ରାଜ୍ୟ

ସୁଭଦ୍ରା ଯୋଜନାରେ ନୂତନ ପଞ୍ଜିକରଣ ପାଇଁ ଆରମ୍ଭ ହୋଇଥିବା ଆବେଦନ ଆଜି ଶେଷ ତାରିଖ

ସୁଭଦ୍ରା ଯୋଜନାରେ ନୂତନ ପଞ୍ଜିକରଣ ପାଇଁ ଆରମ୍ଭ ହୋଇଥିବା ଆବେଦନ ଆଜି ଶେଷ ହେବାକୁ ଯାଉଛି । ଯେଉଁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା କିସ୍ତି ପାଇବାରୁ ବଞ୍ଚିତ ରହିଛନ୍ତି ସେମାନଙ୍କ ପାଇଁ ଆଜି ଶେଷ ଦିନ । ସୁଭଦ୍ରା ପୋର୍ଟାଲରେ ମହିଳାମାନେ ଆବେଦନ କରିପାରିବେ । ସେହିପରି ସାଧାରଣ ସେବା କେନ୍ଦ୍ର ଏବଂ ଆମ ସେବା କେନ୍ଦ୍ରରେ ମଧ୍ୟ ମହିଳାମାନେ ଯାଇ ଆବେଦନ କରିପାରିବେ ।

ଏପ୍ରିଲ ୧ରୁ ସୁଭଦ୍ରା ନୂତନ ପଞ୍ଜିକରଣ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଆଜି ତାହା ଶେଷ ହେବାକୁ ଯାଉଛି । ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା ସୁଭଦ୍ରା କିସ୍ତି ପାଇବା ପାଇଁ ଆବେଦନ କରିବେ । କେବଳ ନୂଆ ହିତାଧିକାରୀଙ୍କୁ ଏଥିରେ ସୁଯୋଗ ମିଳିବ । ଯେଉଁ ମହିଳା ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ନାହାଁନ୍ତି, କେବଳ ସେମାନେ ହିଁ ଏହି ଅବଧି ମଧ୍ୟରେ ନୂତନ ଭାବେ ଆବେଦନ କରିପାରିବେ।  ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ଗ୍ରହଣ କରାଯିବନାହିଁ। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସିଡିପିଓ କାର୍ଯ୍ୟାଳୟରେ ନିଶୁଳ୍କରେ ଆବେଦନ ଫର୍ମ ମିଳୁଛି । ଯେଉଁମାନେ ସୁଭଦ୍ରା ଯୋଜନାର ମାନଦଣ୍ଡ ପୂରଣ କରୁଥିବେ ସେହି ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦ ହଜାର ସହାୟତା ପ୍ରଦାନ କରାଯିବ ।

Share

Leave a Reply

Your email address will not be published. Required fields are marked *

4 × one =