Friday, October 30, 2026
Latestରାଜ୍ୟ

ମୋ ବସରେ ମହିଳାଙ୍କୁ ମିଳିବ ମାଗଣା ସେବା

ଭୁବନେଶ୍ୱର() ମହିଳା ଦିବସରେ ମହିଳାଙ୍କୁ ମୋ ବସରେ ମିଳିବ ମାଗଣା ସେବା । ମାଗଣା ସେବା ଯୋଗାଇ ଦେବା ନେଇ କ୍ୟାପିଟାଲ ରିଜନ୍ ଆର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଘୋଷଣା କରାଯାଇଛି । ମାର୍ଚ୍ଚ ୮ ତାରିଖ ଅର୍ଥାତ ମହିଳା ଦିବସ ଅବସରରେ ମହିଳା ମାନେ ଗୋଟିଏ ସ୍ଥାନରେ ଅନ୍ୟ ସ୍ଥାନକୁ ମାଗଣାରେ ଯାତ୍ରା କରିପାରିବେ ଏବଂ ମହିଳାଙ୍କଠାରୁ କୌଣସି ଭଡ଼ା ଆଦାୟ କରାଯିବ ନାହିଁ । ତେବେ ଏନେଇ ସଂସ୍ଥାର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର କହିଛନ୍ତି ଯେ- ଆମେ ସବୁ ବେଳେ ମହିଳାଙ୍କୁ ପ୍ରାଧାନ୍ୟ ଦେଇଆସିଛୁ ଏବଂ ମୋ ବସରେ ୩୦ ପ୍ରତିଶତରୁ ଅଧିକ ମହିଳା ଗାଇଡ୍ ରହିଛନ୍ତି ।ଆସନ୍ତାକାଲି ମହିଳା ଦିବସ ଅବସରରେ ମହିଳାଙ୍କୁ ମୋ ବସରେ ମାଗଣା ସୁବିଧା ଘୋଷଣା ପରେ ମହିଳାଙ୍କ ଭିତରେ ବେଶ୍ ଉତ୍ସୁକତା ପ୍ରକାଶ ପାଇଛି ।

Share

Leave a Reply

Your email address will not be published. Required fields are marked *

fifteen − ten =