଜାଣିଥିବ ଯେ କୌଣସି ଭାଷାରେ ବାବାଙ୍କର ଆରତୀ ଗାନ କର, କିମ୍ବା ତୁମେ ଜାଣିଥିବା ଯେ କୌଣସି ଗୁରୁମନ୍ତ୍ର ଉଚ୍ଚାରଣ କର । ତାଙ୍କ ପ୍ରତି ପ୍ରେମଭାବ ସ୍ଫୁରଣ ହେଲେ ପ୍ରାର୍ଥନା ସାର୍ଥକ ହୁଏ ।
ନିରବ ପ୍ରାର୍ଥନାକୁ ବାବା ଗ୍ରହଣ କରିଥାନ୍ତି । ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ଜଣେ ନିରବରେ ପ୍ରାର୍ଥନା କରିପାରେ । ସାଦ୍ଧ୍ୟ ପ୍ରାର୍ଥନା ଏହି ନିରବ ପ୍ରାର୍ଥନା ଶ୍ରେୟ । ତେବେ ଉଚ୍ଚତର ସୋପାନରେ ପହଞ୍ଚିଥିବା ଭକ୍ତମାନେ ଏକାଗ୍ରଚିତ୍ତ ହୋଇ ନିରବ ପ୍ରାର୍ଥନା କରିବାକୁ ସମର୍ଥ ହୋଇଥାନ୍ତି । ସମସ୍ତଙ୍କ ପକ୍ଷେ ଏହା ସମ୍ଭବପୁର ନୁହେଁ । ତୁମେ ଯଦି ନିରବ ପ୍ରାର୍ଥନା କରି ପାରୁନାହଁ, ତେବେ ଘରେ ବା ମନ୍ଦିରରେ ବା ଭକ୍ତ ସମ୍ମେଳନରେ ବସି ଉଚ୍ଚ ସ୍ୱରରେ ଭଜନ ଗାଅ । ଆରତୀରେ ଯୋଗ ଦିଅ ।

Share

Leave a Reply

Your email address will not be published. Required fields are marked *

15 − 11 =