Business

ଅୱଫିସ୍ ସ୍ପେସ୍ ସଲ୍ୟୁସନ୍ସ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ମେ’ ୨୨ରେ ଖୋଲିବ


ଭୁବନେଶ୍ୱର: ଦେଶର ସର୍ବବୃହତ କର୍ମକ୍ଷେତ୍ର ସମାଧାନ ପ୍ରଦାନକାରୀ ଅୱଫିସ୍ ସ୍ପେସ୍ ସଲ୍ୟୁସନ୍ସ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୪ ମେ’ ୨୨ରେ ଖୋଲିବ । ଆଙ୍କର ନିବେଶକମାନେ ୨୦୨୪ ମେ’ ୨୧ରେ ବିଡ୍ ଦାଖଲ କରିପାରିବେ । ବିଡ୍ ୨୦୨୪ ମେ’ ୨୭ରେ ବନ୍ଦ ହେବ ।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ମୂଲ୍ୟ ୩୬୪ ଟଙ୍କାରୁ ୩୮୩ ଟଙ୍କା ମଧ୍ୟରେ ରହିବ । ନିବେଶକମାନେ ସର୍ବନିମ୍ନ ୩୯ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ସେମାନେ ଏହା ପରେ ୩୯ଟି ଲେଖାଏଁ ଇକ୍ୱିଟି ସେୟାର ସେଥିରେ ଯୋଡ଼ିପାରିବେ ।
ଏହି ଅଫରରେ ୧୨୮ କୋଟି ଟଙ୍କାର ନୂଆ ସେୟାର ଜାରି କରାଯିବ ଏବଂ ଅଫର୍ ଫର୍ ସେଲ୍‌ରେ ୧୨,୨୯୫,୬୯୯ ଇକ୍ୱିଟି ସେୟାର ଉପଲବ୍ଧ କରାଯିବ । ପିକ୍ ଏକ୍ସଭି ପାର୍ଟନର୍ସ ଇନଭେଷ୍ଟମେଂଟ୍‌ସ ଭି ପକ୍ଷରୁ ୬,୬୧୫,୫୮୬ ଇକ୍ୱିଟି ସେୟାର, ବିସ୍‌କ୍ୟୁ ଲିମିଟେଡ୍ ପକ୍ଷରୁ ୫,୫୯୪,୯୧୨ ଇକ୍ୱିଟି ସେୟାର, ଲିଙ୍କ ଇନଭେଷ୍ଟମେଂଟ୍ ପକ୍ଷରୁ ୮୫,୨୦୧ ଇକ୍ୱିଟି ସେୟାର ବିକ୍ରି କରାଯିବ ।
ଯୋଗ୍ୟ କର୍ମଚାରୀମାନଙ୍କ ଲାଗି ୨୦ ନିୟୁତ ଟଙ୍କାର ଇକ୍ୱିଟି ସେୟାର ସଂରକ୍ଷିତ ରହିବ । ଏହା ବାଦ ଯେତିକି ଇକ୍ୱିଟି ସେୟାର ରହିବ ତାହାକୁ ନେଟ୍ ଅଫର କୁହାଯିବ । ବୁକ୍ ରନିଂ ଲିଡ୍ ମ୍ୟାନେଜରଙ୍କ ସହ ପରାମର୍ଶ ପରେ ଯୋଗ୍ୟ କର୍ମଚାରୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ପ୍ରତିଶତର ରିହାତି ପ୍ରଦାନ କରାଯିବ ।
ଏହି ଅଫରରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ନୂତନ କେନ୍ଦ୍ର ସ୍ଥାପନ କରିବା ଲାଗି ଦରକାର କାର୍ଯ୍ୟକାରୀ ପୁଞ୍ଜି, କମ୍ପାନିର କାର୍ଯ୍ୟକାରୀ ପୁଞ୍ଜି ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଆଧାରରେ ଏହି ଅଫରର ୬୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ ଗ୍ରାହକ (କ୍ୟୁଆଇବି)ଙ୍କ ପାଇଁ ରହିବ । ସେଥିରୁ ୫ ପ୍ରତିଶତ ଇକ୍ୱିଟି ସେୟାର ମ୍ୟୁଚୁଆଲ୍ ଫଣ୍ଡ ପାଇଁ ରଖାଯିବ । ନିଟ୍ ଅଫରର ୧୦ ପ୍ରତିଶତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କ ଲାଗି ରଖାଯିବ ।
ଇକ୍ୱିଟି ସେୟାରଗୁଡ଼ିକୁ ବମ୍ବେ ଷ୍ଟକ୍ ଏକ୍ସଚେଂଜ୍ ଏବଂ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି । ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ଏମ୍‌କେ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

twelve + 7 =