ନଭେମ୍ବର ୫ରେ ବାୟୁସେନାରେ ସାମିଲ ହେବ ଆଉ ୩ ରାଫେଲ

ନୂଆଦିଲ୍ଲୀ()  ଜୁଲାଇ ୨୯ରେ ଭାରତକୁ ଆସିଥିଲା ଲଢୁଆ ଯୁଦ୍ଧବିମାନ ରାଫେଲ ।  ଆନୁଷ୍ଠାନିକ ଭାବରେ ସେପ୍ଟେମ୍ବର ୧୦ ତାରିଖରେ ଏହାକୁ ବାୟୁସେନାରେ ସାମିଲ କରାଯାଇଥିଲା । ଅମ୍ବାଲା ଏୟାର ବେସରେ ଏହି ଲଢୁଆ ଯୁଦ୍ଧବିମାନକୁ ସାମିଲ କରାଯାଇଥିଲା । ଏହା ସହିତ ୨୦୨୧ ସୁଦ୍ଧା ଆହୁରି ୧୬ଟି ରାଫେଲ ବାୟୁସେନାରେ ସାମିଲ କରାଯିବ ବୋଲି ବାୟୁସେନା ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ଆସନ୍ତା ନଭେମ୍ବର ୫ ତାରିଖରେ ଆହୁରି ୩ଟି ରାଫେଲ ସାମିଲ କରାଯିବ ବୋଲି ଜଣାପଡିଛି । ୫୯ ହଜାର କୋଟି ବିନିମୟରେ ଭାରତ ୩୬ଟି ରାଫେଲ ଯୁଦ୍ଧବିମାନ କିଣିଥିବା ବେଳେ  ପ୍ରାରମ୍ଭିକ ପର୍ଯ୍ୟାୟରେ ୫ଟି ବିମାନ ସାମିଲ ହୋଇସାରିଛି ।

Share

Leave a Reply

Your email address will not be published. Required fields are marked *

3 × four =