ରାଜ୍ୟରୁ ବିଦାୟ ନେଲା ମୌସୁମୀ

ଭୁବନେଶ୍ୱର()   ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ସମ୍ପୂର୍ଣ୍ଣ ଭାବରେ ଓଡ଼ିଶାରୁ ବିଦାୟ ନେଇଛି । ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ୱର ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଦୁଇ ଦିନ ପୂର୍ବରୁ ୮ଟି ଜିଲ୍ଲାରୁ ମୌସୁମୀ ସମ୍ପୂର୍ଣ୍ଣ ବିଦାୟ ନେଇଥିବା ବେଳେ ୮ଟି ଜିଲ୍ଲାରେ ଆଂଶିକ ଭାବରେ ବିଦାୟ ନେଇଥିଲା । ଆଜି ପ୍ରଦାନ କରାଯାଇଥିବା ସୂଚନା ମୁତାବକ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ରାଜ୍ୟରୁ ବିଦାୟ ନେଇଛି । କେବଳ ରାଜ୍ୟ ନୁହେଁ ଦେଶରୁ ମଧ୍ୟ ମୌସୁମୀ ବିଦାୟ ନେଇଛି ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି । ଗତ ଦୁଇ ମାସ ଧରି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ବିଶେଷକରି ଲଘୁଚାପ ବର୍ଷା ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ସହିତ ଲା ନିନା ପ୍ରଭାବରେ ଚଳିତ ବର୍ଷ ହାଡଭଙ୍ଗା ଶୀତର ମଧ୍ୟ ପୂର୍ବାନୂମାନ ଲଗାଯାଇଛି ।

Share

Leave a Reply

Your email address will not be published. Required fields are marked *

sixteen − 4 =