ଆଇଆର୍‌ଡିଏଆଇ ଅନୁକୂଲ୍ୟରେ ମିଜୋରାମ୍‌ରେ ଜୀବନ ବୀମାକୁ ନେଇ ସଚେତନତା ଅଭିଯାନ ଆୟୋଜିତ

-ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ ଓ ଇଫ୍‌କୋ-ଟୋକିଓ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ନେତୃତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର: ଭାରତୀୟ ଜୀବନ ବୀମା ନିୟାମକ ଓ ବିକାଶ କର୍ତୃପକ୍ଷ (ଆଇଆରଡିଏଆଇ)ର “୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟର ଅଂଶ ସ୍ୱରୂପ ଭାରତୀୟ ବୀମା ଶିଳ୍ପ ମିଳିତ ଭାବେ ଏକତ୍ରୀତ ହୋଇ ମିଜୋରାମରେ ଏକ ଜୀବନ ବୀମା ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅଭିଯାନର ନେତୃତ୍ୱ ନେଇଥିଲେ ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ ଓ ଇଫ୍‌କୋ ଟୋକିଓ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ଏବଂ ଏହି ଅଭିଯାନକୁ ଘରୋଇ ସରକାରୀ କ୍ଷେତ୍ରର ଜୀବନ ବୀମା ଓ ସାଧାରଣ ବୀମା କଂପାନିଗୁଡ଼ିକ ସମର୍ଥନ କରିଥିଲେ ।
ଆଇଆର୍‌ଡିଏଆଇ ଆନୁକୂଲ୍ୟରେ ବିଭିନ୍ନ ଜୀବନ ଓ ସାଧାରଣ ବୀମା କଂପାନିଗୁଡ଼ିକର ପ୍ରତିନିଧିମାନେ ରାଜ୍ୟଗୁଡ଼ିକରେ ଜୀବନ ବୀମା ସାନ୍ଧ୍ରତା ବଢ଼ାଇବା ଲାଗି ସଚେତନତା ଅଭିଯାନ ଆୟୋଜନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ମିଜେରାମ ସରକାରଙ୍କ ସଚିବ ଶ୍ରୀ ଲାଲରାମସାଙ୍ଗା ସାଇଲୋ ଓ ଆଇଆର୍‌ଡିଏଆଇର ଉପ ମହାପ୍ରବନ୍ଧକ ଶ୍ରୀ ଗୌତମ କୁମାରଙ୍କ ମାର୍ଗଦର୍ଶନରେ ମିଜୋରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜନ ସେବା କେନ୍ଦ୍ର, ଜୀବନ ଓ ସାଧାରଣ ବୀମା କଂପାନି, ଏଜେଂଟ୍‌, ବ୍ୟାଙ୍କ ପ୍ରତିନିଧିମାନେ ଏହି ଯୁ୍‌ଗ୍ମ ଶିଳ୍ପ ସ୍ତରୀୟ ବୈଠକରେ ଭାଗ ନେଇଥିଲେ ।
ମିଜୋରାମ ସରକାରଙ୍କ ସଚିବ ଲାଲରାମସାଙ୍ଗା ସାଇଲୋ କହିଛନ୍ତି ଯେ, “ଯେକୌଣସି ବ୍ୟକ୍ତିବିଶେଷ, ପରିବାର କିମ୍ବା ବ୍ୟବସାୟ ପାଇଁ ବୀମା ହେଉଛି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା କବଚ । ରାଜ୍ୟ ସ୍ତରୀୟ ବୀମା ସଚେତନତା ଓ ସାନ୍ଧ୍ରତା ଅଭିଯାନ ଶୁଭାରମ୍ଭ କରିବା ଲାଗି ଆଇଆରଡିଏଆଇର ଅଭିଯାନକୁ ସମର୍ଥନ କରିଥିବାରୁ ଆମେ ବହୁତ ଖୁସି । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଏବଂ ଏହାର ସଫଳତାକୁ ସୁନିଶ୍ଚିତ କରିବା ଲାଗି ଆମେ ଆଗ୍ରହୀ । ମିଜୋରାମରେ ବୀମାର ପ୍ରସାର, ନିଯୁକ୍ତି ସୃଷ୍ଟି ଓ ଉଦ୍ୟମିତାର ପ୍ରସାର ଲାଗି ଜୀବନ ଓ ସାଧାରଣ ବୀମା କଂପାନିଙ୍କ ଯୋଗଦାନକୁ ଆମେ ଚାହିଁରହିଛୁ ।’’
ଆଇଆର୍‌ଡିଏଆଇର ଗୌତମ କୁମାର କହିଛନ୍ତି ଯେ, “ବୀମା କ୍ଷେତ୍ରର ନିୟାମକ ସଂସ୍ଥା ଭାବେ ୨୦୪୭ ସୁଦ୍ଧା ସମସ୍ତଙ୍କ ପାଖରେ ବୀମା ପହଂଚାଇବାକୁ ଆଇଆର୍‌ଡିଏଆଇ ଲକ୍ଷ୍ୟ ଧାର୍ଯ୍ୟ କରୀିଛି । ରାଜ୍ୟରେ ବୀମା ସଚେତନତା ଓ ସାନ୍ଧ୍ରତା ବଢ଼ାଇବା ଲାଗି ମିଜୋରାମ ସରକାରଙ୍କ ସମର୍ଥନ ହାସଲ କରିଥିବାରୁ ଆମେ ଆନନ୍ଦିତ । ମିଜୋରାମ ହେଉଛି ଏକ ସାକ୍ଷର ଓ ବହୁତ ଭଲ ପ୍ରଦର୍ଶନ କରଥିବା ରାଜ୍ୟ । ତେଣୁ ଏଠାରେ ବୀମା କ୍ଷେତ୍ରର ବିକାଶ ଲାଗି ବ୍ୟାପକ ସୁଯୋଗ ରହିଛି । ବୀମା ସୁରକ୍ଷାକୁ ମିଜୋରାମ ବାସିନ୍ଦା ନିଶ୍ଚିତ ରୂପେ ଲାଭବାନ ହେବେ ଏବଂ ଏହା ନୂଆ ନିଯୁକ୍ତି ଓ ବିକାଶର ସୁଯୋଗ ସୃଷ୍ଟି କରିବ ।’’
ଟାଟା ଏଆଇଏର ଚିଫ୍ ମାର୍କେଟିଂ ଅଫିସର ଗିରିଶ କାଲ୍‌ରା କହିଛନ୍ତି ଯେ, “ଆଇଆଡିଏଆଇର ଦୂରଦୃଷ୍ଟି ଅନୁସାରେ ଜୀବନ ବୀମା ଶିଳ୍ପର ଉଦ୍ୟମରେ ଟାଟା ଏଆଇଏ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବେଳେ ମିଜୋରାମ ନାଗରିକଙ୍କ ପାଖରେ ବୀମା ପହଂଚାଉଛି । ଆମେ ଡିଜିଟାଲ ଓ ସୋସିଆଲ ମିଡିଆ ଜରିଆରେ ୨୦୨୨-୨୩ ଆର୍ଥିକ ବର୍ଷରେ ଏକ ଗଣ ଯୋଗାଯୋଗ ଅଭିଯାନ ଆୟୋଜନ କରିିଥିଲୁ ଯାହା ମିଜୋରାମର ୮ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ପହଂଚିଥିଲା । ଜନ ସେବା କେନ୍ଦ୍ର ସହିତ ସହଯୋଗିତା ଜରିଆରେ ଆମେ ମିଜୋରାମର ଗ୍ରାମୀଣ ଓ ଅପହଂଚ ଅଂଚଳରେ ପହଂଚିପାରିଥିଲୁ । ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ, ବୀମା ରଥର ଶୁଭାରମ୍ଭ ଏବଂ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ସହିତ ସହଯୋଗିତା ଜରିଆରେ ଏବଂ ଅନ୍ୟ ଜୀବନ ବୀମା କଂପାନିଗୁଡ଼ିକ ସହିତ ମିଶି ୨୦୨୩-୨୪ରେ ଆମେ ଏହି କାର୍ଯ୍ୟକୁ ଆହୁରି ବ୍ୟାପକ କରିବୁ ।’’
ଇଫ୍‌କୋ-ଟୋକିଓ ଜେନେରାଲ୍ ଇନ୍‌ସ୍ୟୁରାନ୍ସର ଇଭିବି ଶ୍ରୀ ରାଜ ବୋରା କହିଛନ୍ତି ଯେ, “ଆଇଆରଡିଏଆଇ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ପ୍ରତି ଆମେ ପ୍ରତିବଦ୍ଧ ରହିଛୁ । ମିଜୋରାମର ବିଭିନ୍ନ ଜିଲ୍ଲାରେ ଆମେ ବୀମା ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିସାରିଛୁ ଏବଂ ତାହାକୁ ଆହୁରି ବ୍ୟାପକ କରିବାକୁ ଯୋଜନା ରଖିଛୁ । ଆଇଆରଡିଏଆଇ ଓ ରାଜ୍ୟ କର୍ତୃପକ୍ଷଙ୍କ ମାର୍ଗଦର୍ଶନରେ ଏବଂ ଅନ୍ୟ ବୀମା କଂପାନିଗୁଡ଼ିକ ସହ ମିଶି ଆମେ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ଓ ଯୁଗ୍ମ ଅଭିଯାନ ଆୟୋଜନ କରି ରାଜ୍ୟରେ ବୀମା ସଚେତନତାକୁ ବଢ଼ାଇ ଅଧିକ ଲୋକଙ୍କ ପାଖରେ ବୀମା ପହଂଚାଇବୁ ।’’

Share

Leave a Reply

Your email address will not be published. Required fields are marked *

13 − 10 =