ଲେହରେ ଭୁକମ୍ପ ଅନୁଭୂତ
ଭାରତର ଏକ ସ୍ଥାନରେ ପୁଣି ଭୂକମ୍ପ ଝଟକା । ଯାହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଏହି ଭୂକମ୍ପ ଆଜି ଭୋର ପ୍ରାୟ ୩ଟା ୫୪ ମିନିଟରେ ଲଦାଖ ଲେହରେ ଅନୁଭୂତ ହୋଇଛି । ଫଳରେ ଲୋକମାନେ ଭୟରେ ଘରୁ ବାହାରି ପଳାଇଥିଲେ । ଭୂକମ୍ପର କେନ୍ଦ୍ରସ୍ଥଳ ୧୫୦ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିବା NCS ପକ୍ଷରୁ ସୂଚନା ମିଳୁଛି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
ସୂଚନାଯୋଗ୍ୟ, କିଛି ଦିନ ତଳେ ରାଜସ୍ଥାନରେ ୩.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ୩ କିଲୋମିଟର ଗଭୀରତାରେ ଥିଲା ।

