କ୍ରୀଡା

ଆଜି ପଞ୍ଜାବକୁ ଭେଟିବ ରାଜସ୍ଥାନ

ଟେବୁଲ ଟପ୍ପର ପଞ୍ଜାବ ଘରୋଇ ଗ୍ରାଉଣ୍ଡରେ ରାଜସ୍ଥାନକୁ ଭେଟିବ । ଏକମାତ୍ର ଦଳ ଭାବେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ହାରି ନଥିବା ପଞ୍ଜାବ ଆଧିପତ୍ୟ ଜାରି ରଖି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିବାକୁ ପ୍ରସ୍ତୁତ ରହିଛି । ରାଜସ୍ଥାନ ଦଳ ମଧ୍ୟ ଶୃଙ୍ଖଳିତ ପ୍ରଦର୍ଶନ ଜାରି ରଖି ପଞ୍ଜାବ ବିଜୟଧାରାରେ ବ୍ରେକ ଲଗାଇବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଫଳରେ ଆ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ ।​​​​​​​

ପୂର୍ବ ରେକର୍ଡ ରାଜସ୍ଥାନ ପକ୍ଷରେ ରହିଥିଲେ ହେଁ ପଞ୍ଜାବର ପଲା ଭାରି ଜଣା ପଡ଼ୁଛି । ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୩୦ଥର ଭେଟି ସାରିଛନ୍ତି । ଏଥିରୁ ପଞ୍ଜାବ ୧୩ଟି ମ୍ୟାଚ ଜିତିଥିବାବେଳେ ୧୭ଟି ମ୍ୟାଚରେ ପରାଜିତ ହୋଇଛି । ଗତ ବର୍ଷ ଉଭୟ ଦଳ ୨ଥର ସାମ୍ନା ସାମ୍ନି ହୋଇଥିଲେ ଓ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲେ । ଏଥର ପଞ୍ଜାବର ପ୍ରଦର୍ଶନ ବାକି ସବୁ ଦଳର ନିଦ ହଜାଇ ଦେଇଛି । ଦଳରେ ଏକାଧିକ ମ୍ୟାଚ ବିଜେତାଙ୍କ ଆବିର୍ଭାବ ହୋଇଛି । ଶ୍ରେୟାସ ଆୟର, ପ୍ରଭସିମରନ ସିଂହ, ପ୍ରିୟାଂଶ ଆର୍ଯ୍ୟ, କୁପର କନ୍ନଲି ଚମତ୍କାର ଫର୍ମରେ ରହିଥିବାରୁ ମଧ୍ୟ କ୍ରମ ବ୍ୟାଟରଙ୍କୁ ବ୍ୟାଟିଂ କରିବା ପାଇଁ ଓହ୍ଲାଇବାକୁ ପଡ଼ୁନାହିଁ । ବୋଲିଂ ବିଭାଗ ଶ୍ରେଷ୍ଠ ଫର୍ମରେ ନଥିଲେ ମଧ୍ୟ ନିୟମିତ ଭାବେ ଶୃଙ୍ଖଳିତ ପ୍ରଦର୍ଶନ ଜାରି ରଖିଛି । ବାକି କାର୍ଯ୍ୟ ବ୍ୟାଟରମାନେ ତୁଲାଉଛନ୍ତି । ରାଜସ୍ଥାନ ଦଳ ମଧ୍ୟ ଉନ୍ନତ ପ୍ରଦର୍ଶନ କରୁଛି । ଛୋଟ ମୋଟ ତ୍ରୁଟି ଯୋଗୁଁ ଦଳ ପରାଜୟର ସାମ୍ନା କରିଛି । ବିଶେଷ କରି ଟପ ଅର୍ଡର ଓ ଜୋଫ୍ରା ଆର୍ଚରଙ୍କ ଫର୍ମ ରାଜସ୍ଥାନ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ବୈଭବ ସୂର୍ଯ୍ୟବଂଶୀ ଇତି ମଧ୍ୟରେ ୩୫୭ ରନ ସଂଗ୍ରହ କରିସାରିଛନ୍ତି । ଏଥିରେ ଗୋଟିଏ ଶତକ ମଧ୍ୟ ରହିଛି । ଆର୍ଚର ୧୩ଟି ୱିକେଟ୍‌ ନେଇ ପର୍ପଲ କ୍ୟାପ ରେସରେ ରହିଛନ୍ତି ।

ଆଜି ଦୁଇ ଦଳର ଓପନର ପ୍ରିୟାଂଶ ଓ ବୈଭବଙ୍କ ଉପରେ ନଜର ରହିବ । ଚଳିତ ସିଜନରେ ପ୍ରିୟାଂଶଙ୍କ ଷ୍ଟ୍ରାଇକ ରେଟ୍‌ ୨୪୯.୦୧ ଓ ବୈଭବଙ୍କ ଷ୍ଟ୍ରାଇକ ରେଟ୍‌ ୨୩୪.୮୬ ରହିଛି । ମୁଲନପୁର ସ୍ଥିତ ମହାରାଜା ୟାଦବିନ୍ଦ୍ର ସିଂହ ଷ୍ଟାଡ଼ିୟମର ୪ନଂ ପିଚ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । 

Share

Leave a Reply

Your email address will not be published. Required fields are marked *

six + fifteen =