୮ ମହଲା ଉପରୁ ତଳକୁ ଡେଇଁପଡ଼ିଲେ ରୋଗୀ

୮ ମହଲା ଉପରୁ ତଳକୁ ଡେଇଁପଡ଼ିଲେ ଜଣେ ରୋଗୀ । ଏମିତି ଏକ ଭୟଙ୍କର ଚିତ୍ର ଆସିଛି ପଶ୍ଚିମବଙ୍ଗ କୋଲକାତାରୁ । କୋଲକାତା ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ ନ୍ୟୁରୋସାଇନ୍ସ ମେଡିକାଲରେ ଏହି ଅଘଟଣ ଘଟିଛି । ନିଜ ଜୀବନକୁ ବିପଦରେ ପକାଇ ଜଣେ ରୋଗୀ ଅଷ୍ଟମ ମହଲାର ଏକ ଓ୍ୱାର୍ଡର ଝରକା ପାଖକୁ ଆସିଯାଇଥିଲେ ।

ଦୀର୍ଘ ସମୟ ଧରି ସେଠାରେ ବିପଦସଂକୁଳ ଅବସ୍ଥାରେ ରହିବା ସହ ଆତ୍ମହତ୍ୟା କରିବ ବୋଲି ଧମକ ଦେଉଥିଲା । ମେଡିକାଲ କର୍ତ୍ତୃପକ୍ଷ ସଂପୃକ୍ତ ରୋଗୀଙ୍କୁ ବୁଝାବାଇବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ରୋଗୀ ଜଣଙ୍କ କିଛି ବି ଶୁଣିବାକୁ ନାରାଜ ଥିଲା ।

ଏପରିକି ଖବର ପାଇଁ ସଂପୃକ୍ତ ରୋଗୀକୁ ଉଦ୍ଧାର କରିବାକୁ ଆସିଥିବା ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ତଳରେ ପହଞ୍ଚିଥିଲା । ହେଲେ ରୋଗୀକୁ ତାକୁ କାବୁ କରିପାରେ ଅସଫଳ ରହିଥିଲେ । ଶେଷରେ ବ୍ୟକ୍ତି ଜଣଙ୍କ ୮ ମହଲାରୁ ଡେଇଁ ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ ସଂପୃକ୍ତ ରୋଗୀ ଜଣଙ୍କ ଗତ କିଛି ଦିନ ଧରି ଡିପ୍ରେସନରେ ରହୁଥିଲେ ।

Share

Leave a Reply

Your email address will not be published. Required fields are marked *

three × one =