ଜାତୀୟ

ଲେହରେ ଭୁକମ୍ପ ଅନୁଭୂତ

ଭାରତର ଏକ ସ୍ଥାନରେ ପୁଣି ଭୂକମ୍ପ ଝଟକା । ଯାହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଏହି ଭୂକମ୍ପ ଆଜି ଭୋର ପ୍ରାୟ ୩ଟା ୫୪ ମିନିଟରେ ଲଦାଖ ଲେହରେ ଅନୁଭୂତ ହୋଇଛି । ଫଳରେ ଲୋକମାନେ ଭୟରେ ଘରୁ ବାହାରି ପଳାଇଥିଲେ । ଭୂକମ୍ପର କେନ୍ଦ୍ରସ୍ଥଳ ୧୫୦ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିବା NCS ପକ୍ଷରୁ ସୂଚନା ମିଳୁଛି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ, କିଛି ଦିନ ତଳେ ରାଜସ୍ଥାନରେ ୩.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।  ଯାହାର କେନ୍ଦ୍ରସ୍ଥଳ ୩ କିଲୋମିଟର ଗଭୀରତାରେ ଥିଲା ।

Share

Leave a Reply

Your email address will not be published. Required fields are marked *

10 + 18 =