Uncategorized

ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ସମୃଦ୍ଧି ଅଭିଯାନ ଜରିଆରେ କୃଷକଙ୍କ ସଶକ୍ତୀକରଣ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଅଭିଯାନ “ସମୃଦ୍ଧି” ଜରିଆରେ ଗ୍ରାମୀଣ ଅଞ୍ଚଳର ବିକାଶ ପ୍ରତି ଏହାର ପ୍ରତିବଦ୍ଧତା ବଜାୟ ରଖିଛି । ସମୃଦ୍ଧି ହେଉଛି ପାଂଟିସ୍ ସେଂଟର ଫର ଜଷ୍ଟ ଟ୍ରାଞ୍ଜିସନ, ନିଟ୍‌କନ୍ ସୋସିଆଲ୍ ଫାଉଣ୍ଡେସନ ଓ ଜିଆଇଜେଡ୍‌-ଜର୍ମାନୀର ଏକ ମିଳିତ ପ୍ରୟାସ । ଗ୍ରାମୀଣ ସମୁଦାୟରେ ଦୀର୍ଘସ୍ଥାୟୀ ଅର୍ଥନୈତିକ ବିକାଶର ଲକ୍ଷ୍ୟ ନେଇ ଟିପିସିଓଡିଏଲ୍ ପକ୍ଷରୁ ସମୃଦ୍ଧି ଅଭିଯାନ ଅଧୀନରେ ୨୦ ଜଣ କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି) ଙ୍କୁ ଜାତୀୟ ମତ୍ସ୍ୟ ବିକାଶ ବୋର୍ଡ (ଏନ୍‌ଏଫ୍‌ଡିବି) ଓ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ପାଳନ ଗବେଷଣା ସଂସ୍ଥା , ଭୁବନେଶ୍ୱରକୁ ପରିଦର୍ଶନ ରେ ନିଆଯାଇଥିଲା ।

ସମୃଦ୍ଧି ପ୍ରକଳ୍ପ ଅଧୀନରେ ଆୟୋଜନ କରାଯାଇଥିବା ଏହି ଏକ୍ସପୋଜର ଭିଜିଟ୍‌ର ଲକ୍ଷ୍ୟ ଥିଲା ସିଆରପି ମାନଙ୍କୁ ମତ୍ସ୍ୟଚାଷ ବିଷୟରେ ଉନ୍ନତ ଜ୍ଞାନ ଓ ଦୀର୍ଘସ୍ଥାୟୀ ଅଭ୍ୟାସ ବିଷୟରେ ଅବଗତ କରିବା ଏବଂ ମତ୍ସ୍ୟଉଦ୍ୟମିତାର ପ୍ରସାର କରିବା । ଅଂଶଗ୍ରହଣକାରୀମାନଙ୍କୁ ଏନ୍‌ଏଫ୍‌ଡିବିର ବିଶେଷଜ୍ଞମାନେ ବ୍ୟାପକ ତାଲିମ ପ୍ରଦାନ କରିଥିଲେ ଯେଉଁଥିରେ ମତ୍ସ୍ୟ ପ୍ରଜାତି ଚିହ୍ନଟ, ଦୀର୍ଘସ୍ଥାୟୀ ମତ୍ସ୍ୟ ଚାଷ କୌଶଳ, ଜଳ ପରୀକ୍ଷଣ ପଦ୍ଧତି ଓ ମତ୍ସ୍ୟ ଚାଷ ପାଇଁ ଭିତିଭୂମି ବ୍ୟବସ୍ଥା ଭଳି ବିଷୟ ସାମିଲ ଥିଲା ।

ମତ୍ସ୍ୟଚାଷ ସମ୍ପର୍କରେ ଉନ୍ନତ ଦକ୍ଷତା ଓ ପଦ୍ଧତି ପ୍ରଦାନ କରି ଗ୍ରାମୀଣ ଚାଷୀଙ୍କୁ ସଶକ୍ତ କରିବାରେ ଟିପିସିଓଡିଏଲ୍‌ର ପ୍ରତିବଦ୍ଧତାକୁ ଏହି ଅଭିଯାନ ଦର୍ଶାଉଛି । ସିଆରପିମାନଙ୍କୁ ଉନ୍ନତ ତାଲିମ ପ୍ରଦାନ କରି ସମଭାବାପନ୍ନ ଅଂଶୀଦାରମାନଙ୍କ ସହଯୋଗିତାରେ ଏହି ଅଂଚଳର ବିକାଶରେ ବାର୍ତାବହ ହେବାକୁ ଟିପିସିଓଡିଏଲ୍ ଲକ୍ଷ୍ୟ ରଖିଛି । ସିଆରପିମାନେ ସେହି ଜ୍ଞାନକୁ ପରବର୍ତୀ ସମୟରେ ୩୬୦ ଏକର ଜଳାଶୟରେ ବ୍ୟାପିଥିବା ୧୦ ଉତ୍ପାଦକ ଦଳରେ ୬୦୦ରୁ ଅଧିକ ଚାଷୀଙ୍କ ମଧ୍ୟରେ ବାଂଟିବେ ।

ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ ଏହି ଅଭିଯାନ ପ୍ରତି ନିଜ ସମର୍ଥନ ପ୍ରଦାନ କରି କହିଛନ୍ତି ଯେ, “ସମାଜରେ ସକାରାତ୍ମକ ପରିବର୍ତନ ଅଣିବା ପାଇଁ ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଛି । “ସମୃଦ୍ଧି” ଅଭିଯାନ ଜରିଆରେ ଗ୍ରାମୀଣ ଚାଷୀମାନଙ୍କୁ ଆଧୁନିକ ମତ୍ସ୍ୟଚାଷ ପଦ୍ଧତି ବିଷୟରେ ମୂଲ୍ୟବାନ ସମ୍ବଳ ଓ ତାଲିମ ପ୍ରଦାନ କରି ସେମାନଙ୍କ ଜୀବନଜୀବିକାରେ ଉନ୍ନତି ଆଣିବାକୁ ଆମେ ଲକ୍ଷ୍ୟ ରଖିଛୁ । ଏହି ଏକ୍ସପୋଜର ଭିଜିଟ୍ ତୃଣମୂଳ ସ୍ତରରେ ଅର୍ଥନୈତିକ ବିକାଶ ଓ ସଶକ୍ତୀକରଣ ପାଇଁ ଥିବା ଆମ ସମର୍ପଣ ଭାବକୁ ଦର୍ଶାଉଛି ।’’

ଟିପିସିଓଡିଏଲ୍ “ସମୃଦ୍ଧି” ଅଭିଯାନର ହିତାଧିକାରୀମାନେ ମୁଖ୍ୟତଃ ହେଉଛନ୍ତି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଅଂଚଳର ମତ୍ସ୍ୟଚାଷୀ ଯେଉଁମାନେ ଏହି ଏକ୍ସପୋଜର ଭିଜିଟ୍‌ରୁ ପାଇଥିବା ଜ୍ଞାନ ଓ ଅଭ୍ୟାସ ଦ୍ୱାରା ବ୍ୟାପକ ଭାବେ ଉପକୃତ ହେବେ । ଏକ୍ସପୋଜର ଭିଜିଟ୍ ଓ ବ୍ୟାପକ ତାଲିମ ଜରିଆରେ ଗ୍ରାମୀଣ ସମାଜର ଉନ୍ନତି କରିବା ଏବଂ ଦୀର୍ଘସ୍ଥାୟୀ କୃଷିର ଏକ ସଂସ୍କୃତି ସମୃଦ୍ଧ କରିବାକୁ ଟିପିସିଓଡିଏଲ୍ ଲକ୍ଷ୍ୟ ରଖିଛି ।

Share

Leave a Reply

Your email address will not be published. Required fields are marked *

seventeen − 10 =